Flood Crisis Forces Students to Study on School Roof: ବନ୍ୟା ପାଣି ଘେରରେ ସ୍କୁଲ, ଛାତ ଉପରେ ପାଠପଢ଼ା

Aug 25, 2026 - 12:17
Flood Crisis Forces Students to Study on School Roof: ବନ୍ୟା ପାଣି ଘେରରେ ସ୍କୁଲ, ଛାତ ଉପରେ ପାଠପଢ଼ା

ସୁବର୍ଣ୍ଣରେଖା ନଦୀର ବନ୍ୟା ଏବେ ପିଲାଙ୍କ ପାଠପଢ଼ାକୁ ବି ପ୍ରଭାବିତ କରିଛି। ବାଲେଶ୍ୱର ଭୋଗରାଇ ବ୍ଲକ ବନମାଳୀ ମାଝୀ ହରିଜନ ସାହି ସ୍କୁଲରେ ପ୍ରାୟ ୮ ଦିନ ପରେ ପାଠପଢ଼ା ଆରମ୍ଭ ହୋଇଥିଲେ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇନାହିଁ। ତଳ ମହଲାର ୩ଟି ଶ୍ରେଣୀଗୃହ ଏବେ ବି ବନ୍ୟା ପାଣିରେ ବୁଡ଼ି ରହିଛି।

ସ୍କୁଲ ସାମ୍ନାରେ ବି ଜମିଛି ପାଣି। ଫଳରେ ତଳ ମହଲାରେ ପାଠପଢ଼ା ସମ୍ଭବ ନ ହେବାରୁ ଛାତ ଉପରେ ଥିବା ଗୋଟିଏ କୋଠରୀରେ ସୀମିତ ସ୍ଥାନ ମଧ୍ୟରେ ପାଠ ପଢ଼ୁଛନ୍ତି କୁନି କୁନି ପିଲା। ବନ୍ୟା ପାଣି କେବେ ହଟିବ ଏବଂ କେବେ ପିଲାମାନେ ପୁଣି ସ୍ୱାଭାବିକ ପରିବେଶରେ ପାଠ ପଢ଼ିବେ, ଏବେ ତାହାକୁ ଅପେକ୍ଷା କରି ରହିଛନ୍ତି। 

ପାଣି ଭିତରେ ସ୍କୁଲ, ଛାତ ଉପରେ ପିଲାଙ୍କ କ୍ଲାସ୍
ବନ୍ୟା ପାଣିରେ ସ୍କୁଲ, ଛାତ ଉପରେ ପାଠପଢ଼ା
ଭୋଗରାଇ ବନମାଳୀ ମାଝୀ ସାହିର ସ୍କୁଲର ଦୃଶ୍ୟ
ତଳ ମହଲାରେ ପାଣି ପଶିବାରୁ ଛାତରେ ପାଠପଢ଼ା 
୮ ଦିନ ପରେ ସ୍କଲ୍ ଖୋଲିଲା ହେଲେ ସରିନି ଦୁଃଖ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।