Flash Flood Alert in Odisha: ଆନ୍ଧ୍ରରେ ତାଣ୍ଡବ ରଚିଲା ବାତ୍ୟା ଅର୍ଣ୍ଣବ, ଏବେ ଓଡ଼ିଶାକୁ ଭୟ!

Oct 29, 2026 - 08:23
Flash Flood Alert in Odisha: ଆନ୍ଧ୍ରରେ ତାଣ୍ଡବ ରଚିଲା ବାତ୍ୟା ଅର୍ଣ୍ଣବ, ଏବେ ଓଡ଼ିଶାକୁ ଭୟ!

ଆନ୍ଧ୍ରକୁ ଛିନଛତ୍ର କଲା ବାତ୍ୟା ଅର୍ଣ୍ଣବ !

ସରିଲା ସଂପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା !ଅର୍ଣ୍ଣବ ମାଡ଼ରେ ଥରହର ଆନ୍ଧ୍ର !

ଏପଟେ ଓଡ଼ିଶାରେ ବି ପଡ଼ିବ ଅଧା ପ୍ରଭାବ !

ଆନ୍ଧ୍ରରେ ତାଣ୍ଡବ ରଚୁଥିବା ବାତ୍ୟା ଅର୍ଣ୍ଣବ ଏବେ ଧୀରେ ଧୀରେ ଓଡ଼ିଶାରେ ଅଧା ପ୍ରଭାବ ପକାଇବ ।

ଆନ୍ଧ୍ରପ୍ରଦେଶରେ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ପବନ ବହିଥିବା ବେଳେ, ଆଗାମୀ ଆଉ କେଇ ଘଣ୍ଟା ପରେ ଓଡ଼ିଶାରେ ଆରମ୍ଭ ହେବ ପବନ ।

ଓଡ଼ିଶାରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୮୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।

ତେଣୁ ଓଡ଼ିଶା ମଧ୍ୟ କିଛିଟା ପ୍ରଭାବିତ ହେବାର ଆଶଙ୍କା ରହିଛି ।

ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଝଡ଼ ପବନ ଆଶଙ୍କା ରହିଛି ।

ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ଛତିଶଗଡ଼ ପରେ ଓଡ଼ିଶାରେ ବର୍ଷା ଓ ପବନର ପ୍ରକୋପ ବଢ଼ିବ ।

ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ସେହିପରି ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ଅତିପ୍ରବଳ ବର୍ଷା ହୋଇପାରେ ।

ପାଣିପାଗର ଏହି ପରିବର୍ତ୍ତନ ଯୋଗୁଁ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଛି ।

କେବଳ ବର୍ଷା ନୁହେଁ, ପବନର ବେଗ ମଧ୍ୟ ବଢ଼ିବ ।

ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୮୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।

ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ପ୍ରବଳ ପବନ ଆଶଙ୍କା ରହିଛି ।

ପ୍ରବଳ ବର୍ଷାକୁ ନେଇ ଦକ୍ଷିଣ ଓଡ଼ିଶାରେ ଫ୍ଲାସ୍ ଫ୍ଲଡ୍ ବା ଆକସ୍ମିକ ବନ୍ୟାର ଆଶଙ୍କା ମଧ୍ୟ ରହିଛି ।

ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଏନେଇ ସତର୍କତା ଜାରି କରାଯାଇଛି ।

ଏଭଳି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

ଉପକୂଳବାସୀଙ୍କୁ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।