FIH Hockey Pro League : ଏଫ୍ଆଇଏଚ୍ ପ୍ରୋ ଲିଗ୍: ଫେବ୍ରୁଆରିରେ ଭାରତର ଘରୋଇ ମ୍ୟାଚ୍
"ଭୁବନେଶ୍ବର: ଏଫ୍ଆଇଏଚ୍ ପ୍ରୋ ଲିଗ୍ ୨୦୨୬-୨୭ ସୂଚୀ ଶୁକ୍ରବାର ଘୋଷିତ ହୋଇଛି।
ଭାରତର ଉଭୟ ପୁରୁଷ ଓ ମହିଳା ଦଳ ନିଜ ନିଜର ଘରୋଇ ମ୍ୟାଚ୍ ଆସନ୍ତା ବର୍ଷ ଫେବ୍ରୁଆରିରେ ଖେଳିବେ।
ମହିଳା ଦଳ ତା"ର ଘରୋଇ ପର୍ଯ୍ୟାୟ ଫେବ୍ରୁଆରି ୨୩ରୁ ୨୮ ଏବଂ ପୁରୁଷ ଦଳର ଫେବ୍ରୁଆରି ୧୩ରୁ ୨୮ ପର୍ଯ୍ୟନ୍ତ ଖେଳିବ।
ଭାରତର ଘରୋଇ ପର୍ଯ୍ୟାୟ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ସ୍ଥାନ ନିଶ୍ଚିତ ହୋଇନି।
ଭାରତ ଏହି ଘରୋଇ ପର୍ଯ୍ୟାୟରେ ଜର୍ମାନୀ, ଆର୍ଜେଣ୍ଟିନା, ଗ୍ରେଟ୍ବ୍ରିଟେନ୍, ସ୍ପେନ୍ ବିପକ୍ଷରେ ଖେଳିବ।
ସେହିପରି ମହିଳା ଦଳ କେବଳ ଗ୍ରେଟ୍ବ୍ରିଟେନ୍ ଓ ସ୍ପେନ୍ ବିପକ୍ଷରେ ଖେଳିବ।
ନିକଟରେ ଭାରତୀୟ ପୁରୁଷ ହକି ଦଳ ହରମନ୍ପ୍ରୀତ ସିଂହ ନେତୃତ୍ବରେ ଲଗାତାର ଦ୍ବିତୀୟ ଲାଗି ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଥିଲା।
ମହିଳା ଦଳ ଫାଇନାଲ୍ରେ ଗତ ସଂସ୍କରଣ ବିଜେତା ଚୀନ୍କୁ ୧-୦ରେ ହରାଇ ୪୪ ବର୍ଷ ପରେ ପ୍ରଥମ ଥର ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିବାର ଗୌରବ ଅର୍ଜନ କରିଥିଲା।
ଏସୀୟ ସ୍ବର୍ଣ୍ଣ ସହ ଭାରତର ଉଭୟ ଦଳ ୨୦୨୮ ଲସ୍ଏଞ୍ଜେଲ୍ସ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ମଧ୍ୟ ଅର୍ଜନ କରିଥିଲେ।Advertisment ଚାଷଜମି ଚାହୁଁଛି ଜଳ; ପୁଣି ନିରାଶ କଲା ବର୍ଷା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।