Festive Season Alert: ପାର୍ବଣ ପୂର୍ବରୁ ଆକ୍ସନ୍ ମୋଡ୍‌ରେ BMC, ପଟିଆରେ ହୋଟେଲ୍‌ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ

Oct 12, 2026 - 15:37
Festive Season Alert: ପାର୍ବଣ ପୂର୍ବରୁ ଆକ୍ସନ୍ ମୋଡ୍‌ରେ BMC, ପଟିଆରେ ହୋଟେଲ୍‌ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ

ପାର୍ବଣ ଋତୁ ଆରମ୍ଭରୁ ଆକ୍ସନ୍ ମୋଡ୍‌କୁ ଆସିଛି ଭୁବନେଶ୍ୱର ମହାନଗର ନିଗମ (BMC)। ପାର୍ବଣ ସମୟରେ ଲୋକଙ୍କୁ ସୁରକ୍ଷିତ ଓ ଗୁଣାତ୍ମକ ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ରାଜଧାନୀର ପଟିଆ ଅଞ୍ଚଳରେ ବିଭିନ୍ନ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ କରିଛି ଖାଦ୍ୟ ସୁରକ୍ଷା ବିଭାଗ।

ପାର୍ବଣ ସମୟରେ ହୋଟେଲ୍‌ ଓ ରେଷ୍ଟୁରାଣ୍ଟଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ବଢ଼ୁଥିବାରୁ ଖାଦ୍ୟର ମାନ ଓ ଗୁଣବତ୍ତା ଯାଞ୍ଚକୁ ଜୋରଦାର କରାଯାଇଛି। ଏହି କ୍ରମରେ ପଟିଆ ଅଞ୍ଚଳର ବିଭିନ୍ନ ଖାଦ୍ୟ ପ୍ରତିଷ୍ଠାନରେ ଯାଞ୍ଚ କରିଛି ବିଭାଗୀୟ ଟିମ୍‌।

ବାସି ଓ ଖାଇବା ଅନୁପଯୋଗୀ ଖାଦ୍ୟ ନଷ୍ଟ

ଯାଞ୍ଚ ସମୟରେ ଖାଦ୍ୟର ଗୁଣବତ୍ତା ଓ ଏହା ଖାଇବା ପାଇଁ ଉପଯୁକ୍ତ କି ନୁହେଁ, ସେନେଇ ଯାଞ୍ଚ କରାଯାଉଛି। ଏହି ସମୟରେ ବାସି ଓ ଖାଇବା ଅନୁପଯୋଗୀ ଖାଦ୍ୟକୁ ନଷ୍ଟ କରାଯାଉଛି।
ପାର୍ବଣ ସମୟରେ ଗ୍ରାହକଙ୍କୁ ଯେପରି ନିରାପଦ ଓ ଗୁଣାତ୍ମକ ଖାଦ୍ୟ ମିଳିବ, ସେଥିପ୍ରତି ଖାଦ୍ୟ ସୁରକ୍ଷା ବିଭାଗ ଗୁରୁତ୍ୱ ଦେଉଛି। ଏଥିସହ ଖାଦ୍ୟର ମାନ ବଜାୟ ରଖିବା ଦିଗରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଉଛି।

ପାର୍ବଣ ସମୟରେ ଖାଦ୍ୟର ଗୁଣବତ୍ତାକୁ ନେଇ ଯେପରି କୌଣସି ଅବହେଳା ନହୁଏ, ସେଥିପାଇଁ BMC ଓ ଖାଦ୍ୟ ସୁରକ୍ଷା ବିଭାଗର ଏହି ଯାଞ୍ଚ ଅଭିଯାନ ଗୁରୁତ୍ୱ ବହନ କରୁଛି।

ପଟିଆରେ BMC ଫୁଡ୍ ସେଫ୍ଟି ବିଭାଗର ରେଡ୍
ପାର୍ବଣ ଋତୁ ଆରମ୍ଭରୁ ଆକ୍ସନ୍ ମୋଡ୍ ରେ BMC
ବିଭିନ୍ନ ହୋଟେଲ୍ ରେ ଖାଦ୍ୟର ମାନ ଯାଞ୍ଚ କରୁଛି ବିଭାଗ
ପାର୍ବଣ ଋତୁ ପାଇଁ ଖାଦ୍ୟର ମାନ ଯାଞ୍ଚ କଡ଼ାକଡ଼ି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।