Fire: କଣ୍ଟାବାଞ୍ଜି ନୂଆପଡ଼ାରେ ଘରେ ଅଗ୍ନିକାଣ୍ଡ: ସଟ୍‌ସର୍କିଟ୍‌ରୁ ଏସି ଜଳିଲା, ଫ୍ରିଜ୍‌ ଓ ଘରୋଇ ସାମଗ୍ରୀ ନଷ୍ଟ

Sep 19, 2026 - 10:45
Fire: କଣ୍ଟାବାଞ୍ଜି ନୂଆପଡ଼ାରେ ଘରେ ଅଗ୍ନିକାଣ୍ଡ: ସଟ୍‌ସର୍କିଟ୍‌ରୁ ଏସି ଜଳିଲା, ଫ୍ରିଜ୍‌ ଓ ଘରୋଇ ସାମଗ୍ରୀ ନଷ୍ଟ

"କଣ୍ଟାବାଞ୍ଜି ନୂଆପଡ଼ାରେ ଘରେ ଲାଗିଲା ନିଆଁ।

ସଟ୍‌ସର୍କିଟ୍‌ରୁ ଏସି ଜଳିଯିବା ସହ ଘର ଭିତରେ ଥିବା ଫ୍ରିଜ୍‌, ବେଡ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଛି।

ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

କଣ୍ଟାବାଞ୍ଜି ନୂଆପଡ଼ାର ରାଧେଶ୍ୟାମ ବେହେରାଙ୍କ ଘରେ ଘଟିଛି ଅଗ୍ନିକାଣ୍ଡ।

ଘରେ ଭଡ଼ାରେ ରହୁଥିବା ଖଡ଼ିଆଳର ଏକ ବ୍ୟାଙ୍କରେ କାର୍ଯ୍ୟରତ ଅମିତ କୁମାର ପାଣିଗ୍ରାହୀଙ୍କ ରୁମ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।Advertisment ଆକଳନ ପରେ ସ୍ପଷ୍ଟ ହେବ ସୂଚନା ଅନୁସାରେ, ସଟ୍‌ସର୍କିଟ୍‌ ଯୋଗୁଁ ଏସିରେ ନିଆଁଲାଗିଥିବା ବେଳେ ଏସିଟି ସମ୍ପୂର୍ଣ୍ଣ ଜଳିଯାଇଛି।

ନିଆଁ ଘର ଭିତରକୁ ବ୍ୟାପିବାରୁ ଫ୍ରିଜ୍‌, ବେଡ୍‌ ସମେତ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ମଧ୍ୟ ଜଳିପୋଡ଼ି ନଷ୍ଟ ହୋଇଛି।

ଖବର ପାଇ କଣ୍ଟାବାଞ୍ଜି ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଦୀର୍ଘ ପ୍ରୟାସ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

ଅଗ୍ନିକାଣ୍ଡରେ କେତେ ପରିମାଣର ସମ୍ପତ୍ତି କ୍ଷୟକ୍ଷତି ହୋଇଛି, ତାହାର ଆକଳନ ପରେ ସ୍ପଷ୍ଟ ହେବ।

Accident: ୨୨ ଚକିଆ ଟ୍ରକ୍‌ ଦୁର୍ଘଟଣା: ଫସିଥିବା ଚାଳକ ଓ ହେଲ୍‌ପରଙ୍କୁ ଉଦ୍ଧାର କଲା ପୁଲିସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।