FIFA U-15 World Cup: ଫିଫା ୧୫ ବର୍ଷରୁ କମ୍‌ ବିଶ୍ବକପ୍‌: ବିଜୟରୁ ଭାରତର ଅଭିଯାନ, ଲାଓସ୍‌କୁ ୪-୨ରେ ହରାଇଲା

Oct 25, 2026 - 04:38
FIFA U-15 World Cup: ଫିଫା ୧୫ ବର୍ଷରୁ କମ୍‌ ବିଶ୍ବକପ୍‌: ବିଜୟରୁ ଭାରତର ଅଭିଯାନ, ଲାଓସ୍‌କୁ ୪-୨ରେ ହରାଇଲା

ବକୁ: ଆଜରବୈଜାନ୍‌ରେ ଚାଲିଥିବା ଫିଫା ୧୫ ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି।

ଶନିବାର ମ୍ୟାଚ୍‌ରେ ଭାରତ ୪-୨ ଗୋଲ୍‌ରେ ଲାଓସ୍‌କୁ ମାତ୍‌ ଦେଇଛି।

ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ ମାକଡୋନିସ ଏନ୍‌ଗାଇରାଙ୍ଗବାମ୍‌ଙ୍କ ଗୋଲ୍‌ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।

ଏହାର ୪ ମିନିଟ୍‌ ପରେ ଆର୍‌ ଲାଲରେମରୁଆତଫେଲା (୧୧ ମିନିଟ୍‌)ଙ୍କ ଗୋଲ୍‌ରେ ଭାରତ ୨-୦ରେ ଆଗୁଆ ହୋଇଥିଲା।

Advertisment Kalinga Ghati: କଳିଙ୍ଗା ଘାଟିରେ ଭୂସ୍ଖଳନ ସ୍ଥଳ ଏବଂ ରାସ୍ତା ଅନୁଧ୍ୟାନ କଲେ ଦିଲ୍ଲୀ ଆଇଆଇଟିର ବିଶେଷଜ୍ଞ ଦଳ ଏହା ପର ମିନିଟ୍‌ରେ ଲାଓସ୍‌ର ଆନ୍ନାଭିନ ଜାୟାସୋନ୍‌ (୧୨ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ଦେବାରୁ ପ୍ରଥମାର୍ଦ୍ଧକୁ ୨-୧ରେ ନିଜ ଶେଷ ହୋଇଥିଲା।

୨୪ତମ ମିନିଟ୍‌ରେ ସୌକସାଭନ ସିଲିସେଙ୍ଗ ଆଉ ଗୋଟିଏ ଗୋଲ୍‌ ଶୁଝି ସ୍ଥିତି ସମାନ କରିଥିଲେ।

ତେବେ ୩୧ ମିନିଟ୍‌ରେ ଲାଲରେମରୁଆଫେଲା ଓ ୩୩ ମିନିଟ୍‌ରେ ସୌମ୍ୟଜିତ୍‌ ସର୍କାର ଗୋଲ୍‌ କରି ଭାରତକୁ ବିଜୟ ଭେଟି ଦେଇଥିଲେ।

ଭାରତ ପରବର୍ତ୍ତୀ ମ୍ୟାଚ୍‌ ରେ ରବିବାର କାମେରନ ଓ ଗ୍ରେନାଡାକୁ ଭେଟିବ।

Weekly Horoscope 2026 October 25 to 31: ଜାଣନ୍ତୁ ଏ ସପ୍ତାହର ରାଶିଫଳ ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।