Five Odias Reportedly Missing in Nepal: ନେପାଳ ପ୍ରଳୟ ପରେ ଓଡ଼ିଶାର ଦୁଇ ପରିବାରରେ ଛନକା, ନିଖୋଜଙ୍କୁ ନେଇ ବଢୁଛି ଚିନ୍ତା

Aug 28, 2026 - 19:57
Five Odias Reportedly Missing in Nepal: ନେପାଳ ପ୍ରଳୟ ପରେ ଓଡ଼ିଶାର ଦୁଇ ପରିବାରରେ ଛନକା, ନିଖୋଜଙ୍କୁ ନେଇ ବଢୁଛି ଚିନ୍ତା

ନେପାଳ ମହାପ୍ରଳୟରେ ନିଖୋଜ ଆଉ ୩ ଓଡ଼ିଆ। ବରଗଡ଼ ଜାମପାଲି ଗାଁର ଗୋଟିଏ ପରିବାରର ମିଳୁନି ପତ୍ତା। ୨୬ ତାରିଖରେ ପ୍ରବଳ ପାହାଡ଼ି ବନ୍ୟା ପରଠୁ ପରିବାର ସହ ଆଉ ଯୋଗାଯୋଗାରେ ନାହାନ୍ତି ବରଗଡ଼ ସରଳା ଗାଁର ଜି. ଜୟକ୍ରିଷ୍ଣା। ଜୟକ୍ରିଷ୍ଣାଙ୍କ ସହିତ ତାଙ୍କ ପତ୍ନୀ ସାଇ ବିନ୍ଦୁ କୁମାରୀ ଓ ୨ ବର୍ଷର ଝିଅର ମଧ୍ୟ କୌଣସି ଖୋଜଖବର ମିଳିପାରିନି। ଯାହାକୁ ନେଇ ଚିନ୍ତାରେ ପରିବାର ଓ ସମ୍ପର୍କୀୟ। ସରଳା ଗାଁର ଏଇ ଘରେ ରୁହନ୍ତି ଜୟକ୍ରିଷ୍ଣାଙ୍କ ପରିବାର। ପରିବାର କହିଲେ ବୃଦ୍ଧ ବାପା ଆଉ ମାଆ। ସେପଟେ ନେପାଳରେ ଏକ ହାଇଡ୍ରୋ ପାୱାର ପ୍ରୋଜେକ୍ଟରେ କାମ କରୁଥିବା ଜୟକ୍ରିଷ୍ଣା ନିଜ ପତ୍ନୀ ଓ ଝିଅ ସହ ସେଠାରେ ରହି ଆସୁଥିଲେ। ଆଉ ନେପାଳରେ ପ୍ରକୃତିର ଏ ପ୍ରଚଣ୍ଡ ପ୍ରଳୟ ପରେ ଜୟକ୍ରିଷ୍ଣାଙ୍କ ସହ ଯୋଗାଯୋଗ ହୋଇପାରୁନଥିବାରୁ ଏହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି ପରିବାର ଓ ପାଖ ପଡୋଶୀ।...ସେପଟେ ଏଭଳି ଅସମୟରେ ତାଙ୍କ ପରିବାର ଲୋକଙ୍କ ସହ ଜିଲ୍ଲା ପ୍ରଶାସନ ବରାବର ଯୋଗାଯୋଗରେ ରହିଥିବା କହିଛନ୍ତି ବରଗଡ଼ ଜିଲ୍ଲାପାଳ।

ଏପଟେ ଅଷ୍ଟ୍ରେଲିଆରେ ରହୁଥିବା ଖୋର୍ଦ୍ଧାର ଦଂପତି ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ସାହୁଙ୍କ ସମ୍ପର୍କରେ ଏଯାଏଁ କୌଣସି ଖବର ପାଇ ପାରି ନାହାନ୍ତି ତାଙ୍କ ପରିବାର ଓ ସଂପର୍କୀୟ। ଆଜିକୁ ୩ ଦିନ ଧରି ଏମାନଙ୍କ ସହ କୌଣସି ଯୋଗାଯୋଗ ନଥିବାରୁ ଅଘଟଣ ଆଶଙ୍କାରେ ଭାଳି ହେଉଛନ୍ତି ପରିବାର ଲୋକେ। ସେପଟେ ବରଗଡ଼ର ଗୋଟିଏ ପରିବାରର ୩ ଜଣଙ୍କୁ ମିଶାଇ ନେପାଳରେ ଏବେ ସୁଦ୍ଧା ନିଖୋଜ ଓଡ଼ିଆଙ୍କ ସଂଖ୍ୟା ୫ ପହଞ୍ଚିଥିବା ସୂଚନା ଦେଇଛି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ।

ଏଣେ ନେପାଳରେ ଦୁର୍ଦ୍ଦଶା ପରେ ଚିନ୍ତା ଆଉ ଆଶଙ୍କା ଭିତରେ ଦିନ କାଟୁଛନ୍ତି ଓଡ଼ିଶାରେ ପାଠ ପଢୁଥିବା ଶହ ଶହ ନେପାଳୀ ଛାତ୍ରଛାତ୍ରୀ। ନିଜ ଦେଶରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଯେ, କେତେ ଧନ ଜୀବନକୁ ଶେଷ କରିଛି, ସେଇ ଦୁଃଖରେ ମିୟମ୍ରାଣ ସେମାନେ। ସେଥିପାଇଁ ରକ୍ଷା ବନ୍ଧନ ଉତ୍ସବରେ ଫିକା ପଡ଼ିଯାଇଥିଲା ସେମାନଙ୍କ ଉତ୍ସାହ। ଦେଶଠୁ ଦୂରରେ ଥାଇ, ଏବେର ସମୟରେ ଦେଶକୁ ଫେରି ପାରୁନଥିବାରୁ ସେଇ କଷ୍ଟ ସେମାନଙ୍କୁ ପ୍ରତି ମୁହୂର୍ତ୍ତରେ ବିଚଳିତ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।