Flood in Bhadrak: ଭାଙ୍ଗିଗଲା ନାଳିଆ ନଦୀର ୫୦ ଫୁଟ ବନ୍ଧ

Aug 08, 2026 - 23:43
Flood in Bhadrak: ଭାଙ୍ଗିଗଲା ନାଳିଆ ନଦୀର ୫୦ ଫୁଟ ବନ୍ଧ

"ଭଦ୍ରକ (ହରିହର ନାୟକ): ଗତ ତିନି ଦିନର ଲଗାଣ ବର୍ଷାରେ ପୁଣି ସାଳନ୍ଦୀ ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି।

ଚଳିତ ବର୍ଷାଋତୁରେ ଏହି ଦୁଇ ନଦୀରେ ଦ୍ୱିତୀୟ ଥର ବନ୍ୟାଜଳ ଆସିଛି।

ପ୍ରବଳ ବର୍ଷା ଯୋଗୁଁ ସାଳନ୍ଦୀର ଜଳସ୍ତର ଭଦ୍ରକ ସହରର ରାଜଘାଟ ପୋଲ ନିକଟରେ ବିପଦ ସଂକେତ ୧୭ ଫୁଟ ଥିବା ବେକେ ଏଠାରେ ଜଳସ୍ତର ୧୬.

୫୦ ଉପରେ ଥିଲା ଆଜି ଏହାର ଜଳସ୍ତର ୧୬.୨୦ ଫୁଟ ରହିଛି।

Advertisment ବନ୍ୟାପାଣି ପ୍ରବାହିତ ଯୋଗୁଁ ଭଦ୍ରକର ବାଉଦପୁର ପୋଲ ଉପରକୁ ବନ୍ୟା ପାଣି ଛୁଇଁ ଯାଉଥିବା ବେକେ ଆଉ କିଛି ଅଧିକ ବର୍ଷା ହେଲେ ବାଉଦପୁର ପୋଲ ବୁଡ଼ିଯିବ।

ସାଳନ୍ଦୀ ବନ୍ୟା ଯୋଗୁଁ ଭଦ୍ରକ ସହରର ୧୦ଟି ପଞ୍ଚାୟତ ଓ ୧୨ ଟିରୁ ଅଧିକ ୱାର୍ଡରେ ବନ୍ୟାଜଳ ପ୍ରବେଶ କରୁଛି।

ଭଦ୍ରକ ସହର ସାଳନ୍ଦୀ ବନ୍ୟା ଜଳରେ ଉବୁଟୁବୁ ହେଉଛି।

ଭଦ୍ରକାଳୀ ସାହି, ମାଉଦା,  ଅର୍ଣ୍ଣପାଲ, ରାଜମୁକୁନ୍ଦପୁର ଅଞ୍ଚଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହଉଛି।

ଏହି ବ୍ଲକର ରାମୁକୁନ୍ଦ୍ ପୁର ଗ୍ରାମରେ  ଥିବା ପକା ପୋଲ ବନ୍ୟାପାଣିରେ ବୁଡିଯାଇଛି।

ସାଳନ୍ଦୀ ଓ ନାଲିଆ ନଦୀରେ ବନ୍ୟା ଆସି ଏହି ଅଞ୍ଚକକୁ ପୁଣି ଜଳମୟ କରିଛି।

ନାଳିଆ ନଦୀର ୫୦ ଫୁଟର ଘାଇ ସୃଷ୍ଟି ହୋଇଛି।

ନାଲିଆରେ ଘାଇ ଯୋଗୁଁ ତିହିଡି ଅଞ୍ଚଳରେ ବ୍ୟାପକ ଅଞ୍ଚଳ ଓ ଚାଷ ଜମି ଜଳମୟ ହୋଇଯାଇଛି।

ସାଳନ୍ଦୀ ବନ୍ୟାଜଳ ଯୋଗୁଁ ଭଦ୍ରକ ସହରର କୁଆଁଶ ଗାଁରେ ବନ୍ୟା ଜଳ ପ୍ରବେଶ କରି ଅନେକ ଲୋକଙ୍କ ଘର ଦ୍ବାର ବୁଡ଼ାଇ ଦେଉଛି।

ପକା ଘାରେ ସବୁ ପାଣି ପଶିଛି।

ସାଳନ୍ଦୀର ଦ୍ୱିତୀୟ ବନ୍ୟା ପରେ ଲୋକଙ୍କର ଦୁଃଖ ଦୁଇ ଗୁଣା ବଢିଯାଇଛି।

ଘରେ ଚୁଲି ଜଳି ନାହିଁ।

କାମ ଧନ୍ଦା ନାହିଁ।

ବସ୍ତି ଲୋକ ବିଚରା ଚିନ୍ତାରେ ରହିଛି।

କିପରି ରହିବ କିପରି ପରିବାର ଚଳାଇବା ଏଭଳି ଚିନ୍ତାରେ ରହିଛି।

ଘର ଭାଙ୍ଗି ଯାଇଛି।

Flood Water: ବିପଦ ସଙ୍କେତ ତଳେ ବୈତରଣୀର ବନ୍ୟା ଜଳ ପ୍ରବାହିତ, ତଥାପି କମୁନି ତଳିଆ ଅଞ୍ଚଳ ଲୋକଙ୍କ ଦୁର୍ଦ୍ଦଶା ସରକାର ଦେଉଥିବା ପଲିଥିନ ଖଣ୍ଡକ ପାଇ ତାକୁ ଟାଣି ପଲିଥିନ ତଳେ ବିଚାର ଜୀବନ ବିତାଉଛନ୍ତି ଭଦ୍ରକ କଲେଜ ନିକଟସ୍ଥ ଜେନା ସାହି  ସାଳନ୍ଦୀ ନଦୀ ବନ୍ଧ କଡ଼ରେ କୁଡ଼ିଆ କରି ରହୁଥିବା ଲୋକମାନେ।

ସେମାନଙ୍କ କୁଡ଼ିଆ ଘର ସବୁ  ବନ୍ୟା ଜଲରେ ନଷ୍ଟ ହୋଇଯାଇଛି।

ଘର ପୁଣି ତିଆରି କରିବା ପାଇଁ ସମ୍ଭାଳ ଦରକାର।

ଏବେ ପଲିଥିନ ତଳେ ଏହି ବସ୍ତି ଲୋକଙ୍କ ଜୀବନ ବିତୁଛି।

କେବଳ ସାଳନ୍ଦୀ ନଦୀର ବନ୍ୟା ଜଳ ଜିଲ୍ଲାବାସୀଙ୍କୁ କଲବଲ କରୁଥିବା ବେଳେ ବୈତରଣୀର ଦ୍ୱିତୀୟ ବନ୍ୟା ପାଇଁ ପୁଣି ତିହିଡି ବ୍ଲକ ଓ ଚାନ୍ଦବାଲି, ଧାମନଗର ବ୍ଲକର ବ୍ୟାପକ ଅଞ୍ଚଳ ଜଳ ମୟ ହୋଇଛି।

ଲୋକେ ବନ୍ୟା ପରେ କିଛି ଦିନ ପାଇଁ ନିଜର ଭଙ୍ଗା କୁଡ଼ିଆକୁ ଫେରିଥିବା ବେଳେ ଆସନ୍ତାକାଲି ରାତିଠାରୁ ବୈତରଣୀର ବନ୍ୟାଜଳ ପୁଣି ଲୋକଙ୍କୁ ଡରାଇଛି।

ବୈତରଣୀ ବନ୍ୟା ଜକ କଲବଲ କରିବା ଆରମ୍ଭ କରୁଛି।

ଯେଉଁ କଚ୍ଚା ଘରୁ ପାଣି  ଶୁଖି ଥିଲା ଆଜି ପୁଣି ସେହିଭଳି କିଛି ଗାଁ ଲୋକ ଘରେ ବନ୍ୟା ଜକ ପ୍ରବେଶ କରୁଛି।

ଭଦ୍ରକ ସହରର ବାଉଦପୁର୍, କୁଆଁଶ, ଅସ୍ଥଲ, ମଠ ସାହି, ପୁରୁଣା ବଜାର, ଧନା ଟୋଲା ଆଦି ଅଞ୍ଚଳକୁ ପୁଣି ବନ୍ୟା ଭୟ ଘାରିଛି।

ଭଦ୍ରକ ସହର ତଳି ଅଞ୍ଚଳରେ ବ୍ୟାପକ ଅଞ୍ଚଳ ଏବେ ବି ଜଳମୟ ହୋଇଯାଇଛି।

ବନ୍ୟା ଘେରରେ ଅନେକ ଲୋକ ଙ୍କ ଘରେ ଚୁଲି ଜଳି ନଥିବା ବେକେ ଏବେ ବି ସେମାନଙ୍କୁ ରିଲିଫ ଖାଦ୍ୟ ଦିଆଯାଉଛି।

ଅନେକ ଲୋକ ଙ୍କ ଘର ଭାଙ୍ଗି ଯାଇଥିବା ବେକେ ସେମାନଙ୍କୁ ପଲିଥିନ ମଧ୍ୟ ଠିକ୍ ଭାବରେ ଯୋଗାଇ ଦିଆଯାଇ ନାହିଁ।

ଏପରି ଅବସ୍ଥାରେ ପୁଣି ବନ୍ୟା ପାଣି ଆସିବା ଭୟ ଲୋକଙ୍କୁ ଘାରିଛି।

ସାଳନ୍ଦୀ ବନ୍ୟା ଯୋଗୁଁ ସହରରେ ସବୁ ଡ୍ରେନ ଜଳମୟ ହୋଇଥିବାରୁ ଆଜି ସହରର ଅନେକ ୱାର୍ଡରେ ଡ୍ରେନ ଓ ରାସ୍ତାକୁ ଡୋଜର ଲଗାଇ ତଡ଼ା ଯାଉଛି।

ଜଳ ନିଷ୍କାସନ କରିବା ପାଇଁ ଭଦ୍ରକ ଉପଜିଲ୍ଲାପାଳ, ତହସିଲଦାର, ପୌରପାଳିକାର ସ୍ୱତନ୍ତ୍ର ଟିମ ଡ୍ରେନ୍‌ ସଫେଇ ଓ ଜବରଦଖଲ ଉଚ୍ଛେଦ କରିବା ସହ  ଅନେକ ସ୍ଥାନରେ ରାସ୍ତା କାଟି ଜଳ ନିଷ୍କାସନ କରୁଛନ୍ତି।

ଅନ୍ୟପଟରେ ବୈତରଣୀ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି।

ବୈତରଣୀ ନଦୀର ଜଳ ସ୍ଥ୍ରବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି।

ବିପଦ ସଙ୍କେତ ଆଖୁଆପଦା ଠାରେ ୧୭.

୮୬ ରହୁଥିବା ବେକେ ଆଜି ସନ୍ଧ୍ୟା ସୁଦ୍ଧା ଇଟାରେ ଜକ ସ୍ଥର ବିପଦ ସଙ୍କେତ ତଳେ ୧୭.

୬୮ ଉପରେ ପ୍ରବାହିତ ହେଉଛି।

ଆଜି ରାତିରେ ଅଧିକ ବର୍ଷା ହେଲେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା କରା ଯାଉଛି।

ଏହି ନଦୀର ଶାଖା ନଦୀ ନାଳିଆ, ଗେଙ୍ଗୁଟି ଓ ଏହାର କିଛି ଶାଖା ନଦୀ ବର୍ଷା ଯୋଗୁଁ ପୁଣି ଫୁଲି ଉଠୁଛି।

ଶାଖା ନଦୀ ଗୁଡିକର ଜଳ ସ୍ଥର ବୃଦ୍ଧି ଯୋଗୁଁ  ତଳିଆ ଅଞ୍ଚଳର ଲୋକଙ୍କ ଦୁଃଖ ବଢୁଛି।

ଚାଷ, ବାସ ସବୁ କିଛି ଚାଲିଯିବା ପରେ ଜିଲ୍ଲାର ନନ୍ଦୀକୂଳିଆ ଲୋକ ଏବେ ବେସାହାରା ହୋଇପଡିଛନ୍ତି।

ବିଶେଷ କରି ଆରଡିର ୪ ପଞ୍ଚାୟତ ଏବେ ଜଳମୟ ହୋଇଛି।

ଧାମନଗର ଓ ଭଣ୍ଡାରୀୋପିଖରୀ ବ୍ଲକ୍‌ର ଚାଷ ଜମି ସବୁ ଉଜୁଡି ଯାଇଛି।

ବନ୍ୟା ପରେ ଆଉ ସମୟ କାହିଁ।

ଜକ କମିବା ଲୋକେ ତଳି ପକାଇବେ।

ତଳି ଉଠିବ।

ପୁଣି ତାକୁ ରୁଆ ପୋତା ଧାନ ଚାଷ କରିବା ପାଇଁ ସମୟ ଲାଗିବ।

ଆଉ ସମୟ କାହିଁ।

ଏଭଳି କଥା ଭାବି ଭାବି ଚାଷୀ ହତାଶ ହୋଇଗଲାଣି।

ବନ୍ୟା ଏହି ଅଞ୍ଚଳର ସବୁ କିଛି ନଷ୍ଟ କରି ଦେଇଥିବା ବେକେ ଏବେ ବିପନ୍ନ ଆଖିରେ ଖାଲି ଆଖିଏ ଲେଖାଁଏ ଲୁହ ଆଉ ଲୁହ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।