Five Orangutans Reach Nandankanan Zoo: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଲେ ୫ ଓରାଙ୍ଗଉଟାନ, ରଖାଗଲା କ୍ୱାରେଣ୍ଟାଇନରେ

Sep 09, 2026 - 10:16
Five Orangutans Reach Nandankanan Zoo: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଲେ ୫ ଓରାଙ୍ଗଉଟାନ, ରଖାଗଲା କ୍ୱାରେଣ୍ଟାଇନରେ

ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ବିରଳ ଜନ୍ତୁ ଓରାଙ୍ଗଉଟାନ ପହଞ୍ଚିଲେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ। ଓରାଙ୍ଗଉଟାନଗୁଡିକୁ ନନ୍ଦନକାନନରେ ପ୍ରଥମେ କ୍ବାରେଣ୍ଟିନରେ ରଖାଯାଇଥିବା ସୂଚନା ମିଳିଛି। ତେବେ ଭୋଗରାଇ ଜଙ୍ଗଲରେ ହଠାତ କେଉଁଠୁ ଆସି ପହଞ୍ଚିଥିଲେ ବଣ ମଣିଷ ଭଳି ଦେଖାଯାଉଥିବା ଏହି ୫ଟି ବିରଳ ଓରାଙ୍ଗଉଟାନ୍, ସେନେଇ ସ୍ପଷ୍ଟ ହୋଇନାହିିଁ। 

ପ୍ରେସମିଟ କରି ବାଲେଶ୍ବର ଡିଏଫଓ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଓରାଙ୍ଗଉଟାନଙ୍କୁ ଚାଲାଣ କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ। ତେବେ ଘଟଣାରେ ସ୍ମଗଲିଂ ଦିଗକୁ ନେଇ କଡ଼ାକଡ଼ି ତଦନ୍ତ କରାଯିବ ବୋଲି ଡିଏଫଓ ଇନ୍ଦଲକର୍ ପ୍ରତୀକ ପ୍ରକାଶ କହିଛନ୍ତି। ଉଦ୍ଧାର ପରେ ଫିଲ୍ଡ କର୍ମଚାରୀ ଓ ଭେଟେରେନାରୀ କର୍ମଚାରୀ ସମସ୍ତ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି। ସମସ୍ତ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି। 

ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ। ଓରାଙ୍ଗଉଟାନ ଭାରତୀୟ ପ୍ରଜାତି ନୁହେଁ। ତେଣୁ ବିଦେଶୀ ପ୍ରଜାତିର ପ୍ରାଣୀ କିଭଳି ବାଲେଶ୍ୱରକୁ ଆସିଲେ, ତାହା ତଦନ୍ତର ମୁଖ୍ୟ ପ୍ରସଙ୍ଗ ହେବ। ଓରାଙ୍ଗ ଉଟାନମାନେ ସ୍ଥଳପଥ ଓ ଜଳପଥ ଦେଇ ବାଲେଶ୍ୱରକୁ ଆସିଥାଇପାରନ୍ତି ବୋଲି ବନ ବିଭାଗ ଅନୁମାନ କରୁଛି।...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଲେ ୫ ଓରାଙ୍ଗଉଟାନ
ଉଦୟପୁର ଫରେଷ୍ଟ ଅଫିସରୁ ନନ୍ଦନକାନନ ଆସିଲେ ଓରାଙ୍ଗଉଟାନ
ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିଲେ ୫ ଓରାଙ୍ଗଉଟାନ
କ୍ୱାରେଣ୍ଟାଇନରେ ରଖାଯାଇ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।