Fighter Pilot Abhinandan Varthaman Retires from IAF: ପାକିସ୍ତାନର F-16କୁ ଟକ୍କର ଦେଇଥିବା ଅଭିନନ୍ଦନ ଏବେ FLY91ର ପାଇଲଟ୍, ବାୟୁସେନାକୁ ଅଲବିଦା
ବାୟୁସେନାରୁ ଅବସର ନେଲେ ବୀରଚକ୍ର ବିଜେତା ଅଭିନନ୍ଦନ ବର୍ତମାନ। ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ ବେଳେ ପାକିସ୍ତାନର ଏକ F-16 ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିବା ଏବଂ ପରେ ତିନି ଦିନ ପାଇଁ ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ବାୟୁସେନାର ପୂର୍ବତନ ଗ୍ରୁପ୍ କ୍ୟାପଟେନ୍ ଏବଂ ବୀରଚକ୍ର ବିଜେତା ଅଭିନନ୍ଦନ ବର୍ତମାନ ଭାରତୀୟ ବାୟୁସେନାକୁ ଅଲବିଦା କହିଛନ୍ତି। ସେ ଏକ ଘରୋଇ ବିମାନ କମ୍ପାନୀରେ ପାଇଲଟ୍ ଭାବରେ ଯୋଗ ଦେଇଛନ୍ତି। ସୂତ୍ର ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସରେ ବାୟୁସେନାରୁ ଅବସର ନେଇଥିବା ଲଢ଼ୁଆ ପାଇଲଟ ଅଭିନନ୍ଦନ ଅଗଷ୍ଟ ମାସରେ FLY91ରେ ଯୋଗ ଦେଇଛନ୍ତି।
ଅଭିନନ୍ଦନ ଫେବୃଆରୀ ୨୦୧୯ରେ ଏୟାର ଷ୍ଟ୍ରାଇକ୍ ବେଳେ ପାକିସ୍ତାନର F-16କୁ ଗୁଳି କରି ଖସାଇ ଦେଇଥିଲେ। ଏହି ସମୟରେ ତାଙ୍କର MiG-21 ବାଇସନ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଫଳସ୍ୱରୂପ ସେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଅବତରଣ କରିଥିଲେ ଏବଂ ପାକିସ୍ତାନୀ ସେନା ତାଙ୍କୁ ତିନି ଦିନ ପାଇଁ ବନ୍ଦୀ କରି ରଖିଥିଲା।
ଏଫ-୧୬ ବିମାନକୁ ଖସାଇ ଦେଇଥିବା ଏକମାତ୍ର ମିଗ୍-୨୧ ପାଇଲଟ୍ ଭାବରେ ପରିଚିତ ହୋଇଥିବା ବର୍ତ୍ତମାନର ବିଶ୍ୱର ସର୍ବୋଚ୍ଚ ପାଇଲଟ୍ ହେଉଛନ୍ତି ଅଭିନନ୍ଦନ। ତାଙ୍କୁ ୨୦୨୧ ମସିହାରେ ଭାରତର ତୃତୀୟ ସର୍ବୋଚ୍ଚ ଯୁଦ୍ଧକାଳୀନ ସାହସିକତା ପୁରସ୍କାର ବୀରଚକ୍ର ପ୍ରଦାନ କରାଯାଇଥିଲା। ପରେ ତାଙ୍କୁ ୱିଙ୍ଗ କମାଣ୍ଡରରୁ ଗ୍ରୁପ୍ କ୍ୟାପଟେନ୍ ପଦବୀରେ ପଦୋନ୍ନତି ଦିଆଯାଇଥିଲା।
FLY91 ହେଉଛି ଭାରତର ଏକ ନୂଆ ଆଞ୍ଚଳିକ ଏୟାରଲାଇନ୍ସ। ଏହି ବିମାନ ସେବା ମାର୍ଚ୍ଚ ୨୦୨୪ରେ ବାଣିଜ୍ୟିକ ଉଡ଼ାଣ ଆରମ୍ଭ କରିଥିଲା। ବର୍ତ୍ତମାନ FLY91 ପାଖରେ ୬ଟି ATR 72-600 ବିମାନ ରହିଛି। FLY91ର ଦୁଇଟି ପ୍ରମୁଖ ବେସ୍ ଗୋଆ ଏବଂ ହାଇଦ୍ରାବାଦରେ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।