FASTag rules: ନଭେମ୍ବର ପହିଲାରୁ ବଦଳିବ ଫାସ୍‌ଟ୍ୟାଗ୍‌ ନିୟମ; ୨୦ କିମି ଭିତରେ ରହୁଥିବା ଲୋକଙ୍କୁ ମିଳିବ ରିହାତି

Oct 28, 2026 - 02:27
FASTag rules: ନଭେମ୍ବର ପହିଲାରୁ ବଦଳିବ ଫାସ୍‌ଟ୍ୟାଗ୍‌ ନିୟମ; ୨୦ କିମି ଭିତରେ ରହୁଥିବା ଲୋକଙ୍କୁ ମିଳିବ ରିହାତି

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ପହିଲାରୁ ଜାତୀୟ ରାଜପଥର ଟୋଲ୍‌ ପ୍ଲାଜାଗୁଡ଼ିକରେ ଫାସଟ୍ୟାଗ୍‌ ନିୟମରେ ଏକ ପରିବର୍ତ୍ତନ ଆସିବ।

କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ରାଜପଥ ଫି (ହାର ନିର୍ଦ୍ଧାରଣ ଏବଂ ସଂଗ୍ରହ) ନିୟମ-୨୦୦୮ରେ ଏଥିପାଇଁ ସଂଶୋଧନ ଅଣାଯାଇଛି।

ଟୋଲ୍‌ ପ୍ଲାଜାଠାରୁ ୨୦ କିମି ଦୂରତା ଭିତରେ ରହୁଥିବା ଅଣବାଣିଜ୍ୟିକ ଯାନର ମାଲିକମାନଙ୍କୁ ରିହାତି ଦରରେ ଲୋକାଲ ପାସ୍‌ ଯୋଗାଇ ଦିଆଯିବ।

Advertisment ଏହି ପାସ୍‌ ଜରିଆରେ ସେମାନେ ପ୍ରତି ଟ୍ରିପ୍‌ ପାଇଁ ଟୋଲ୍‌ ଫି ଦେବା ପରିବର୍ତ୍ତେ ଏକ ନିର୍ଦ୍ଦି‌ଷ୍ଟ ମୂଲ୍ୟରେ ବାର୍ଷିକ ଫାସଟ୍ୟାଗ୍‌ ପାସ୍‌ କିଣିପାରିବେ।

ଟୋଲ୍‌ ପ୍ଲାଜାଟି ଯଦି ସ୍ଥାନୀୟ ମ୍ୟୁନିସିପାଲିଟି ବା ସହରାଞ୍ଚଳ ବାହାରେ ରହିଥାଏ ତା'ହେଲେ ନୂଆ ନିୟମ ଅନୁଯାୟୀ, ଯୋଗ୍ୟ ଗାଡ଼ିମାଲିକମାନେ ବାର୍ଷିକ ୧୫୦୦ ଟଙ୍କାରେ ପାସ୍‌ କିଣିପାରିବେ।

ଯଦି ଟୋଲ ପ୍ଲାଜା ସ୍ଥାନୀୟ ସହରାଞ୍ଚଳ ସୀମା ଭିତରେ ରହିଛି ତାହେଲେ ଯୋଗ୍ୟ ଗାଡ଼ି ମାଲିକମାନେ ୩୦୦୦ ଟଙ୍କା ଦେଇ ପାସ୍‌ କିଣିପାରିବେ।

ସରକାର ଏହି ଫି ପ୍ରତିବର୍ଷ ଏପ୍ରିଲ ପହିଲାରେ ସଂଶୋଧନ କରିପାରିବେ।

ଯେଉଁ ଟୋଲ୍‌ ପ୍ଲାଜା ପାଇଁ ପାସ୍‌ ପ୍ରଦାନ କରାଯାଇଥିବ କେବଳ ସେହିଠାରେ ହିଁ ଏହା କାମ ଦେବ।

ଅର୍ଥାତ୍‌ ସେହି ବାଟରେ ପଡ଼ୁଥିବା ଅନ୍ୟ ଟୋଲ୍‌ ପ୍ଲାଜାରେ ‌କୌଣସି ରିହାତି ମିଳିବ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।