Festivals: Navaratri: ପୂଜା ପାର୍ବଣ: ନବରାତ୍ରି ୯ ଦିନ, ୯ ରଙ୍ଗ
ଆରମ୍ଭ ହୋଇଯାଇଛି ନବରାତ୍ରି। ନଅ ଦିନ ଧରି ଚାଲୁଥିବା ମାତୃ ଆରାଧନାର ଏହି ପବିତ୍ର ପର୍ବର ପ୍ରତ୍ୟେକ ଦିନର ରହିଛି ନିଜସ୍ୱ ମହତ୍ତ୍ୱ। ଏହି ଅବସରରେ ମା’ ଦୁର୍ଗାଙ୍କ ନଅଟି ରୂପଙ୍କୁ ନଅ ଦିନରେ ପୂଜା କରାଯାଏ। ଯଦିଓ ନବରାତ୍ରି ପରମ୍ପରା ଓଡ଼ିଶାର ସ୍ବକୀୟ ନୁହେଁ, ତଥାପି ଏଠାରେ ଆନନ୍ଦଉଲ୍ଲାସର ସହ ପାଳନ କରାଯାଉଛି। ଏହି ୯ଦିନ ସହ ୯ଟି ରଙ୍ଗକୁ ଯୋଡ଼ାଯିବାର ପରମ୍ପରା ମଧ୍ୟ ବେଶ୍ ଲୋକପ୍ରିୟ। ନବରାତ୍ରି ପାଳୁଥିବା ଭକ୍ତମାନେ ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧି ମା’ଙ୍କ ଆରାଧନା କରନ୍ତି। ପ୍ରତ୍ୟେକ ରଙ୍ଗକୁ ନେଇ ରହିଛି ପ୍ରତୀକାତ୍ମକ ଅର୍ଥ, ଭାବନା ଓ ବିଶ୍ୱାସ। ତେବେ କେଉଁ ଦିନ କେଉଁ ରଙ୍ଗ? ଆଉ ସେହି ରଙ୍ଗ ପଛର ଭାବନା କ’ଣ?
Education: ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୩ ଦିନିଆ କାର୍ଯ୍ୟକ୍ରମ
ପ୍ରଥମ ଦିନ: ନବରାତ୍ରିର ପ୍ରଥମଦିନ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ଏହିଦିନର ରଙ୍ଗ ହେଉଛି ହଳଦିଆ। ହଳଦିଆ ଆଲୋକ, ଖୁସି ଓ ନୂତନ ଆଶାର ପ୍ରତୀକ। ସକାଳର ସୂର୍ଯ୍ୟକିରଣ ପରି ଏହି ରଙ୍ଗ ଜୀବନରେ ନୂଆ ଉତ୍ସାହ ଆଣିବାର ତଥା ଆଶାବାଦୀ ହେବାର ପ୍ରେରଣା ଦିଏ।
ଦ୍ୱିତୀୟ ଦିନ: ଏହି ଦିନ ମା’ ବ୍ରହ୍ମଚାରିଣୀଙ୍କ ଆରାଧନା କରାଯାଏ। ଏହି ଦିନର ରଙ୍ଗ ସବୁଜ। ସବୁଜ ହେଉଛି ପ୍ରକୃତି, ଜୀବନ ଓ ବିକାଶର ପ୍ରତୀକ। ଗଛର ସବୁଜପତ୍ର ଯେମିତି ଜୀବନର ବାର୍ତ୍ତା ଦିଏ, ସେମିତି ଏହି ରଙ୍ଗ ବି ଆଗକୁ ବଢ଼ିବା ଓ ସମୃଦ୍ଧିର ଭାବନାକୁ ବ୍ୟକ୍ତ କରେ।
ତୃତୀୟ ଦିନ: ମା’ ଚନ୍ଦ୍ରଘଣ୍ଟାଙ୍କୁ ତୃତୀୟ ଦିବସରେ ପୂଜା କରାଯାଏ। ଏହିଦିନ ଧୂସର ରଙ୍ଗକୁ ଗୁରୁତ୍ୱ ଦିଆଯାଏ। ଧୂସର ରଙ୍ଗକୁ ସାଧାରଣତଃ ଶାନ୍ତି, ସନ୍ତୁଳନ ଓ ସ୍ଥିରତା ସହ ଯୋଡ଼ାଯାଏ। ଜୀବନରେ ଚିରକାଳ ସୁଖ ବା ଦୁଃଖ ରହେନାହିଁ। ଉଭୟ ପରିସ୍ଥିତିକୁ ସନ୍ତୁଳିତ ଭାବେ ସାମ୍ନା କରିବା ହେଉଛି ଜୀବନର ଏକ ବଡ଼ ଶିକ୍ଷା। ଧୂସର ରଙ୍ଗ ଏହି ସନ୍ତୁଳନର ପ୍ରତୀକ।
ଚତୁର୍ଥ ଦିନ: ନବରାତ୍ରିର ଚତୁର୍ଥ ଦିବସ ମା’ କୁଷ୍ମାଣ୍ଡାଙ୍କୁ ସମର୍ପିତ। ଏହିଦିନକୁ କମଳା ରଙ୍ଗ ସହ ଯୋଡ଼ାଯାଏ। କମଳା ରଙ୍ଗରେ ରହିଛି ଉତ୍ସାହ, ଶକ୍ତି ଓ ସକାରାତ୍ମକତାର ଭାବନା। ଏହି ରଙ୍ଗ ମଣିଷକୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ପ୍ରେରଣା ଦିଏ।
Judgement: ମେଟ୍ରୋ ଷ୍ଟେସନ ବନ୍ଦ ଓ ଟ୍ରେନ୍ ବାତିଲକୁ ନେଇ ଅଦାଲତ ଅବମାନନା ମାମଲା
ପଞ୍ଚମ ଦିନ: ମା’ ସ୍କନ୍ଦମାତାଙ୍କ ପୂଜା ହୁଏ ପଞ୍ଚମ ଦିନରେ। ଧଳା ରଙ୍ଗ ଏହି ଦିନର ଗୁରୁତ୍ୱ ରଖେ। ଧଳା ଶାନ୍ତି, ପବିତ୍ରତା ଓ ସରଳତାର ପ୍ରତୀକ। ମନକୁ ଶାନ୍ତ ରଖିବା, ଖରାପ ଚିନ୍ତାଠାରୁ ଦୂରେଇ ରହିବା ଓ ନିଜ ଭିତରେ ସକାରାତ୍ମକ ଭାବନା ଜାଗ୍ରତ କରିବାକୁ ଶିଖାଏ ଧଳାରଙ୍ଗ।
ଷଷ୍ଠ ଦିନ: ନବରାତ୍ରିର ଷଷ୍ଠ ଦିନ ମା’ କାତ୍ୟାୟନୀଙ୍କର। ଏହି ଦିନ ଲାଲ୍ ରଙ୍ଗ ସହ ଜଡ଼ିତ। ଲାଲ୍ ହେଉଛି ଶକ୍ତି, ସାହସ, ପ୍ରେମ ଓ ଉତ୍ସାହର ପ୍ରତୀକ। ମା’ ଦୁର୍ଗାଙ୍କ ଶକ୍ତିଶାଳୀ ରୂପକୁ ମନେପକାଏ ଲାଲ୍। ନାଲି ରଙ୍ଗର ପୋଷାକ ପିନ୍ଧି ମା’ଙ୍କ ଆରାଧନା କରିବାର ଅର୍ଥ ହେଉଛି ନିଜ ଭିତରେ ଥିବା ସାହସକୁ ଜାଗ୍ରତ କରିବା ଏବଂ ଜୀବନର କଠିନ ପରିସ୍ଥିତିରେ ଭୟ ନକରି ଆଗକୁ ବଢ଼ିବା।
ସପ୍ତମ ଦିନ: ନବରାତ୍ରିର ସପ୍ତମ ଦିନ ମା’ କାଳରାତ୍ରୀଙ୍କୁ ପୂଜା କରାଯାଏ। ନୀଳ ହେଉଛି ଏହିଦିନର ରଙ୍ଗ। ନୀଳ ରଙ୍ଗ ଆକାଶ ଓ ସମୁଦ୍ରର ଗଭୀରତାକୁ ବୁଝାଏ। ଶାନ୍ତି, ବିଶ୍ୱାସ ଓ ମନର ଗଭୀରତା ହେଉଛି ଏହି ରଙ୍ଗ। ମା’ କାଳରାତ୍ରୀଙ୍କ ରୂପ ଯେପରି ଅନ୍ଧକାର ଓ ଭୟକୁ ଦୂର କରିବାର ବାର୍ତ୍ତା ଦିଏ, ନୀଳ ରଙ୍ଗ ବି ମନକୁ ସର୍ବଦା ସ୍ଥିର ରଖିବାକୁ ଉତ୍ସାହ ଦିଏ।
ଅଷ୍ଟମ ଦିନ: ମା’ ମହାଗୌରୀଙ୍କୁ ଅଷ୍ଟମ ଦିନଟି ସମର୍ପିତ। ଏହିଦିନ ଗୋଲାପୀ ରଙ୍ଗକୁ ବହୁ ସ୍ଥାନରେ ପ୍ରାଧାନ୍ୟ ଦିଆଯାଏ। ଗୋଲାପୀ ହେଉଛି ପ୍ରେମ, ସ୍ନେହ, ମମତା ଓ ସୌନ୍ଦର୍ଯ୍ୟର ରଙ୍ଗ। ମା’ଙ୍କ କରୁଣାମୟ ରୂପକୁ ଏହା ପ୍ରତିଫଳିତ କରେ ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି। ଏହିଦିନ ପରିବାର ସହ ସମୟ କାଟିବା, ପରସ୍ପରକୁ ସ୍ନେହ ଦେବା ଓ ସମ୍ପର୍କକୁ ଆହୁରି ମଜଭୁତ କରିବାର ଭାବନା ମଧ୍ୟ ଏ ରଙ୍ଗ ସହ ଯୋଡ଼ାଯାଏ।
Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ
ନବମ ଦିନ: ନବରାତ୍ରିର ଶେଷ ଦିନ ମା’ ସିଦ୍ଧିଦାତ୍ରୀଙ୍କର। ଏହି ଦିନର ରଙ୍ଗ ହେଉଛି ବାଇଗଣୀ। ବାଇଗଣୀକୁ ଆଧ୍ୟାତ୍ମିକତା, ଗରିମା ଓ ଅନ୍ତର୍ନିହିତ ଶକ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ। ୯ଦିନର ପୂଜା ଶେଷରେ ଏହି ରଙ୍ଗ ମଣିଷକୁ ଆତ୍ମଚିନ୍ତନ କରିବାର ସନ୍ଦେଶ ଦିଏ। ବାହାର ଦୁନିଆର ରଙ୍ଗଠାରୁ ମନର ରଙ୍ଗ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ଏହି ରଙ୍ଗ ସୂଚାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।