Fire: ମହାକାଳପଡ଼ାରେ ଜଳିଗଲା ବ୍ୟାଟେରୀ ଚାଳିତ ସ୍କୁଟି, ଅଳ୍ପକେ ବର୍ତ୍ତିଲେ ମାଲିକ

Sep 28, 2026 - 13:30
Fire: ମହାକାଳପଡ଼ାରେ ଜଳିଗଲା ବ୍ୟାଟେରୀ ଚାଳିତ ସ୍କୁଟି, ଅଳ୍ପକେ ବର୍ତ୍ତିଲେ ମାଲିକ

"ମହାକାଳପଡ଼ା: ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସୁନୀତି ପଞ୍ଚାୟତର ମିଲନମୋଡ଼ରେ ଆଜି ଏକ ବ୍ୟାଟେରୀଚାଳିତ ସ୍କୁଟି ଜଳି ପାଉଁଶ ହୋଇଯାଇଛି | Advertisment ବ୍ୟାଟେରୀ ଅତ୍ୟଧିକ ଗରମ ହେବାରୁ ନିଆଁ ଲାଗିଥିବା ଅନୁମାନ ସୂଚନାନୁଯାୟୀ ବେଣାକନ୍ଧା ଗ୍ରାମର ନାରାୟଣ ଜାନା ଆଜି ଦିନ ପ୍ରାୟ ୧୨ ଟା ସମୟରେ ନିଜ ସ୍କୁଟିରେ ମିଲନମୋଡ଼ ବଜାରରେ ଥିବା ନିଜ ଦୋକାନକୁ ଆସି ସ୍କୁଟି ରଖିଥିଲେ | କିଛି ସମୟ ପରେ ହଠାତ ସ୍କୁଟିରୁ ନିଆଁ ବାହାରିବାକୁ ଲାଗିଥିଲା | ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଗାଡ଼ିଟି ଜଳିଯାଇଥିଲା| ସମ୍ଭବତଃ ବ୍ୟାଟେରୀ ଅତ୍ୟଧିକ ଗରମ ହେବାରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି | ତେବେ ଏଥିରେ କେହି ଆହତ ହୋଇ ନ ଥିବା ବେଳେ ସ୍କୁଟିଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି | Odisha Government: ଅବ୍ୟବହୃତ ଲିଜ୍‌ ଜମି ଅଥବା ଅନ୍ୟ ଉଦ୍ଦେଶ୍ଯରେ ନିୟୋଜିତ ସରକାରୀ ଜମିର ପୁନରୁଦ୍ଧାର ଉପରେ ଗୁରୁତ୍ୱ: ସମସ୍ତ ଜିଲ୍ଲାପାଳଙ୍କୁ ଚିଠି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।