Farmers Taste Fertilizer to Expose Alleged Fake Product: ସାର ଚାଖି ଚାଷୀ କହିଦେଲେ ନକଲି, ଜିଲ୍ଲାପାଳଙ୍କ ଆଗରେ କଲେ ପ୍ରତିବାଦ
ବାଲେଶ୍ବର ନୀଳଗିରିରେ ନକଲି ସାର ବଣ୍ଟନ ଅଭିଯୋଗ। ଅଭିଯୋଗ ଆଣି ଅଧିକାରୀଙ୍କ ସମ୍ମୁଖରେ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଚାଷୀ। ସାରକୁ ପାଟିରେ ଚାଖି ଏହା ନକଲି ବୋଲି ଦାବି କରିଛନ୍ତି ଚାଷୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ଅଂଚଳରେ। କିଛିଦିନ ପୂର୍ବରୁ ବେଗୁନିଆ ଓ ମଛୁଆ ପଞ୍ଚାୟତର ଚାଷୀଙ୍କୁ ଓରମାସ ପକ୍ଷରୁ ଏପିଓ ଏବଂ କୃଷିମିତ୍ରଙ୍କ ଦ୍ବାରା ସାର ଯୋଗାଇ ଦିଆଯାଇଥିଲା।
ପରେ ଏହା ନକଲି ଜାଣିପାରି କୃଷି ଅଧିକାରୀଙ୍କୁ ଜଣାଇଥିଲେ। ହେଲେ କୌଣସି ସୁଫଳ ନମିଳିବାରୁ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଶୁଣାଣିରେ ସାର ବସ୍ତା ଆଣି ପ୍ରତିବାଦ କରିଛନ୍ତି ସ୍ଥାନୀୟ ଚାଷୀ। ସେପଟେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କୃଷି ଅଧିକାରୀ ।
ବାଲେଶ୍ବର ନୀଳଗିରିରେ ନକଲି ସାର ବଣ୍ଟନ ଅଭିଯୋଗ
ଅଭିଯୋଗ ଆଣି ଅଧିକାରୀଙ୍କ ସମ୍ମୁଖରେ ପ୍ରତିବାଦ
ପ୍ରତିବାଦ କଲେ ସ୍ଥାନୀୟ ଅଂଚଳର ଚାଷୀ
ସାର ବଣ୍ଟନ କରିଥିବା କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।