Festive season: ପାର୍ବଣରେ ୨.୫ ଲକ୍ଷ ସାମୟିକ ନିଯୁକ୍ତି

Sep 21, 2026 - 05:20
Festive season: ପାର୍ବଣରେ ୨.୫ ଲକ୍ଷ ସାମୟିକ ନିଯୁକ୍ତି

"ନୂଆଦିଲ୍ଲୀ: ଚଳିତବର୍ଷ ପାର୍ବଣ ଋତୁରେ ଦେଶରେ ନିଯୁକ୍ତି ସୁଯୋଗ ବଢ଼ିବାକୁ ଯାଉଛି।

ଏହି ସମୟରେ ନିଯୁକ୍ତିରେ ୧୫ରୁ ୨୦ ପ୍ରତିଶତ ବୃଦ୍ଧି ସମ୍ଭାବନା ରହିଛି।

ଏହା ଫଳରେ ପ୍ରାୟ ୨ରୁ ୨.୫ ଲକ୍ଷ ସାମୟିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଏନ୍‌ଏଲ୍‌ବି ସର୍ଭିସେସ୍‌ ନାମକ ଏକ ସଂସ୍ଥାର ରିପୋର୍ଟରୁ ଜଣାପଡ଼ିଛି।

ପାର୍ବଣ ସମୟରେ ବଢ଼ୁଥିବା କିଣାକିଣି ଓ ବ୍ୟାବସାୟିକ ଚାହିଦା ଯୋଗୁଁ କମ୍ପାନିଗୁଡ଼ିକ ଅଧିକ କର୍ମଚାରୀ ନିଯୁକ୍ତ କରିବେ।

ଦେଶରେ ଦଶହରା, ଦୀପାବଳି ଭଳି ପାର୍ବଣ ସମୟରେ ଲୋକମାନେ କିଣାକିଣିରେ ଅଧିକ ଖର୍ଚ୍ଚ କରନ୍ତି।

ଏହାର ସିଧାସଳଖ ପ୍ରଭାବ ରିଟେଲ୍ ଓ ଇ-କମର୍ସ ବ୍ୟବସାୟ ଉପରେ ପଡ଼ିଥାଏ।

ଅନଲାଇନ୍‌ରେ ଅଧିକ ବରାଦ ଆସିବା ସହ ଦୋକାନଗୁଡ଼ିକରେ ମଧ୍ୟ ଗ୍ରାହକଙ୍କ ଭିଡ଼ ବଢ଼ିଥାଏ।

ତେଣୁ ଏହି ସମୟରେ କମ୍ପାନିଗୁଡ଼ିକ ଅଧିକ କର୍ମଚାରୀଙ୍କ ଆବଶ୍ୟକତା ଅନୁଭବ କରନ୍ତି।Advertisment Appreciation letter: ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର ପାର୍ବଣ ସମୟରେ ଇ-କମର୍ସ, ରିଟେଲ୍, ଲଜିଷ୍ଟିକ୍ସ ଓ ଡେଲିଭରି କ୍ଷେତ୍ରର ଭୂମିକା ଅଧିକ ରହିବ।

ଏହା ସହ ଗୋଦାମ, ପ୍ୟାକେଜିଂ, ଗ୍ରାହକ ସେବା, କଲ୍ ସେଣ୍ଟର ଓ ଷ୍ଟୋର୍‌ରେ ମଧ୍ୟ ସାମୟିକ କର୍ମଚାରୀଙ୍କ ଚାହିଦା ବଢ଼ିବ।

ଡାର୍କ ଷ୍ଟୋର୍‌ ଇନ୍‌ଭେଣ୍ଟୋରି କଣ୍ଟ୍ରୋଲର୍‌, ରିଟର୍ଣ୍ଣ ଓ ରିଫଣ୍ଡ୍‌ ସ୍ପେସାଲିଷ୍ଟ, ଗ୍ରାହକ ଅଭିଯୋଗ ସମାଧାନ ଏକ୍‌ଜିକ୍ୟୁଟିଭ୍‌, ମାର୍କେଟ୍‌ପ୍ଲେସ୍‌ ପରିଚାଳନା ପେସାଦାର, ଠକେଇ ଚିହ୍ନଟ ଓ କାରବାର ସହାୟତା କର୍ମଚାରୀ, କାଟେଲଗ ପରିଚାଳନା ଏକ୍‌ଜିକ୍ୟୁଟିଭ୍‌ ଓ ବରାଦ ପରିଚାଳନା ସ୍ପେସାଲିଷ୍ଟ ଭଳି ଭୂମିକାରେ ସାମୟିକ ନିଯୁକ୍ତି ସୃଷ୍ଟି ହେବ।

ନୂତନ ସାମୟିକ ନିଯୁକ୍ତି ମଧ୍ୟରୁ ୪୫ ପ୍ରତିଶତ ନିଯୁକ୍ତି ଦେଶର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ସୃଷ୍ଟି ହେବ।

ଜୟପୁର, ଲକ୍ଷ୍ନୌ, ଇନ୍ଦୋର, ସୁରଟ, ନାଗପୁର, ଭୁବନେଶ୍ବର, କୋଏମ୍ବାଟୁର, ଚଣ୍ଡିଗଡ଼ ଓ କୋଚି ଭଳି ସହରରେ ଇ-କମର୍ସ, କ୍ବିକ୍‌ କମର୍ସ, ସଂଗଠିତ ରିଟେଲ୍‌ ଓ ଆଞ୍ଚଳିକ ଫୁଲ୍‌ଫିଲ୍‌ମେଣ୍ଟ୍‌ କେନ୍ଦ୍ର ରହିଥିବାରୁ ସେଠାରେ ଚାହିଦାରେ ବୃଦ୍ଧି ହୋଇଥିବା ରିପୋର୍ଟରେ କୁହାଯାଇଛି।

ସାମୟିକ ନିଯୁକ୍ତି ସୁଯୋଗକୁ ନୂଆ କରି ଶ୍ରମଶକ୍ତିରେ ପ୍ରବେଶ କରିବାକୁ ଚାହୁଥିବା କର୍ମଚାରୀ ଓ ମହିଳାମାନେ ହାସଲ କରିପାରନ୍ତି।

ଏହି ନିଯୁକ୍ତିରେ ମହିଳାମାନଙ୍କ ଭାଗ ୩୦-୩୫ ପ୍ରତିଶତ ପର୍ଯ୍ୟନ୍ତ ରହିବା ଆଶା କରାଯାଉଛି।

FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।