Flood Fury Hits Odisha-Andhra Highway: ବନ୍ୟାରେ ବୁଡ଼ିଲା NH-16! ଓଡ଼ିଶା-ଆନ୍ଧ୍ର ଯୋଗାଯୋଗ ବିଚ୍ଛିନ୍ନ, ହଜାର ହଜାର ଟ୍ରକ୍ ଅଟକିଲା
ବନ୍ୟାରେ ବେହାଲ ଜାତୀୟ ରାଜପଥ!
ଉଛୁଳୁଛି ବାହୁଦା ନଦୀ, ଆଉ ତା'ର ପ୍ରଖର ସ୍ରୋତରେ ବୁଡ଼ିଯାଇଛି NH-16।
ଫଳରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ବ୍ରହ୍ମପୁରରୁ ବିଶାଖାପାଟଣା ଯିବା ରାସ୍ତା ବନ୍ଦ ହୋଇଥିବାରୁ ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଗାଡ଼ିର ଲମ୍ବା ଧାଡ଼ି।
Advertisment ବାହୁଦା ନଦୀରେ ଜଳସ୍ତର ବଢ଼ିବା ପରେ ବନ୍ୟାଜଳ NH-16 ଉପରେ ପ୍ରବାହିତ ହେଉଛି।
ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥରେ ଯାତାୟାତ ସମ୍ଭବ ହୋଇପାରୁନାହିଁ।
ଉଭୟ ପାର୍ଶ୍ୱରୁ ଗାଡ଼ି ଚଳାଚଳ ବନ୍ଦ ରହିଛି।
ବିଶେଷ କରି ଆନ୍ଧ୍ର ସୀମାନ୍ତରୁ ବ୍ରହ୍ମପୁର ପର୍ଯ୍ୟନ୍ତ ହଜାର ହଜାର ଟ୍ରକ୍ ରାସ୍ତା ଉପରେ ଅଟକି ରହିଛି।
କେଉଁଠି ଟ୍ରକ୍ର ଲମ୍ବା ଲାଇନ୍ ତ ଆଉ କେଉଁଠି ଯାତ୍ରୀବାହୀ ଗାଡ଼ିର ଭିଡ଼।
ଦୀର୍ଘ ସମୟ ଧରି ରାସ୍ତା ଉପରେ ଅଟକି ରହିବାକୁ ପଡ଼ୁଥିବାରୁ ଗାଡ଼ି ଚାଳକ ଓ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି।
Advertisment NH-16 ହେଉଛି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ଯୋଡ଼ୁଥିବା ଏକ ପ୍ରମୁଖ ରାଜପଥ।
ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଯାନବାହନ ଚଳାଚଳ କରିଥାଏ।
ଏବେ ରାସ୍ତା ବନ୍ଦ ହୋଇଯିବାରୁ ମାଲ୍ ପରିବହନ ସହ ଯାତ୍ରୀଙ୍କ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।
ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ବାହୁଦା ନଦୀର ବନ୍ୟାଜଳ କେବେ କମିବ, ତାହା ସ୍ପଷ୍ଟ ହୋଇନାହିଁ।
ଜଳସ୍ତର ହ୍ରାସ ନପାଇବା ପର୍ଯ୍ୟନ୍ତ ରାଜପଥରେ ଯାତାୟାତ ସ୍ୱାଭାବିକ ହେବା ନେଇ ଆଶଙ୍କା ରହିଛି।
ବନ୍ୟାର ଏହି ବିଭୀଷିକା ଏବେ ଓଡ଼ିଶା-ଆନ୍ଧ୍ର ଯାତାୟାତକୁ ଏକପ୍ରକାର ଅଟକାଇ ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।