Farhan breaks Abhishek's record: ଅଭିଷେକଙ୍କ ରେକର୍ଡ ଭାଙ୍ଗିଲେ ଫର୍‌ହାନ

Oct 14, 2026 - 15:15
Farhan breaks Abhishek's record: ଅଭିଷେକଙ୍କ ରେକର୍ଡ ଭାଙ୍ଗିଲେ ଫର୍‌ହାନ

"ଦୁବାଇ: ଭାରତୀୟ ଓପନର୍‌ ଅଭିଷେକ ଶର୍ମାଙ୍କ ଏକ ଟ୍ବେଣ୍ଟି-୨୦ ରେକର୍ଡକୁ ପାକିସ୍ତାନ ଅଧିନାୟକ ସାହିବଜାଦା ଫର୍‌ହାନ ମଙ୍ଗଳବାର ଭାଙ୍ଗିଛନ୍ତି।

ଆଇସିସି ୱେବ୍‌ସାଇଟ୍‌ରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ ସାହିବଜାଦା ଦୁଇ ପୂର୍ଣ୍ଣକାଳୀନ ସଦସ୍ୟ ଦେଶ ମଧ୍ୟରେ ଖେଳାଯାଇଥିବା ଏକ ତିନି ମ୍ୟାଚ୍‌ ବିଶିଷ୍ଟ ଦ୍ବିପାକ୍ଷିକ ପୁରୁଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସର୍ବାଧିକ ରନ୍‌ କରିବାରେ ଅଭିଷେକଙ୍କ ରେକର୍ଡକୁ ପାର୍‌ କରିଛନ୍ତି। ‌ସେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ୩ ଅର୍ଦ୍ଧଶତକ ସହ ୨୩୮ ରନ୍‌ କରିଛନ୍ତି।

ଅଭିଷେକ ନିକଟରେ ଆଫ୍‌ଗାନିସ୍ତାନ ବିପକ୍ଷରେ ୨୨୯ ରନ୍‌ କରି ଏହି ରେକର୍ଡର ଅଧିକାରୀ ଥିଲେ।

ତୃତୀୟ ଓ ଚତୁର୍ଥ ସ୍ଥାନରେ ଯଥାକ୍ରମେ ନ୍ୟୁଜିଲାଣ୍ଡର କଲିନ ମୁନ୍‌ରୋ (୨୨୩, ‌ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୨୦୨୩-୨୪ ଶୃଙ୍ଖଳା) ଓ ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ନର (୨୧୭, ଶ୍ରୀଲଙ୍କା ବିପକ୍ଷ ୨୦୧୯) ରହିଛନ୍ତି।Advertisment ପାକିସ୍ତାନ ୮ ୱିକେଟ୍‌ରେ ହୋଇଥିଲା ପରାଜିତ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶୃଙ୍ଖଳାର ଶେଷ ମ୍ୟାଚ୍‌ରେ ଫରହାନ୍‌ଙ୍କ ୭୬ ରନ୍‌ ସତ୍ତ୍ବେ ପାକିସ୍ତାନ ୮ ୱିକେଟ୍‌ରେ ପରାଜିତ ହୋଇଥିଲା।

ହେଲେ ପ୍ରଥମ ୨ ଟ୍ବେଣ୍ଟିି-୨୦ ଜିତି ଥିବାରୁ ପାକିସ୍ତାନର ଶୃଙ୍ଖଳା କବ୍‌ଜା କରିଥିଲା।

ନବୀନ ପଟ୍ଟନାୟକଙ୍କୁ ବିଜେପିର ଟାର୍ଗେଟ୍: ନାରୀ ନିର୍ଯାତନା, ଖଣି ଦୁର୍ନୀତି, ଦାଦନ ସମସ୍ୟା ଓ ତଦନ୍ତକୁ ଚାପିବାରେ ବିଜେଡି ସରକାର ଥିଲା ନମ୍ବର ୱାନ୍"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।