Flood Hits 6GPs in Chhatrapur ଛତ୍ରପୁର ବ୍ଲକର ୬ ପଞ୍ଚାୟତ ଜଳବନ୍ଦି, ଜଳବନ୍ଦି ଅଞ୍ଚଳରେ ସାଂସଦ, ବିଧାୟକ

Oct 30, 2026 - 16:36
Flood Hits 6GPs in Chhatrapur  ଛତ୍ରପୁର ବ୍ଲକର ୬ ପଞ୍ଚାୟତ ଜଳବନ୍ଦି, ଜଳବନ୍ଦି ଅଞ୍ଚଳରେ ସାଂସଦ, ବିଧାୟକ

ଛତ୍ରପୁର (ବସନ୍ତ କୁମାର ନାୟକ): ବାତ୍ୟା ଅର୍ଣ୍ଣବ ଆଣିଥିବା ପ୍ରବଳ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଛତ୍ରପୁର ବ୍ଲକର ୬ଟି ପଞ୍ଚାୟତ ଜଳବନ୍ଦି ଅବସ୍ଥାରେ ରହିଛି।

ଆଜି ଓଡ୍ରାଫ୍‌ ଟିମ୍‌ ପହଞ୍ଚି ବିପନ୍ନ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଥିବା ବେଳେ ବ୍ରହ୍ମପୁର ସାଂସଦ, ଛତ୍ରପୁର ବିଧାୟକ, ବିଡିଓ ପ୍ରମୁଖ ଜଳବନ୍ଦି ଅଞ୍ଚଳରେ ପହଞ୍ଚି ସ୍ଥିତିର ସରଜମିନ ସମୀକ୍ଷା କରିଛନ୍ତି।

Advertisment Ichchapuram Bridge Flooding ଇଚ୍ଛାପୁର ବ୍ରିଜ୍‌ରେ ବନ୍ୟାଜଳ: ଛତ୍ରପୁର ଷ୍ଟେସନରେ ଅଟକିଲା ଟ୍ରେନ୍ ଆଜି ପୂର୍ବାହ୍‌ଣରୁ ଜଳବନ୍ଦି ଅଞ୍ଚଳରେ ଓଡ୍ରାଫ୍‌ ବୋଟ୍‌ ଯୋଗେ ଛତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ରିଲିଫ୍ ସାମଗ୍ରୀ ପହଞ୍ଚାଇ ବଣ୍ଟନ କରାଯାଉଛି।

ପୋଟଲାମପୁର, ମହାନାଦପୁର, ବଉଳଗାଁ ଓ ବଡ଼ମାଧପୁର ପଞ୍ଚାୟତର ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ବୋଟ୍‌ ଯୋଗେ ଚାଉଳ, ରାସନ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପହଞ୍ଚାଯାଉଛି।

Heavy rain: ଛତ୍ରପୁର ଜରୁରୀକାଳୀନ କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ବ୍ରହ୍ମପୁର ଆର୍‌ଡିସି ରିଲିଫ୍ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନିଜେ ଓଡ୍ରାଫ୍‌ ବୋଟ୍‌ରେ ଜଳବନ୍ଦି ଅଞ୍ଚଳରେ ପହଞ୍ଚି ସ୍ଥିତି ପରଖିଛନ୍ତି।

ତାଙ୍କ ସହ ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜୀତ ସାହୁ, କନିଷ୍ଠ ଯନ୍ତ୍ରୀ ଆକାଶ ପାତ୍ରଙ୍କ ସମେତ ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଉଦ୍ଧାର ଓ ସହାୟତା କାର୍ଯ୍ୟରେ ସାମିଲ ହୋଇଛନ୍ତି।

Chhatrapur MLA: ବାତ୍ୟା 'ଅର୍ଣ୍ଣବ' ପରେ ଛତ୍ରପୁରରେ ସ୍ଥିତି ସମୀକ୍ଷା କଲେ ବିଧାୟକ, ଜଳବନ୍ଦୀ ଲୋକଙ୍କ ସମସ୍ୟା ଅନୁଧ୍ୟାନ ସେହିଭଳି, ବ୍ରହ୍ମପୁର ସାଂସଦ ଡ.

ପ୍ରଦୀପ କୁମାର ପାଣିଗ୍ରାହୀ ଶୁକ୍ରବାର ଛତ୍ରପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ବନ୍ୟାପୀଡ଼ିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।

ସାଂସଦ ପ୍ରଥମେ ଗଞ୍ଜାମ ବ୍ଲକର ୟୁଡ଼ିଏସପୁର ଓ ସନ୍ତୋଷ ପଞ୍ଚାୟତ ପରିଦର୍ଶନ କରିଥିଲେ।

ପରେ ବିଭିନ୍ନ ଜଳମଗ୍ନ ଅଞ୍ଚଳ ବୁଲି ସ୍ଥାନୀୟ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।