01 NOVEMBER 2026

Welcome!

Unlock your personalized experience.
Sign Up

First Commonwealth Kabaddi: ପ୍ରଥମ ରାଜ୍ୟଗୋଷ୍ଠୀ କବାଡ଼ି: ଭାରତକୁ ଯୁଗଳ ସ୍ବର୍ଣ୍ଣ

Nov 01, 2026 - 06:54
First Commonwealth Kabaddi: ପ୍ରଥମ ରାଜ୍ୟଗୋଷ୍ଠୀ କବାଡ଼ି: ଭାରତକୁ ଯୁଗଳ ସ୍ବର୍ଣ୍ଣ

ଅହମଦାବାଦ: ପ୍ରଥମ ରାଜ୍ୟଗୋଷ୍ଠୀ କବାଡ଼ି ପ୍ରତିଯୋଗିତାରେ ଭାରତ ଦ୍ବିମୁକୁଟ ଅର୍ଜନ କରିଛି। ଘରୋଇ ଭାରତୀୟ ଦଳ ଉଭୟ ମହିଳା ଓ ପୁରୁଷ ବର୍ଗରେ ବିଜେତା ହୋଇଛି। ଏଥି ସହିତ ଗତ ମାସରେ ଏସୀୟ କ୍ରୀଡ଼ାରେ ଯୁଗଳ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ଦବ୍‌ଦବା ଜାରି ରହିଛି।

Odisha Flood: ତିନି ଦିନ ଜଳବନ୍ଦୀ ଗ୍ରାମବାସୀଙ୍କୁ ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଇ ଚର୍ଚ୍ଚାରେ ଯୁବକ ସଂଘ

ଶୁକ୍ରବାର ମହିଳା ବିଭାଗ ଫାଇନାଲ୍‌ରେ ଭାରତ ୩୫-୧୫ରେ ଏକତରଫା ଭାବେ ଉଗାଣ୍ଡାକୁ ପରାସ୍ତ କରିଥିଲା। ପୂର୍ବରୁ ସେମିଫାଇନାଲ୍‌ରେ ଭାରତୀୟ ମହିଳା ଦଳ ଶ୍ରୀଲଙ୍କାକୁ ୩୯-୧୪ରେ ହରାଇଥିଲା। ସେମିଫାଇନାଲ୍‌ରେ ସାକ୍ଷୀ ସର୍ବାଧିକ ୧୧ ପଏଣ୍ଟ ଏବଂ ଅଧିନାୟିକା ନିଧି ଶର୍ମା ୧୦ ପଏଣ୍ଟ ହାସଲ କରିଥିଲେ। ସେହିଭଳି ଉଗାଣ୍ଡା ରୋମାଞ୍ଚକ ସେମିଫାଇନାଲ୍‌ରେ କେନିଆକୁ ୨୩-୨୧ରେ ପରାସ୍ତ କରିଥିଲା। ଦୁଇ ପରାଜିତ ସେମିଫାଇନାଲିଷ୍ଟ୍‌ କେନିୟା ଓ ଶ୍ରୀଲଙ୍କା କାଂସ୍ୟ ପଦକ ହାସଲ କରିଥିଲେ।

Petrol export: ପେଟ୍ରୋଲ ରପ୍ତାନି ଶୁଳ୍କ ହଟିଲା, ଡିଜେଲ ଓ ବିମାନ ଇନ୍ଧନ ଉପରେ ଟିକସ ବୃଦ୍ଧି

ମହିଳା ଫାଇନାଲ୍‌ ପରେ ଖେଳାଯାଇଥିବା ପୁରୁଷ ବିଭାଗ ଫାଇନାଲ୍‌ରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୫୪-୨୦ରେ ପରାସ୍ତ କରିଥିଲା। ପଙ୍କଜ ମୋହିତେ, ନବୀନ କୁମାରଙ୍କ ଦମଦାର ପ୍ରଦର୍ଶନ କାରଣରୁ ଭାରତ ପ୍ରଥମାର୍ଦ୍ଧ ସୁଦ୍ଧା ୩୦-୧୦ରେ ଅଗ୍ରଣୀ ରହି ବିଜୟକୁ ଏକପ୍ରକାର ନିଶ୍ଚିତ କରିଥିଲା। ବାରମ୍ବାର ଅଲ୍‌ଆଉଟ୍‌ ହୋଇ ଶ୍ରୀଲଙ୍କା ପ୍ରତ୍ୟାବର୍ତନ କରିପାରିନଥିଲା। ପୂର୍ବରୁ ସେମିଫାଇନାଲ୍‌ରେ ଭାରତୀୟ ପୁରୁଷ ଦଳ ବାଂଲାଦେଶକୁ ୫୬-୨୭ରେ ପରାସ୍ତ କରି ଟାଇଟଲ୍‌ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲା।  ଭରତ ହୁଡ୍ଡା ସର୍ବାଧିକ ୧୩ ପଏଣ୍ଟ, ଶିବମ ପଟାରେ ୧୧ ଓ ନୀରଜ ନରୱାଲ ୯ ପଏଣ୍ଟ ହାସଲ କରିଥିଲେ। ଶ୍ରୀଲଙ୍କା ଅନ୍ୟ ସେମିଫାଇନାଲ୍‌ରେ ସଂଘର୍ଷ କରି କେନିଆକୁ ୨୮-୨୪ରେ ହରାଇଥିଲା। ଦୁଇ ପରାଜିତ ସେମିଫାଇନାଲିଷ୍ଟ୍‌ କେନିୟା ଓ ବାଂଲାଦେଶ କାଂସ୍ୟ ପଦକ ହାସଲ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।