Fatal Accident on NH-16: ଭୟଙ୍କର ଦୁର୍ଘଟଣା: ଅଜଣା ଗାଡ଼ିକୁ ଧକ୍କା ଦେଇ ଟ୍ରକ୍ ଡ୍ରାଇଭର ମୃତ
ଭୟଙ୍କର ଦୁର୍ଘଟଣା। ଅଜଣା ଗାଡିକୁ ଧକ୍କା ଦେଲା ପରିବା ବୋଝେଇ ଗାଡି । ଟ୍ରକର ସମ୍ମୁଖ ଭାଗ ଭାଙ୍ଗିରୁଜି ଚୁରମାର୍। ଡ୍ର୍ରାଇଭର ମୃତ। ବାଲେଶ୍ୱର ଜିଲ୍ଲାର ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥର ଚଡକମରା ଓଭରବ୍ରିଜ୍ ଉପରେ ଦୁର୍ଘଟଣା ହୋଇଛି। ଭୋର୍ ୩.୪୫ରେ ପଶ୍ଚିମବଙ୍ଗ ରୁ ଭଦ୍ରକ ଯାଉଥିବା ବେଳେ ଏକ ଅଜଣା ଗାଡିକୁ ଧକ୍କା ଦେଇଥିଲା ।
ପରିବା ବୋଝେଇ ଟ୍ରକ। ଦୁର୍ଘଟଣା ପରେ ଅନ୍ୟ ଗାଡି ଘଟଣାସ୍ଥଳରୁ ଫେରାର ଥିବା ବେଳେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।
ଅଜଣା ଗାଡିକୁ ପିଟିଲା ପରିବା ବୋଝେଇ ଟ୍ରକ
ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ମୃତ
ସୋର ଥାନା ଏନଏଚ ୧୬ ଚଡକମରା ନିକଟରେ ଦୁର୍ଘଟଣା
ପଶ୍ଚିମବଙ୍ଗରୁ ଭଦ୍ରକ ଯାଉଥିଲା ପରିବା ବୋଝେଇ ଟ୍ରକ
ଘଟଣାସ୍ଥଳରେ ପୋଲିସର ତଦନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।