Family of Five Dies: ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ, ଶେଷ ଥର ଖାଇଥିଲେ ମ୍ୟାଗି
ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକଙ୍କ ମଧ୍ୟରେ ବାପା, ମାଆ ଓ ସେମାନଙ୍କର ୩ ଜଣ ଛୁଆ ଅଛନ୍ତି। ରାବୁପୁରା ଅଞ୍ଚଳରେ ଘଟିଥିବା ଏହି ଘଟଣା ପରେ ପରିବାରର ମୃତ୍ୟୁର କାରଣକୁ ନେଇ ନାନା ପ୍ରଶ୍ନ ଉଠିଛି।
ସୂଚନା ଅନୁସାରେ, ପରିବାରର ସମସ୍ତ ସଦସ୍ୟ ଶେଷ ଥର ପାଇଁ ମ୍ୟାଗି ଖାଇଥିଲେ। ଏହାପରେ ସମସ୍ତଙ୍କର ମୃତ୍ୟୁ ହୋଇଥିବାରୁ ଖାଦ୍ୟ ବିଷକ୍ରିୟାର ସନ୍ଦେହ ପ୍ରକାଶ ପାଇଛି। ତେବେ ମ୍ୟାଗି ଖାଇବା ଓ ମୃତ୍ୟୁ ମଧ୍ୟରେ ପ୍ରକୃତ ସମ୍ପର୍କ ରହିଛି କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ।
ଗୋଟିଏ ପରିବାରର ପାଞ୍ଚ ଜଣଙ୍କର ଏକାସାଙ୍ଗରେ ମୃତ୍ୟୁ ଘଟିବା ଘଟଣାକୁ ଗମ୍ଭୀରତାର ସହ ନେଇଛି ପୋଲିସ। ଖାଦ୍ୟ ବିଷକ୍ରିୟା ସମେତ ମୃତ୍ୟୁର ଅନ୍ୟ ସମ୍ଭାବ୍ୟ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ନେଇ କୌଣସି ଚୂଡ଼ାନ୍ତ ନିଷ୍କର୍ସ ସାମ୍ନାକୁ ଆସିନାହିଁ।
ଗୋଟିଏ ପରିବାରର ୫ ମୃତ
ଗୋଟିଏ ପରିବାରର ୫ଜଣଙ୍କ ସନ୍ଦେହଜନକ ମୃତ୍ୟୁ
ଗ୍ରେଟର ନୋଏଡାର ରାବୁପୁରା ଅଞ୍ଚଳରେ ଚାଞ୍ଚଲ୍ୟ
ମୃତକଙ୍କ ମଧ୍ୟରେ ବାପା, ମାଆ ଓ ସେମାନଙ୍କର ୩ ଜଣ ଛୁଆ
ଶେଷ ଥର ଖାଇଥିଲେ ମ୍ୟାଗି ; ଖାଦ୍ୟ ବିଷକ୍ରିୟା ସନ୍ଦେହ
ମୃତେଦହ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସର ତଦନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।