Fish: ମାଛ ମଡ଼କ, ଶହ ଶହ ବଡ଼ ମାଛ ମୃତ, କାରଣ ଖୋଜୁଛି ମତ୍ସ୍ୟ ବିଭାଗ

Sep 13, 2026 - 19:10
Fish: ମାଛ ମଡ଼କ, ଶହ ଶହ ବଡ଼ ମାଛ ମୃତ, କାରଣ ଖୋଜୁଛି ମତ୍ସ୍ୟ ବିଭାଗ

"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗଜପତି ଜିଲ୍ଲାର ଅନ୍ୟତମ ବୃହତ୍‌ ଜଳାଶୟ ରାମସାଗରରେ ହଠାତ୍‌ ଶହ ଶହ ମାଛ ମରିଯିବା ଘଟଣାକୁ ନେଇ ଚାଞ୍ଚଲ୍ୟ ପ୍ରକାଶ ପାଇଛି।

ରବିବାର ସକାଳୁ ଜଳାଶୟରେ ବିଭିନ୍ନ ଆକାରର ମୃତ ମାଛ ପାଣି ଉପରେ ଭାସୁଥିବା ଦେଖାଯାଇଥିଲା।

ଏଥିରେ ୨ରୁ ୫ କିଲୋଗ୍ରାମ ଓଜନର ବଡ଼ ମାଛ ମଧ୍ୟ ରହିଛି।

ଏକାଥରକେ ବହୁ ସଂଖ୍ୟକ ମାଛ ମରିଯିବା ପରେ ସ୍ଥାନୀୟ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି।

Advertisment ରାମସାଗରରେ ମାଛଚାଷ ହେଉଥିବାରୁ ଏହି ମାଛ ଉପରେ ଅନେକ ପରିବାର ନିର୍ଭର କରନ୍ତି।

ଏହାଛଡ଼ା ମତ୍ସ୍ୟଜୀବି ମାନେ ଆବଶ୍ୟକତା ଅନୁସାରେ ଏଠାରୁ ମାଛ ଧରି ବଜାରରେ ବିକ୍ରି କରୁଥିବାରୁ ରୁ ଘଟଣାଟି ଖାଦ୍ୟ ନିରାପତ୍ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି।

ତେବେ ମାଛଗୁଡ଼ିକ କେଉଁ କାରଣରୁ ମରିଛନ୍ତି, ଏଯାଏ ସ୍ପଷ୍ଟ ହୋଇନାହିଁ।

ଜଳରେ କୌଣସି ବିଷାକ୍ତ ବା ରାସାୟନିକ ପଦାର୍ଥ ମିଶିବା, ଜଳରେ ଦ୍ରବୀଭୂତ ଅମ୍ଳଜାନର ମାତ୍ରା ହ୍ରାସ ପାଇବା, ଜଳର ଗୁଣରେ ହଠାତ୍‌ ପରିବର୍ତ୍ତନ ଘଟିବା କିମ୍ବା ଅନ୍ୟ କୌଣସି କାରଣ ଏହା ପଛରେ ରହିଛି କି, ତାହା ନେଇ ଏବେ ଯାଞ୍ଚ ଆରମ୍ଭ ହୋଇଛି।

ମାଛ ମଡ଼କ ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଅରୁଣ କୁମାର ସାହୁଙ୍କ ସମେତ ବିଭାଗୀୟ ଟିମ୍‌ ରାମସାଗରରେ ପହଞ୍ଚି ଜଳାଶୟର ପରିସ୍ଥିତି ଅନୁଧ୍ୟାନ କରିବା ସହ ମୃତ ମାଛ ଓ ଜଳର ନମୁନା ସଂଗ୍ରହ କରିଛନ୍ତି।

ସଂଗୃହୀତ ନମୁନାକୁ ପରୀକ୍ଷା ପାଇଁ ଲାବରେଟୋରିକୁ ପଠାଯାଇଥିବା ଜଣାପଡ଼ିଛି।

Bengali: "ବଙ୍ଗାଳୀମାନେ ମାଛ ଓ ମାଂସ ଖାଇବେ": ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଦୁର୍ଗା ପୂଜା ଟିପ୍ପଣୀ ଉପରେ ରାଜ୍ୟ ବିଜେପି ମୁଖ୍ୟଙ୍କ ପ୍ରତିକ୍ରିୟା ରିପୋର୍ଟ ଆସିବା ପରେ ହିଁ ଜଳ ନମୁନାରେ ବିଷାକ୍ତ ବା ରାସାୟନିକ ଉପାଦାନ ରହିଛି କି ନାହିଁ, ଜଳର ଗୁଣବତ୍ତା କିପରି ରହିଛି ଏବଂ ମୃତ ମାଛରେ କୌଣସି ବିଷାକ୍ତ ପ୍ରଭାବର ଚିହ୍ନ ରହିଛି କି ନାହିଁ, ତାହା ସ୍ପଷ୍ଟ ହେବ।

ଅନ୍ୟପକ୍ଷରେ, ରିପୋର୍ଟ ଆସିବା ପର୍ଯ୍ୟନ୍ତ ରାମସାଗରରୁ ମୃତ କିମ୍ବା ଅସ୍ୱାଭାବିକ ଭାବେ ଧରାଯାଇଥିବା ମାଛ ବଜାରକୁ ଯାଉଛି କି ନାହିଁ, ତାହା ଉପରେ ନଜର ରଖିବା ଜରୁରୀ।

ମାଛ ମୃତ୍ୟୁର କାରଣ ମଣିଷକୃତ ହୋଇଥିଲେ ତାହାର ତଦନ୍ତ କରି ଦାୟୀଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।