FDI : ୧୨ ବର୍ଷରେ ଆସିଛି ୮୪୩ ବିଲିଅନ ଡଲାର ଏଫ୍‌ଡିଆଇ, ୨୦୨୫-୨୬ରେ ରେକର୍ଡ ୯୪.୫ ବିଲିଅନ ଡଲାର

Sep 25, 2026 - 21:54
FDI : ୧୨ ବର୍ଷରେ ଆସିଛି ୮୪୩ ବିଲିଅନ ଡଲାର ଏଫ୍‌ଡିଆଇ, ୨୦୨୫-୨୬ରେ ରେକର୍ଡ ୯୪.୫ ବିଲିଅନ ଡଲାର

"ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିକବର୍ଷରେ ଭାରତକୁ ରେକର୍ଡ ୯୪.୫୩ ବିଲିଅନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି (ଏଫ୍‌ଡିଆଇ) ଆସିଛି।

ଏଥିଯୋଗୁ ଗତ ୧୨ ବର୍ଷ ମଧ୍ୟରେ ଦେଶକୁ ୮୪୩ ବିଲିଅନ ଡଲାରର ଏଫ୍‌ଡିଆଇ ଆଗମନ ହୋଇଛି।

ସେପ୍ଟେମ୍ବର ୨୫ରେ ମୋଦୀ ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନକୁ ୧୨ ବର୍ଷ ପୂରଣ ପରିପ୍ରେକ୍ଷୀ‌ରେ କେନ୍ଦ୍ରବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ସାମାଜିକ ଗଣମାଧ୍ୟମ ଏକ୍ସରେ ଶୁକ୍ରବାର ଉକ୍ତ ସୂଚନା ଦେଇଛନ୍ତି।‌Advertisment ଆହୁରି ପଢନ୍ତୁ :Draupadi Murmu: ରାଷ୍ଟ୍ରପତି ମୁର୍ମୁ ପଶ୍ଚିମବଙ୍ଗର "ଗୁଣ୍ଡା ବିରୋଧୀ" ବିଲ୍‌କୁ ଅନୁମୋଦନ ଦେଲେନି, ପୁନର୍ବିଚାର ପାଇଁ ଫେରାଇଦେଲେ ଏଥିସହିତ ଦେଶର ଉତ୍ପାଦନ ଓ ରପ୍ତାନିକୁ ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନା ବଳ ଦେଇଛି।

୨୦୨୬ ମାର୍ଚ୍ଚ ସୁଦ୍ଧା ଏଥିପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ନିବେଶ କାର୍ଯ୍ୟକାରୀ ହୋଇଛି।

ଏଥିଯୋଗୁ ୨୩.୮ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଉତ୍ପାଦନ ଓ ବିକ୍ରି ହୋଇଛି।

ପିଏଲ୍‌ଆଇ ସମର୍ଥିତ କ୍ଷେତ୍ରଗୁଡ଼ିକର ରପ୍ତାନି ୧୫.୨ ଲକ୍ଷ କୋଟି ଟଙ୍କା ରହିଥିବାବେଳେ ଉକ୍ତ ସ୍କିମ୍‌ ଯୋଗୁ ୧୪.୬ ଲକ୍ଷର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ପିଏଲ୍‌ଆଇ ଯୋଜନାରେ ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍‌, ଫାର୍ମା, ମେଡିକାଲ୍‌ ଉପକରଣ, ଆଇଟି ହାର୍ଡୱେର ଏବଂ ସ୍ବତନ୍ତ୍ର ଇସ୍ପାତ ଆଦି କ୍ଷେତ୍ର ବହୁଳଭାବେ ଉପକୃତ ହୋଇଛନ୍ତି।

ଆହୁରି ପଢନ୍ତୁ :BLO app: ବିଏଲ୍‌ଓ ଆପ୍‌ରେ "ଭିଆଇପି" ଫିଚର୍‌କୁ ନେଇ ଚର୍ଚ୍ଚା: ଜୁଲାଇ ୩୦ରେ ହୋଇଥିଲା ଆପ୍‌ ଅପ୍‌ଡେଟ୍‌ ଜାତୀୟ ଶିଳ୍ପ କରିଡର ବିକାଶ ଯୋଜନାରେ ସରକାର ସବୁଜ ଶିଳ୍ପ ସ୍ମାର୍ଟ ସହର ବିକାଶ କରୁଛନ୍ତି।

କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଓପନ୍‌ ନେଟୱର୍କ ଫର୍‌ ଡିଜିଟାଲ କମର୍ସ (ଓଏନ୍‌ଡିସି) ବିଶେଷ ସହାୟକ ହୋଇଛି।

ଏହି ପ୍ଲାଟଫର୍ମ ଜରିଆରେ ୪୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅର୍ଡର ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲ ସୂଚନା ଦେଇଛନ୍ତି।

ମେକ୍‌ ଇନ୍‌ ଇଣ୍ଡିଆର ୧୨ ବର୍ଷ କେବଳ ଏକ କୀର୍ତ୍ତିସ୍ତମ୍ଭ ନୁହେଁ, ବରଂ ଏହା ଆମକୁ ମନେ ପକାଇ ଦିଏ ଯେ ଯେତେବେଳେ ଗୋଟିଏ ଦେଶ ତା ନିଜ ସାମର୍ଥ୍ୟ ଉପରେ ବିଶ୍ବାସ କରେ ଏବଂ ସରକାର ସେହି ବିଶ୍ବାସକୁ ସଂସ୍କାର ଓ କାର୍ଯ୍ୟ ଜରିଆରେ ବଳ ଯୋଗାନ୍ତି କ"ଣ ହୋଇପାରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।