FIFA U15 World Cup: ଫିଫା U-15 ବିଶ୍ୱକପ୍‌ରେ ଭାରତର ଜଲୱା, ଲଗାତାର ଦ୍ୱିତୀୟ ବିଜୟ!

Oct 25, 2026 - 16:04
FIFA U15 World Cup: ଫିଫା U-15 ବିଶ୍ୱକପ୍‌ରେ ଭାରତର ଜଲୱା, ଲଗାତାର ଦ୍ୱିତୀୟ ବିଜୟ!

ଫିଫା 15 ବର୍ଷରୁ କମ୍ ବିଶ୍ୱକପ୍‌ ଆଣ୍ଡ ଫେଷ୍ଟିଭାଲ୍‌ରେ ଭାରତୀୟ ଯୁବ ଫୁଟବଲ୍‌ ଦଳର ଜଲୱା।

ଆଜରବାଇଜାନରେ ଚାଲିଥିବା ଏହି ପ୍ରତିଯୋଗିତାରେ କାମେରୁନକୁ ୨-୧ ଗୋଲ୍‌ରେ ହରାଇ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଭାରତ।

ଏହି ବିଜୟ ସହ ଗ୍ରୁପ୍‌ Kରେ ଉଭୟ ମ୍ୟାଚ୍‌ ଜିତିଥିବା ଏକମାତ୍ର ଦଳ ପାଲଟିଛି ଭାରତ।

Advertisment ବର୍ଷାରେ ଭିଜା ପଡ଼ିଆରେ ମ୍ୟାଚ୍‌ ଆରମ୍ଭରୁ ହିଁ ଭାରତ ଦେଖାଇଥିଲା ଦମ୍‌।

ପ୍ରଥମ ମିନିଟ୍‌ରେ ଦୀପକ ସିଂହ ଅରାମବାମଙ୍କ କର୍ଣ୍ଣରରୁ କାମେରୁନ ଖେଳାଳି ଫାରେଲ୍‌ ଏନଗୋବୋଙ୍କ ଆତ୍ମଘାତୀ ଗୋଲ୍‌ ଯୋଗୁଁ ଭାରତ ୧-୦ରେ ଆଗୁଆ ହୋଇଥିଲା।

କିନ୍ତୁ ମ୍ୟାଚ୍‌ର ୨୦ତମ ମିନିଟ୍‌ରେ ମହମ୍ମଦ ସୋହିଲ ଖାନଙ୍କ ଆତ୍ମଘାତୀ ଗୋଲ୍‌ ଯୋଗୁଁ ସ୍ଥିତି ୧-୧କୁ ଫେରିଥିଲା।

ଦ୍ୱିତୀୟାର୍ଦ୍ଧରେ ପୁଣି ଆକ୍ରମଣ ଜୋରଦାର କରିଥିଲା ଭାରତ।

୨୭ତମ ମିନିଟ୍‌ରେ ଆର୍‌ ଲାଲରେମ୍‌ରୁଆତଫେଲା ଗୋଲ୍‌ ଦେଇ ଭାରତକୁ ୨-୧ରେ ଆଗୁଆ କରିଥିଲେ।

ଏହାପରେ ଗୋଲ୍‌କିପର ଜେନିତ ନିଙ୍ଗଥୌଜାମଙ୍କ ଚମତ୍କାର ପ୍ରଦର୍ଶନ ଭାରତର ବିଜୟକୁ ସୁରକ୍ଷିତ କରିଥିଲା।

ପେନାଲ୍ଟି ସେଭ୍‌ ସହ ଏକାଧିକ ଗୋଲ୍‌ ରୋକି ଦଳର ହିରୋ ପାଲଟିଥିଲେ ଜେନିତ।

Advertisment ଏବେ ଭାରତର ପରବର୍ତ୍ତୀ ମୁକାବିଲା ଗ୍ରେନାଡା ସହ ହେବ।

ଏହାପରେ ଅକ୍ଟୋବର ୨୬ରେ ବାହାରିନ୍‌ ଓ ସେନେଗାଲ୍‌ ବିପକ୍ଷରେ ଖେଳିବ ଦଳ।

ପ୍ରଥମ ପର୍ଯ୍ୟାୟରେ ଭାରତର ପ୍ରଦର୍ଶନ ହିଁ ନିର୍ଣ୍ଣୟ କରିବ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟରେ ଦଳ କେଉଁ ସ୍ତରରେ ସ୍ଥାନ ପାଇବ।

ଲଗାତାର ଦୁଇ ବିଜୟ ପରେ ଏବେ ଭାରତୀୟ ଯୁବ ଦଳର ନଜର ଆଗାମୀ ମ୍ୟାଚ୍‌ ଉପରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।