Family Meeting Turns Bloody: ବୈଠକରେ ବିବାଦ ପରେ ଗୁଳିମାଡ଼, ପେଟରେ ଗୁଳି ବାଜି ଯୁବକ ଗୁରୁତର
ବ୍ରହ୍ମଗିରିରେ ଫୁଟିଲା ଗୁଳି। କାଳିକାବାଡି ଗ୍ରାମରେ ଗୁଳିକାଣ୍ଡ ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ପରିବାରର ଏକ ବୈଠକ ବସିଥିଲା । ଏକ ରାଜନୈତିକ ଦଳରେ ଯୋଗଦେବା ନେଇ ଜଣେ ଯୁବ ବ୍ୟବସାୟୀ ଏହି ବୈଠକ ଡାକିଥିବା ଜଣାପଡ଼ିଛି। ବୈଠକ ସମୟରେ ବଡ଼ବାପାଙ୍କ ପୁଅ ଓ ଦାଦାଙ୍କ ପୁଅଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ହୋଇଥିଲା।
ଘଟଣାସ୍ଥଳରେ ଯୁବ ବ୍ୟବସାୟୀ ବୁଲୁ ପାହଲ ନିଜ ବନ୍ଧୁକରୁ ଗୁଳି ଚଳାଇଥିଲେ। ଗୁଳିଟି ତୋଫାନଙ୍କ ପେଟରେ ବାଜିଥିଲା। ଖବର ପାଇ ବ୍ରହ୍ମଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବ୍ରହ୍ମଗିରିରେ ଫୁଟିଲା ଗୁଳି
ବ୍ରହ୍ମଗିରି କାଳିକାବାଡ଼ି ଗାଁରେ ଗୁଳିକାଣ୍ଡ, ଜଣେ ଗୁରୁତର
ପାରିବାରିକ ବିବାଦକୁ ନେଇ ସମ୍ପର୍କୀୟ ଭାଇ କଲା ଗୁଳିମାଡ଼
ଗୁରୁତର ଅବସ୍ଥାରେ ସାନ ଭାଇକୁ ଭୁବନେଶ୍ୱର ସ୍ଥାନାନ୍ତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।