Festive season: ପାର୍ବଣ ପୂର୍ବରୁ ବେପାରରେ ପ୍ରହାର: ୟୁନିଟ୍‌-୧ ହାଟରୁ ଜବରଦଖଲ ଉଚ୍ଛେଦ, ପୋଛିଦେଲେ ରାଜମହଲରୁ ଏଜି ରାସ୍ତା

Sep 12, 2026 - 08:32
Festive season: ପାର୍ବଣ ପୂର୍ବରୁ ବେପାରରେ ପ୍ରହାର: ୟୁନିଟ୍‌-୧ ହାଟରୁ ଜବରଦଖଲ ଉଚ୍ଛେଦ, ପୋଛିଦେଲେ ରାଜମହଲରୁ ଏଜି ରାସ୍ତା

"ଭୁବନେଶ୍ବର: ଆରମ୍ଭ ହୋଇଛି ପାର୍ବଣ ଋତୁ।

ଦୁଇଦିନ ପରେ ଗଣେଶ ଚତୁର୍ଥୀ।

ବିଘ୍ନରାଜ ପ୍ରଭୁ ଗଣେଶଙ୍କ ପୂଜା।

ଏଥିପାଇଁ ଉତ୍ସବମୁଖର ହୋଇଛି ଗାଁଠୁ ସହର।

ଏହି ପୂଜା ଭିଡ଼ରେ ବେପାରର ଆଶା ବାନ୍ଧିଥିଲେ ଭୁବନେଶ୍ବର ୟୁନିଟ୍‌-୧ ହାଟର ଉଠାଦୋକାନୀ।

କିନ୍ତୁ ପାର୍ବଣ ବେପାର ପୂର୍ବରୁ ଏଥିରେ ବିଏମ୍‌ସିର ପ୍ରହାର ବାଜିଛି।

ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାର ବାମପାର୍ଶ୍ବରେ ଥିବା ସବୁ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି।

ଏଣୁ ବେପାର ପୂର୍ବରୁ ପୂଜା ପାଇଁ ଦୋକାନ ଭର୍ତ୍ତି ସାମଗ୍ରୀ ସବୁ ଦୋକାନୀଙ୍କୁ ଫେରାଇ ନେବାକୁ ପଡ଼ିଛି।

ପେଡ଼ିପୁଟୁଳି ବାନ୍ଧି କାନ୍ଦି କାନ୍ଦି ଦୋକାନୀମାନେ ଫେରିଛନ୍ତି।

ଯେଉଁମାନେ ଦୋକାନ ଖାଲି କରି ପାରିନାହାନ୍ତି, ସେସବୁ ଉଚ୍ଛେଦ ଭିତରେ ମାଟିରେ ମିଶିଯାଇଛି।

କେବଳ ଘରକରଣା ସାମଗ୍ରୀ ବିକ୍ରି କରୁଥିବା ଉଠାଦୋକାନ ନୁହେଁ, ରାସ୍ତା ଉପରେ ଫଳ ବିକ୍ରି କରୁଥିବା ଦୋକାନୀଙ୍କୁ ବି ଉଚ୍ଛେଦ କରାଯାଇଛି।

ଏଣୁ ଏହି ଉଠାଦୋକାନୀମାନେ ବ୍ୟାପକ କ୍ଷତି ସହିଛନ୍ତି।Advertisment Editorial: ଆଶା ଓ ଆକାଶ: ଶୀତଳ ଭଣ୍ଡାରରେ ବନ୍ଦୀ ଶୀତଳ ଶୃଙ୍ଖଳ ଶେଷଥର ଯେବେ ୟୁନିଟ୍‌-୧ ହାଟରେ ଅଗ୍ନିକାଣ୍ଡ ଘଟିଥିଲା, ସେବେଠୁ ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ଉଠାଦୋକାନୀ ଉଚ୍ଛେଦ ପାଇଁ ବିଏମ୍‌ସି ପ୍ରୟାସ ଆରମ୍ଭ କଲାଣି।

ବିଶେଷ କରି ୟୁନିଟ୍‌-୧ ହାଟ ସମ୍ମୁଖରେ ଥିବା ୫୦ରୁ ଅଧିକ ଦୋକାନ ହଟାଇବାକୁ ଏକାଧିକ ଥର ପ୍ରୟାସ କରିଥିଲା।

କିନ୍ତୁ ଦୋକାନୀଙ୍କ ତୀବ୍ର ବିରୋଧ ଓ ଆନ୍ଦୋଳନ ଯୋଗୁ ବିଏମ୍‌ସି ସଫଳ ହୋଇପାରିନଥିଲା।

ସେପଟେ ବିଏମ୍‌ସି ଏମାନଙ୍କୁ କମଳା ନେହରୁ କଲେଜ ରାସ୍ତାରେ ଭେଣ୍ଡିଂ ଜୋନ୍‌ କରି ଥଇଥାନ ଯୋଜନା କରିଛି।

କିନ୍ତୁ ସେଠାରେ ବେପାର ହେବନି କହି ‌ସେମାନେ ଯିବାକୁ ମଙ୍ଗିନଥିଲେ।

ବାଦବିବାଦ ଭିତରେ ୬ ମାସ ଗଡ଼ିଗଲାଣି।

ତେବେ ଦୋକାନୀମାନେ କିଛି ଜାଣିବା ପୂର୍ବରୁ ଆଜି ସକାଳୁ ହଠାତ୍‌ ବ୍ୟାପକ ପୁଲିସ ଉପସ୍ଥିତିରେ ଜେସିବି ଲଗାଇ ଏହି ସବୁ ଦୋକାନକୁ ଉଚ୍ଛେଦ କରିଦିଆଯାଇଛି ଏବଂ ଉଚ୍ଛେଦସ୍ଥଳରେ ପୁଣି ଅନୁପ୍ରବେଶ ରୋକିବା ଓ ଜବରଦଖଲମୁକ୍ତ ରଖିବା ପାଇଁ ବିଏମ୍‌ସି ବାଉଁଶ ଓ ତାରବାଡ଼ ବୁଲାଇଛି।

କମଳା ନେହରୁ ରାସ୍ତାରେ ୫୪ ଦୋକାନୀ ହେବେ ଥଇଥାନ ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ ପାଇଁ ୟୁନିଟ୍‌-୧ ହାଟ ପଛପାର୍ଶ୍ବରେ କମଳା ନେହେରୁ କଲେଜ ରାସ୍ତାରେ ନୂଆ ଭେଣ୍ଡିଂ ଜୋନ୍‌ କରାଯାଇଛି।

୫୪ଟି ଟିଣର ଦୋକାନ ଏଠାରେ ପଡ଼ିଛି।

ଘରର ନମ୍ବରିଂ ବି ସରିଛି।

କିନ୍ତୁ ଯେହେତୁ ଏହି ଦୋକାନ ନାଳ ଉପରେ ପକାଯାଇଛି, ଭେଣ୍ଡିଂ ଜୋନ୍‌ର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠିଛି।

କାରଣ ନିଜେ ବିଏମ୍‌ସି ନାଳ ଉପରେ ଦୋକାନ ପଡ଼ିଲେ ଉଚ୍ଛେଦ କରୁଛି।

କିନ୍ତୁ ନିଜେ ବିଏମ୍‌ସି ଏଠାରେ ଯେଉଁ ଭେଣ୍ଡିଂ ଜୋନ୍‌ କରିଛି, ସେଠାର ସବୁ ଦୋକାନ ନାଳ ଉପରେ ପଡ଼ିଛି।

ନିଜେ ବିଏମ୍‌ସି ନିଜ ନିୟମକୁ ଭାଙ୍ଗିଥିବାରୁ ପରବର୍ତ୍ତୀ ସମୟରେ ଏ ଉପରେ ଆପତ୍ତି ଉଠିପାରେ ଓ ଆମକୁ ପୁଣି ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଯାଇପାରେ ବୋଲି ଉଠାଦୋକାନୀମାନେ ଆଶଙ୍କା କରିଛନ୍ତି।

ବୁଡ଼ିଗଲା ଗଣେଶ ମୂର୍ତ୍ତି ବେପାରବୁଡ଼ିଗଲା ଲକ୍ଷାଧିକ ଟଙ୍କା ଗଣେଶ ମୂର୍ତ୍ତି ବେପାର ୟୁନିଟ୍‌-୧ ଉଠା ଦୋକାନୀଙ୍କ ସହ ରାଜମହଲ ଛକରୁ ଏସ୍‌ବିଆଇ ମୁଖ୍ୟ ଶାଖା କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଡ଼ିଥିବା ଗଣେଶ ମୂର୍ତ୍ତି ବିକ୍ରେତାଙ୍କୁ ବି ଉଚ୍ଛେଦ କରାଯାଇଛି।

ଏମାନେ ଟାଣିଥିବା ତମ୍ବୁ ଭାଙ୍ଗି ଦିଆଯାଇଛି।

ଏଣୁ ପ୍ରତିବର୍ଷ ଗଣେଶ ମୂର୍ତ୍ତି ବିକ୍ରି କରି ଦୁଇପଇସା ରୋଜଗାର କରୁଥିବା ବେପାରୀମାନେ ବ୍ୟାପକ କ୍ଷତି ସହିଛନ୍ତି।

ଫୁଟ୍‌ପାଥ୍‌ ଉପରେ ପ୍ରାୟ ୨୦ଟି ଗଣେଶ ମୂର୍ତ୍ତି ଦୋକାନ ପଡ଼ିଥିଲା।

ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ଯାହା କିଛି ବେପାର ହୋଇଥାନ୍ତା।

କିଏ ୫ଲକ୍ଷ ଟଙ୍କାର ମୂର୍ତ୍ତି ତ" କିଏ ୧୦ଲକ୍ଷ ଟଙ୍କାର ମୂର୍ତ୍ତି କିଣି ରଖିଥିଲେ।

କାହା ପାଖରେ ୨ରୁ ୫ ଫୁଟ ଉଚ୍ଚ ତ କାହା ପାଖରେ ୬ରୁ ୮ ଫୁଟ ଉଚ୍ଚ ଗଣେଶ ମୂର୍ତ୍ତି ରହିଥିଲା।

କେତେକ ବେପାରୀ କୋଲକାତାରୁ ମୂର୍ତ୍ତି ମଗାଇଥିଲେ।

କିନ୍ତୁ ଆଜି ସବୁ ଦୋକାନୀଙ୍କୁ ଉଠାଇ ଦିଆଯାଇଛି।

ଯେଉଁ ମୂର୍ତ୍ତି ‌ଏମାନେ ବିକ୍ରି ପାଇ ରଖିଥିଲେ, ଗାଡ଼ି କରି ଘରକୁ ଫେରାଇ ନେଇଛନ୍ତି।

ଅପରପ‌କ୍ଷେ ଶୁଣିବାକୁ ମିଳିଛି, ପ୍ରତିବର୍ଷ ଭଳି ଏମାନେ ଦୋକାନ ଖୋଲିବାକୁ ଆବେଦନ କରି ବେପାର ପସରା ମେଲାଇ ଦେଇଥିଲେ।

ପ୍ରତିବର୍ଷ ଅନୁମତି ପରେ ଆସୁଥିଲା, କିନ୍ତୁ ବେପାର ଆଗୁଆ ଆରମ୍ଭ ହୋଇଯାଉଥିଲା।

ଚଳିତବର୍ଷ ବି ସେଭଳି କରିଥିଲେ।

ଆବେଦନ କରିଥିଲେ ବି ଖୋଲିବାକୁ ଅନୁମତି ଆସି ନଥିଲା।

ସେହି ଅନୁସାରେ ବିଜୁଳି ସଂଯୋଗ ଓ ଅନ୍ୟାନ୍ୟ ବ୍ୟବସ୍ଥା ବି କରିଥିଲେ।

କିନ୍ତୁ ଅନୁମତି ନଥିବା ଦର୍ଶାଇ ବିଏମ୍‌ସି ଏସବୁକୁ ଉଚ୍ଛେଦ କରି ଦେଇଛି।

Education: ସମାଜ ଆମ ଯୋଗାଯୋଗ ପଦ୍ଧତିକୁ ଆକାର ଦେଇଥାଏ: ଶ୍ରୀ ଅଖିଳ କୁମାର ମିଶ୍ର ବିରୋଧ କରିବାରୁ ୪ଜଣଙ୍କୁ ଉଠାଇ ନେଲା ପୁଲିସଆଜି ଉଚ୍ଛେଦ ବେଳେ କିଛି ଯୁବକ ଏହାକୁ ବିରୋଧ କରିଥିଲେ।

କୌଣସି ପୂର୍ବ ସୂଚନା ନଦେଇ ଏଭଳି ଉଚ୍ଛେଦ ଠିକ୍‌ ନୁହେଁ ବୋଲି କହିଥିଲେ।

ଦୋକାନ ଖାଲି କରିବାକୁ ସମୟ ଦିଅ ବୋଲି କହିଥିଲେ।

କିନ୍ତୁ ଏହି ୪ଜଣ ଯୁବକଙ୍କୁ କ୍ୟାପିଟାଲ୍‌ ଥାନା ପୁଲିସ ଉଠାଇ ନେଇଥିଲା।

ସେପଟେ ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ୪ଜଣଙ୍କୁ ତତ୍କାଳ ଅନ୍ୟ ଥାନାକୁ ସ୍ଥାନାନ୍ତର କରି ଦିଆଯାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।