Fire: ସ୍କୁଲ ପରିସରରେ ଥିବା ଅବ୍ୟହୃତ ବସକୁ ପୋଡ଼ିଦେଲେ ଦୁର୍ବୃତ୍ତ
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଡି ଏନ୍ କେ ସ୍ଥିତ ପୀ ଏମ୍ ଶ୍ରୀ ସରକାରୀ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ଉଚ୍ଚ ବିଦ୍ୟାଳୟ ସ୍କୁଲ ପରିସରରେ ଥିବା ଏକ ଅବ୍ୟବହୃତ ସ୍କୁଲ ବସ୍ରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି ।
ବସ୍ ଟି ଦୀର୍ଘ ବର୍ଷ ହେଲା ବ୍ୟବହାରରେ ଆସୁନଥିଲା।
ତେବେ କେହି ଜଣେ ଦୁର୍ବୃତ୍ତ ବସ୍ଟିରେ ନିଆଁ ଲଗାଇ ଦେବା ପରେ ବସଟି ହୁତୁହୁତୁ ହୋଇ ଜଳିବା ଆରମ୍ଭ ହେଇଥିଲା।
ଏହାକୁ ଦେଖି କିଛି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
Advertisment ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ତେବେ ବସ୍ରେ କିପରି ନିଆଁ ଲାଗିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
କେହି ଦୁର୍ବୃତ୍ତ ଜାଣିଶୁଣି ବସ୍ରେ ନିଆଁ ଲଗାଇ ଦେଇଥିବା ନେଇ ସନ୍ଦେହ କରାଯାଉଛି ।
ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ତେବେ ତଦନ୍ତ ପରେ ହିଁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ।
ବର୍ତ୍ତମାନ ଯାଏ କେହି ଥାନାରେ ଲିଖିତ ଅଭିଯୋଗ କରିନଥିବା ଜଣାପଡ଼ିଛି।
Record: ଛତ୍ରପୁରର ଶୁଭସ୍ମିତାଙ୍କ ବିରଳ ସଫଳତା, ୧୧ ସପ୍ତାହରେ ୨ଟି ବହି ପ୍ରକାଶ କରି ହାସଲ କଲେ ୱାର୍ଲ୍ଡ ରେକର୍ଡ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।