Farmer Registration Agristack ID: ଭାଗଚାଷୀଙ୍କ ପାଇଁ ବି ବଡ଼ ଖବର! ପଞ୍ଜିକରଣ ନେଇ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ
ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରେ ଜଟିଳତା ଅଭିଯୋଗକୁ ଖଣ୍ଡନ କଲେ ଯୋଗାଣ ମନ୍ତ୍ରୀ। ପଞ୍ଜିକରଣ ରେ ଆଗ୍ରିଷ୍ଟେକ୍ ଆଇଡିର କୌଣସି ଆବଶ୍ୟକତା ନାହିଁ। ବିନା ଆଗ୍ରିଷ୍ଟେକ୍ ଆଇଡିରେ ମଧ୍ୟ ଚାଷୀ ପଞ୍ଜିକରଣ କରିପାରିବେ। ସରକାର ଚାଷୀଙ୍କ ସହ ଅଛନ୍ତି। ପଞ୍ଜିକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ। ଆଜି ସୁଦ୍ଧା ରାଜ୍ୟରେ ମୋଟ ୫ ହଜାର ୯୩ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ସେଥି ମଧ୍ୟରୁ ୩ ହଜାର ୧୦୮ ଜଣଙ୍କର ଏଗ୍ରିଷ୍ଟାକ୍ ଆଇଡି ବା କୃଷକ ପଞ୍ଜୀକରଣ ଆଇଡି ରହିଛି।
ଧାନ ଟୋକନ ସଂଗ୍ରହ ପୂର୍ବରୁ କୃଷି ବିଭାଗର ଏହି ଏଗ୍ରିଷ୍ଟାକ୍ ଆଇଡି ଆବଶ୍ୟକ। ସେମିତି କାର୍ଯ୍ୟାଳୟରେ ପଞ୍ଜିକରଣ ସମୟରେ ଏଗ୍ରିଷ୍ଟାକ୍ ଆଇଡି ରେଜିଷ୍ଟର କରିପାରିବେ ଚାଷୀ। ଜମି ପଟ୍ଟାର ROR ଦେଲେ ଦୁଇ ଦିନ ଭିତରେ ଆଇଡି ମିଳିଯିବ। ଭାଗ ଚାଷୀଙ୍କ ପାଇଁ ମଧ୍ୟ କୌଣସି ଜଟିଳତା ନାହିଁ। ଆବଶ୍ୟକ କାଗଜ ପାତ୍ର ଦାଖଲ କଲେ ପଞ୍ଜୀକରଣ କରିପାରିବେ। ସରକାର୍ ସମସ୍ତ ଚାଷୀଙ୍କ ଠୁ ଧାନ ସଂଗ୍ରହ କରିବେ। ଗତ ଖରିଫ ରେ ୭୮ ଲକ୍ଷ ଏବଂ ରବିରେ ୨୦ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ କରିଥିଲେ ସରକାର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।