Family Trip Turns Tragic: ଦୀଘା ବୁଲିବାକୁ ଆସିଥିଲେ, ମନ୍ଦାରମଣିରେ ଘଟିଗଲା ବଡ଼ ଅଘଟଣ
ପୁଣି କାଳ ହେଲା ସମୁଦ୍ରରେ ମସ୍ତି । ବୁଲିବାକୁ ଆସିଥିଲେ, ହେଲେ ଆଉ ଫେରିଲା ନାହିଁ ପୂରା ପରିବାର। ଚାହୁଁ ଚାହୁଁ ସମୁଦ୍ରରେ ଭାସିଗଲେ କାକା, କାକି ଓ ୧୦ ବର୍ଷର ପୁତୁରା । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ମନ୍ଦାରମଣି ସମୁଦ୍ରରେ ଘଟିଛି ମର୍ମନ୍ତୁଦ ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ପ୍ରଖର ଢେଉ ଓ ଜୁଆର ସ୍ରୋତରେ ଭାସିଗଲେ ୩ ଜଣ।
କୁନି ପୁଅଟିର ମୃତଦେହ ଉଦ୍ଧାର ହୋଇଥିବାବେଳେ ଶିଶୁଟିର କାକା ସୁମନ ସିଲ୍ ଓ କାକି ବୃଷ୍ଟି ସିଲ୍ ଏବେ ବି ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଟିମ୍ ନିଖୋଜ ଦମ୍ପତିଙ୍କୁ ଖୋଜାଖୋଜି କରୁଛନ୍ତି । ଗତକାଲି ଶାନ୍ତିପୁରରୁ ଦୀଘା ବୁଲିବାକୁ ଆସିଥିବା ପରିବାର ପରେ ମନ୍ଦାରମଣି ଯାଇଥିଲେ । ସେଠାରେ ଗାଧୋଇବା ସମୟରେ ତିନି ଜଣଙ୍କୁ ଟାଣି ନେଇଥିଲା ସମୁଦ୍ର ।
ପୁଣି କାଳ ହେଲା ସମୁଦ୍ରରେ ମସ୍ତି
ଆଉ ଫେରିଲା ନାହିଁ ପୂରା ପରିବାର
ସମୁଦ୍ରରେ ଭାସିଗଲେ କାକା, କାକି ଓ ପୁତୁରା
କୁନି ପୁତୁରା ମୃତ, ଦମ୍ପତି ନିଖୋଜ
ଉଭୟଙ୍କୁ ଖୋଜାଖୋଜି କରୁଛି ଉଦ୍ଧାରକାରୀ ଟିମ୍
ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ମନ୍ଦାରମଣି ସମୁଦ୍ରରେ ଅଘଟଣ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।