Flood Fury in Soro: ବନ୍ୟା ସୁଅରେ ଭାସିଗଲେ ଫେରିବାଲା, ଗଛ ଡାଳରୁ ଉଦ୍ଧାର

Aug 19, 2026 - 12:00
Flood Fury in Soro: ବନ୍ୟା ସୁଅରେ ଭାସିଗଲେ ଫେରିବାଲା, ଗଛ ଡାଳରୁ ଉଦ୍ଧାର

ବନ୍ୟା ସୁଅରେ ଭାସି ଯାଇଥିବା ଫେରିବାଲା ଉଦ୍ଧାର। ଭାସିଯାଇଥିବା ଫେରିବାଲାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ। ବାଲେଶ୍ୱର ଜିଲ୍ଲା ସୋର ତଳନଗର ପଞ୍ଚାୟତ ପଦନପଡା ଗାଁ ରାସ୍ତାରେ ଚାଲିଥିବା ପ୍ରଖର ସୁଅରେ ଭାସିଯାଇଥିଲେ ଜଣେ ଫେରିବାଲା। ତେବେ ଏକ ଗଛର ଡାଳକୁ ଧରି ରହିଯାଇଥିଲେ ଫେରିବାଲା। ପ୍ରାୟ ୧୫ ଫୁଟ ତଳକୁ ପାଣିରେ ଭାସିଯିବା ସହ ତାଙ୍କ ସହ ଥିବା ଲୁନା ଓ ଅନ୍ୟ ସାମଗ୍ରୀ ମଧ୍ୟ ଭାସିଯାଇଥିଲା। 

୨୫ ମିଟର ଦୂରକୁ ଭାସିଯିବା ପରେ ଏକ କରଞ୍ଜ ଗଛର ଡାଳକୁ ଧରି ସେ ଗଛ ଉପରେ ଆଶ୍ରୟ ନେଇଥିଲେ। ତାଙ୍କୁ ବିପଦରେ ଦେଖି ପଦନପଡ଼ା ଗ୍ରାମର ଯୁବକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ।ତେବେ ପ୍ରଖର ସ୍ରୋତ ଯୋଗୁଁ ଫେରିବାଲାଙ୍କ ଅନ୍ୟାନ୍ୟ ବିକ୍ରି ସାମଗ୍ରୀ ଭାସିଯାଇଥିବା ଜଣାପଡ଼ିଛି। ଏଭଳି ବିପଦ ସମୟରେ ନିଜ ଜୀବନକୁ ଖାତିର ନକରି ଫେରିବାଲାଙ୍କୁ ଉଦ୍ଧାର କରିଥିବା ଜଗନ୍ଧୁ ମାଝୀ ଓ ଅନ୍ୟ ଯୁବକଙ୍କ ସାହସିକତାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।