Father climbs Salap tree: ପୁଡିଆ ଖାଇବାକୁ ପୁଅ ଟଙ୍କା ନ ଦେବାରୁ ବାପାଙ୍କ ହାଇଡ୍ରାମା; ନାକେଦମ ଅଗ୍ନିଶମ ବାହିନୀ

Nov 01, 2026 - 14:55
Father climbs Salap tree: ପୁଡିଆ ଖାଇବାକୁ ପୁଅ ଟଙ୍କା ନ ଦେବାରୁ ବାପାଙ୍କ ହାଇଡ୍ରାମା; ନାକେଦମ ଅଗ୍ନିଶମ ବାହିନୀ

ମାତ୍ର ୧୦୦ ଟଙ୍କା ପାଇଁ ଗଛ ଉପରେ ହାଇଡ୍ରାମା !

ପୁଡ଼ିଆ ଖାଇବାକୁ ଟଙ୍କା ମାଗିଲେ ବାପା।

ପୁଅ ଟଙ୍କା ଦେବାକୁ ମନା କରିବାରୁ ରାଗିଗଲେ।

ଶେଷରେ ଆତ୍ମହତ୍ୟା ଧମକ ଦେଇ ସଲପ ଗଛ ଉପରକୁ ଚଢ଼ିଗଲେ।

ଦୀର୍ଘ ସମୟ ଧରି ଗଛ ଉପରେ ଚାଲିଲା ହାଇଡ୍ରାମା।

ଶେଷରେ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁଁ ଉଦ୍ଧାର ହେଲା ଜୀବନ।

ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ଖୁଡ଼ିଗୁଡ଼ା ଗ୍ରାମରେ ଘଟିଛି।

ଉକ୍ତ ଗ୍ରାମର ରାମ ମୁଦୁଲି ଶୁକ୍ରବାର ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ପୁଅକୁ ପୁଡ଼ିଆ ଖାଇବା ପାଇଁ ୧୦୦ ଟଙ୍କା ମାଗିଥିଲେ।

ହେଲେ ପୁଅ ଟଙ୍କା ଦେବାକୁ ମନା କରିଦେବାରୁ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ରାମ।

ଏହାପରେ ଆତ୍ମହତ୍ୟା କରିବାକୁ ଧମକ ଦେଇ ଏକ ସଲପ ଗଛ ଉପରକୁ ଚଢ଼ିଯାଇଥିଲେ।

ଗଛ ଉପରୁ ତଳକୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍ ଡାଳ ଭାଙ୍ଗିଯାଇଥିଲା।

ଫଳରେ ସେ ତଳେ ପଡ଼ିବା ପରିବର୍ତ୍ତେ ଗଛରେ ଲାଖି ରହିଯାଇଥିଲେ।

ଏହା ଦେଖି ଗ୍ରାମବାସୀ ତୁରନ୍ତ ପାପଡ଼ାହାଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ସୂଚନା ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅତି ସତର୍କତାର ସହ ରାମଙ୍କୁ ଗଛରୁ ଉଦ୍ଧାର କରିଥିଲେ।

ଫଳରେ ଏକ ବଡ଼ ଅଘଟଣ ଟଳିଯାଇଥିଲା।

ନିଶାସକ୍ତ ଅବସ୍ଥାରେ ଏଭଳି ବିପଜ୍ଜନକ ପଦକ୍ଷେପ ନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।