Financial crisis: ଆର୍ଥିକ ସଙ୍କଟର କରୁଣ ପରିଣତି: ଗୁଜରାଟରେ ୫ ବର୍ଷର ଝିଅକୁ ହତ୍ୟା ପରେ ବାପାର ଆତ୍ମହତ୍ୟା
ଅମ୍ରେଲି: ଗୁଜରାଟର ଅମ୍ରେଲି ଜିଲ୍ଲାରେ ଆର୍ଥିକ ସଙ୍କଟର ଅତି କରୁଣ ପରିଣତି ଦେଖିବାକୁ ମିଳିଛି। ଜଣେ ବାପା ଆର୍ଥିକ ସଙ୍କଟ ପାଇଁ ନିଜର ୫ ବର୍ଷର ଝିଅକୁ ହତ୍ୟା ପରେ ମର ଶରୀରକୁ ଫ୍ରିଜ୍ରେ ରଖି ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକଙ୍କ ନାଁ ହେଉଛି କିଶୋର ଧନକ ଏବଂ ବୟସ ୪୦। ବେଲୁନ୍ ଏବଂ କ୍ୟାଣ୍ଡେଲ୍ରେ ସଜା ହୋଇଥିବା ଏକ ଘରେ ଏହି ଅପରାଧ ଘଟିଛି। ମୃତ କିଶୋର ଧନକ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଚିଠି ଲେଖି ଯାଇଛନ୍ତି। ସେ ନିଜେ ଏହି ଅପରାଧ ଘଟାଇଛନ୍ତି ବୋଲି ଚିଠିରେ ସ୍ବୀକାର କରିଛନ୍ତି। ଝିଅର ମର ଶରୀରକୁ ସେ ଫ୍ରିଜ୍ରେ ରଖିଛନ୍ତି ବୋଲି ଚିଠିରେ ଲେଖିଛନ୍ତି।
Job: ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ
ରାଜୁଲା ଡିଏସ୍ପି ନୟନ ଗୋରଦିୟା ଏନେଇ ସୂଚନା ଦେଇ କହିଛନ୍ତି, ଧନକ ଏକ ନିର୍ମାଣ ସ୍ଥଳରେ ସୁପରଭାଇଜର୍ ଭାବେ କାମ କରୁଥିଲେ। ସେ ତାଙ୍କ ଝିଅ ହିମାନ୍ସୀଙ୍କ ସହ ବୁଧବାର ଦିନ ଘରେ ଏକାକୀ ଥିବାବେଳେ ଝିଅକୁ ଶ୍ବାସରୁଦ୍ଧ କରି ମାରିଦେଇଥିଲେ। ଏହାପରେ ସେ ଝିଅର ମର ଶରୀରକୁ ଫ୍ରିଜ୍ରେ ରଖିବାପରେ ନିଜେ ଆତ୍ମହତ୍ୟା କରିଥିଲେ। ଏହି ମାମଲାରେ ରୁଜୁ ହୋଇଥିବା ଏତଲା ଅନୁଯାୟୀ ଧନକ ୩ଟି ସୁଇସାଇଡ୍ ନୋଟ୍ ଲେଖି ଏହାକୁ ବେଡ୍ ଉପରେ ରଖିଥିଲେ। ଗୋଟିଏ ନୋଟ୍ରେ ସେ ଲେଖିଥିଲେ ଯେ ସେ ଏକ ବ୍ୟକ୍ତିଗତ ଋଣ ନେଇ ଏହାକୁ ନିର୍ମାଣ କାର୍ଯ୍ୟରେ ବିନିଯୋଗ କରିଥିଲେ। ଧନକଙ୍କ ପତ୍ନୀ ମଞ୍ଜୁବେନ୍ ରୁଜୁ କରିଥିବା ଏତଲାରେ ଏହା ଦର୍ଶାଇଛନ୍ତି। ତାଙ୍କୁ ୭.୨୫ ଲକ୍ଷ ମିଳିବାର ଥିଲା। କିନ୍ତୁ ତାଙ୍କୁ ତାଙ୍କ ବ୍ୟବସାୟିକ ବନ୍ଧୁମାନେ ତାହା ଦେଲେନାହିଁ। ତାଙ୍କ ପାଖରେ ଟଙ୍କା ନଥିବାରୁ ଏବଂ ଅନ୍ୟ କିଛି ବାଟ ନଥିବାରୁ ନିଜ ଝିଅ ସହ ଆତ୍ମହତ୍ୟା କରିଦେଇଛନ୍ତି। ଦ୍ବିତୀୟ ଚିଠିରେ ସେ ଲେଖିଥିଲେ ଯେ ତାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ଯେମିତି କଷ୍ଟ ନପାଇବ ସେଥିପାଇଁ ସେ ତାକୁ ମାରିଦେଇଛନ୍ତି। ତୃତୀୟ ଚିଠିରେ ସେ କ୍ଷମା ମାଗିବା ସହ ଝିଅର ମର ଶରୀରକୁ ଫ୍ରିଜ୍ରେ ରଖିଛନ୍ତି ବୋଲି ଲେଖିଥିଲେ। ଧନକଙ୍କ ପତ୍ନୀ ମଞ୍ଜୁବେନ ତାଙ୍କ ବାପା ଘରକୁ ଯାଇଥିବା ବେଳେ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଧନକଙ୍କୁ ମଞ୍ଜୁବେନ୍ ବାରମ୍ବାର ଫୋନ୍ ଲଗାଇଥିଲେ ମଧ୍ୟ ସେ ନଉଠାଇବାରୁ ମଞ୍ଜୁବେନ ବୁଧବାର ସନ୍ଧ୍ୟାରେ ତାଙ୍କ ଭାଇଙ୍କୁ ସେଠାକୁ ପଠାଇଥିଲେ।
Women Farmers: ପିଜୁଳି ବଗିଚାରୁ ଲାଭାଂଶ ପାଇଲେ ୨୫୩ ମହିଳା ଅଂଶୀଦାର
ବାରମ୍ବାର କବାଟ ବାଡ଼େଇବା ସତ୍ତ୍ବେ ଧନକ କବାଟ ନଖୋଲିବାରୁ ସେ କବାଟ ଭାଙ୍ଗି ଭିତରକୁ ପଶିବାପରେ ଧନକଙ୍କୁ ଏକ ସିଲିଂ ଫ୍ୟାନ୍ରେ ଝୁଲିଥିବା ଦେଖିଥିଲେ। ଇନ୍ସପେକ୍ଟର ପିଏଲ୍ ଚୌଧାରୀ କହିଛନ୍ତି, ଯେଉଁଘରେ ଏହି ଘଟଣା ଘଟିଛି ତାହା ଅତି ଅସାଧାରଣ ଲାଗୁଥିଲା। ଘରଟି ବେଲୁନ୍ ଏବଂ କ୍ୟାଣ୍ଡେଲ୍ରେ ସଜା ହୋଇଥିଲା। ଧନକ ତାଙ୍କ ଝିଅକୁ ଧଳା ପୋଷାକ ପିନ୍ଧାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଏକ ଦୁପଟା ରଖିଥିବା ବେଳେ ଫ୍ରିଜ୍ରେ ଝିଅ ମୁଣ୍ଡତଳେ ତକିଆ ଦେଇ ତାକୁ ଶୁଆଇ ଦେଇଥିଲେ। ଧନକ ଶିଶୁଠିର ଓଠରେ ତୁଳସୀ ପତ୍ର ରଖିଥିଲେ। ଚୌଧୁରୀ କହିଛନ୍ତି, ଧନକ ତାଙ୍କ ଝିଅର ଜନ୍ମଦିନ ଶେଷ ଥର ପାଇଁ ପାଳିବାପାଇଁ ଚାହିଥିଲେ। ସେମାନେ ଏକାଠି ରୁମ୍ରେ ଏକ ପୁଜା କରିଥିଲେ। ସେ ମଧ୍ୟ ଘରେ ଏବଂ ଫ୍ରିଜ୍ରେ ଚକୋଲେଟ୍ ରଖିଥିଲେ। ଶିଶୁର ଜନ୍ମଦିନ ନଥିଲେ ମଧ୍ୟ ଧନକ ଏକ କାଗଜରେ ‘ ହାପି ବାର୍ଥଡେ ହିମାନ୍ସୀ’ ଲେଖି ଏହାକୁ ଫ୍ରିଜ୍ରେ ରଖିଥିଲେ। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।