Film: ମାଳିପୁଟ ମେଲୋଡିସରେ ଅବିଭକ୍ତ କୋରାପୁଟର ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ବାସନା: ବିଶାଲ

Sep 10, 2026 - 20:19
Film: ମାଳିପୁଟ ମେଲୋଡିସରେ ଅବିଭକ୍ତ କୋରାପୁଟର ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ବାସନା: ବିଶାଲ

"ନବରଙ୍ଗପୁର (ସୁରେଶ ନାଇଡୁ): ଆସନ୍ତା ୧୮ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ସିନେମା ହଲ୍‌ରେ  ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ନେଇ ଏକ ଭିନ୍ନ ଧରଣର ଚଳଚିତ୍ର ମାଳିପୁଟ ମେଲୋଡିସ୍ ରିଲିଜ୍ ହେବ।

ଏହି ଅବସରରେ ନବରଙ୍ଗପୁରକୁ ଉକ୍ତ ଫିଲ୍ମର ଯୁବ ନିର୍ଦ୍ଦେଶକ ବିଶାଲ ପଟ୍ଟନାୟକ ସମେତ ସଂଳାପ ଲେଖକ ସୁଧାକର ପଟ୍ଟନାୟକ ଏବଂ ନବରଙ୍ଗପୁର ମାଟିର ଗର୍ବ ତଥା ଓଲିଉଡ କଳାକାର ଜୟନ୍ତ ସନ୍ତାରା ଏବଂ ପ୍ରତିଷ୍ଟିତ କଳାକାର ଚନ୍ଦନ ସାହୁ ପ୍ରମୁଖ ନିଜ ଫିଲ୍ମର ପ୍ରଚାର ଓ ପ୍ରସାର ପାଇଁ ଆସିଥିଲେ।

Advertisment ଏହି ଅବସରରେ ସନ୍ଧ୍ୟାରେ ଟେଲିଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ନିର୍ଦ୍ଦେଶକ ବିଶାଲ ପଟ୍ଟନାୟକ, ଫିଲ୍ମରେ ଥିବା କାହାଣୀ ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ବାସନାକୁ କିପରି ଭାବରେ ଉପସ୍ଥାପନ କରାଯାଇଛି,  ତାହା ବର୍ଣ୍ଣନା କରିଥିଲେ।

ପିଲ୍ମରେ ""ଲଗାଜୟ""ଗୀତଟି ଏବେ ସାମାଜିକ ଗଣମାଧ୍ୟମ, ୟୁଟ୍ୟୁବରେ ଧୁମ ମଚାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି ଫିଲ୍ମରେ ନବରଙ୍ଗପୁର ଜନ୍ମିତ ଓଲିଉଡର ବରିଷ୍ଟ କଳାକାର ଶ୍ରୀ ସାନ୍ତରା ,  ଉକ୍ତ ଫିଲ୍ମଟି  କିପରି ଭାବରେ ସମସ୍ତ ବର୍ଗର ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ଆଲୋଚନା କରିଥିଲେ।

ନବରଙ୍ଗପୁର ଜିଲ୍ଲାର ସମସ୍ତ କଳାକାର ସମେତ ଜିଲ୍ଲାର ନାମୀ ଦାମୀ କଣ୍ଟେଣ୍ଟ କ୍ରିଏଟର ମାନେ ଏଥିରେ ସହଯୋଗ କରିବେ ବୋଲି ସଭାରେ ଉପସ୍ଥିତ ସମସ୍ତ କଳାକାର ପ୍ରତିଶ୍ରୁତି ଦେଇଥିଲେ।

ସଭାରେ ଅନ୍ୟ କଳାକାର ମାନଙ୍କ ମଧ୍ୟରେ ଓଡିଶା ସଂଗୀତ ଏକାଡେମୀ ସଦସ୍ୟ ଦେବଦାସ ମହାଙ୍କୁଡ, ସଙ୍ଗୀତ ନିର୍ଦ୍ଦେଶକ ଟିକି ସୁନା, ଗାୟକ ସୀମା ପାଣିଗ୍ରାହୀ, କୁମାର ସମର, ଶିବ  ପ୍ରସାଦ ମହାପାତ୍ର, ଅଶୋକ କୁମାର ଦୀପ, ଅଭିନେତା ନିର୍ମଳ ସାହୁ, ତୁଷାର କାନ୍ତି ଖୋସଲା, ବଂଶୀ ବାଦକ ଏ.

ସନ୍ତୋଷ, ନୃତ୍ୟ ନିର୍ଦ୍ଦେଶକ ସୁଜନ ସୁନା ପ୍ରମୁଖ ଯୋଗ ଦେଇଥିଲେ।

ଆଦିବାସୀ ପରମ୍ପରାର କାହାଣୀ କହିଲା "କୁଆଁରୀ" ଏହି ଫିଲ୍ମରେ ବରିଷ୍ଟ କଳାକାର ଜୟନ୍ତ ସାନ୍ତରା, ଶିଶିର ଦାସ, ସୁଷମା ମିଶ୍ର, ମହମ୍ମଦ ସରିଫ, ବୁଲୁ ଷଡ଼ଙ୍ଗୀ, ନରେନ୍ଦ୍ର ପଟ୍ଟନାୟକ, ଚନ୍ଦନ ସାହୁ ଦିବ୍ୟ ବେହେରା, ଆଶୁତୋଷ ପାଳ ପ୍ରମୁଖ ଅଭିନୟ କରିଛନ୍ତି।

ଫିଲ୍ମଟିକୁ ପ୍ରଯୋଜନା କରିଛନ୍ତି କୌଶିକ ଦାସ, ସହ ପ୍ରଯୋଜନା ରାମପ୍ରଭା ପଟ୍ଟନାୟକ ଏବଂ କୌସ୍ତବ ଦାସ,  ଏଥିରେ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ତୋସ ନନ୍ଦ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।