Fertiliser Supply ଖରିଫ୍‌ରେ ସାର ଯୋଗାଣ ନିୟନ୍ତ୍ରଣ କରିବେ ଜିଲ୍ଲାପାଳ

Aug 07, 2026 - 21:48
Fertiliser Supply ଖରିଫ୍‌ରେ ସାର ଯୋଗାଣ ନିୟନ୍ତ୍ରଣ କରିବେ ଜିଲ୍ଲାପାଳ

"ଭୁବନେଶ୍ୱର:  ଖରିଫ୍‌ ଫସଲ ପାଇଁ ଚାଷୀମାନଙ୍କୁ ଆବଶ୍ୟକ ସାର ଯୋଗାଣ ଓ ସୁଷମ ବଣ୍ଟନ ସୁନିଶ୍ଚିତ କରିବାକୁ ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି।

ଚାଷୀଙ୍କୁ ରିହାତି ଦରରେ ଦିଆଯାଉଥିବା ସାରର କଳାବଜାରି ନିୟନ୍ତ୍ରଣ, ସୁଷମ ଆବଣ୍ଟନ ଆଦି ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଲିବ।

Advertisment ଖରିଫ ଫସଲ ପାଇଁ ୭.୯୪ଲକ୍ଷ ମେଟ୍ରିକ୍‌ ଟନ୍‌ ସାର ଯୋଗାଣ: ୨୫ ଡିଲର୍‌ଙ୍କ ଲାଇସେନ୍ସ ବାତିଲ ରାଜ୍ୟର ରସାୟନିକ ସାରର ଅଭାବକୁ ଖଣ୍ଡନ କରି ରାଜ୍ୟ ସରକାର କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ କିସମର ସାର ଆବଣ୍ଟନ କରାଯିବା ପରେ ଚାଷୀଙ୍କର ସମ୍ପୂର୍ଣ୍ଣ ଚାହିଦା ପୂରଣ ପାଇଁ ମାର୍କଫେଡ୍, ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ), ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ( ଲାମ୍ପସ୍) ଏବଂ ଅଧିକୃତ ଖୁଚୁରା ବିକ୍ରେତାଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ସାର ଗଚ୍ଛିତ ରଖାଯାଇଛି।

ମାର୍କଫେଡ୍‌ର ସାର ଯୋଗାଣ ଓ ଆର୍ଥିକ ବ୍ୟବସ୍ଥା କମ୍ପ୍ୟୁଟରୀକରଣ କାର୍ଯ୍ୟକ୍ରମ "ସମନ୍ବିତ" ଆରମ୍ଭ  ସାର ଯୋଗାଣ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ, ସାର ଉତ୍ପାଦନକାରୀ କମ୍ପାନି, ମାର୍କଫେଡ୍ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ ସମନ୍ୱୟ ରକ୍ଷା କରି ଏକ ସମନ୍ୱିତ ମାସିକ ଯୋଗାଣ ଯୋଜନା ପ୍ରସ୍ତୁତ କରାଯାଇଛି।

ଏତଦ୍ ବ୍ୟତୀତ, ତୃଣମୂଳସ୍ତରର ସମବାୟ ସମିତିଗୁଡ଼ିକର ଆବଶ୍ୟକତା ଓ ଗଚ୍ଛିତ ସ୍ଥିତିକୁ ଦୃଷ୍ଟିରେ ରଖି ଯୋଗାଣ ଜାରି ରଖିବାକୁ ଉତ୍ପାଦନକାରୀ କମ୍ପାନି ଓ ମାର୍କଫେଡ୍‌କୁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: ସାର ଯୋଗାଣ ସ୍ବାଭାବିକ କର ଚାଷୀଙ୍କ ସ୍ୱାର୍ଥ ରକ୍ଷା ଏବଂ କଳାବଜାର ରୋକିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ମାନଙ୍କୁ ସାରର ସଠିକ୍ ବିନିଯୋଗ ଉପରେ କଡ଼ା ନଜର ରଖିବା ସହ କଳାବଜାର, ଚୋରା ଚାଲାଣ, କୃତ୍ରିମ ଅଭାବ ଓ ବେଆଇନ ସୀମା ପାର୍ ପରିବହନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଚାଷୀମାନଙ୍କୁ ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ଗୁଣାତ୍ମକ ମାନର ସାର ଯୋଗାଇଦେବା ଲକ୍ଷ୍ୟରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ କୃଷି, ରାଜସ୍ୱ ଏବଂ ପୁଲିସ୍ ଅଧିକାରୀମାନଙ୍କୁ ନେଇ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି।

ଏହି ସ୍କ୍ୱାଡ୍ଗୁଡ଼ିକ ଖୁଚୁରା ଓ ପାଇକାରୀ ସାର ବିକ୍ରି କେନ୍ଦ୍ରଗୁଡ଼ିକରେ ନିୟମିତ ଚଢ଼ାଉ କରି ବେଆଇନ୍ କାର୍ଯ୍ୟକଳାପ ଉପରେ ଦୃଢ଼ ନଜର ରଖୁଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।