Flight service: ଅକ୍ଟୋବର ୧୫ ପର୍ଯ୍ୟନ୍ତ ରିୟାଦକୁ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବାତିଲ

Oct 10, 2026 - 20:22
Flight service: ଅକ୍ଟୋବର ୧୫ ପର୍ଯ୍ୟନ୍ତ ରିୟାଦକୁ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବାତିଲ

"ନୂଆଦିଲ୍ଲୀ: ହୁତି ଆକ୍ରମଣ ଯୋଗୁ ସାଉଦି ଆରବରେ ଭୟଙ୍କର ସ୍ଥିତିକୁ ଲକ୍ଷ୍ୟ କରି ଏୟାର ଇଣ୍ଡିଆ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ସେଠାକୁ ଉଡ଼ାଣ ବନ୍ଦ ରଖିଛି।

ଏହି କଟକଣା ଉଭୟ ରିୟାଦରୁ ଆସୁଥିବା ବିମାନ ଓ ଭାରତରୁ ରିୟାଦକୁ ଯାଉଥିବା ବିମାନ ଉପରେ ଲାଗୁ ହୋଇଛି।Advertisment ପ୍ରଭାବିତ ଯାତ୍ରୀ ଯଦି ସେମାନଙ୍କ ଟିକେଟ ବାତିଲ କରନ୍ତି ତେବେ ସେମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।

ଏୟାରଲାଇନ୍ସ ସ୍ଥିତି ଉପରେ ନଜର ରଖିଛି।

ପୂର୍ବରୁ ୟେମେନର ହୁତି ବିଦ୍ରୋହୀମାନେ ସାଉଦି ଆରବ ରାଜଧାନୀସ୍ଥିତ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଥିବା ଦାବି କରିବା ପରେ ସୁରକ୍ଷା ଚିନ୍ତା ବୃଦ୍ଧି ପାଇବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ, ଇଣ୍ଡିଗୋ ଓ ଆକାସା ଏୟାର ରିୟାଦକୁ ଓ ରିୟାଦରୁ ଉଡ଼ାଣ ବାତିଲ କରିଥିଲେ।

Airport Attack: ସାଉଦି ଆରବ ବିମାନବନ୍ଦର ଉପରେ ଆକ୍ରମଣକୁ ଭାରତର ତୀବ୍ର ନିନ୍ଦା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।