Flood Situation Worsens: ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ, ବନ୍ୟାଞ୍ଚଳରେ ପିଇବା ପାଣି ସମସ୍ୟା

Aug 18, 2026 - 14:11
Flood Situation Worsens: ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ, ବନ୍ୟାଞ୍ଚଳରେ ପିଇବା ପାଣି ସମସ୍ୟା

ବିପଦ ସଙ୍କେତ ଉପରେ ସାଳନ୍ଦୀ, ବୈତରଣୀ। ଭଦ୍ରକ ରାଜଘାଟଠାରେ ସାଳନ୍ଦୀର ବିପଦ ସଙ୍କେତ ୧୭ ଫୁଟ ଥିବା ବେଳେ ବର୍ତ୍ତମାନ ୧୮.୧୦ ଫୁଟରେ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ଏବେ ୧୯.୨୫ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି। ଭଦ୍ରକ, ଧାମନଗର, ଭଣ୍ଡାରିପୋଖରୀ, ତିହିଡି, ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ଅନେକ ଗାଁ ପ୍ରଭାବିତ ହୋଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ୬ଟି ବ୍ଲକର ୨୬୮ଟି ବିଦ୍ୟାଳୟ ସହ ୫୬୭ଟି ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି।

ଫୁଲୁଛି ଗମେଇ ନଦୀ, ବନ୍ୟା ପାଣି ଘେରରେ ଅନେକ ଗାଁ। ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବନ୍ୟାପାଣି ଛାଡିବାର ନାଁ ଧରୁନି। ତୃତୀୟ ବନ୍ୟା ପାଣି କମି ନଥିବା ବେଳେ କାଂଶବାଂଶ, ଗମେଇ,ମନ୍ତେଈ, ଧଳା ନଈରେ ବନ୍ୟାପାଣି ଆସିବାରୁ ଏବେ ଉବୁଟୁବୁ ବାସୁଦେବପୁର। ସୁଦର୍ଶନପୁର, ବରଣ୍ଡୁଆ, ଜଗନ୍ନାଥପ୍ରସାଦ, ଲୁଙ୍ଗା ପଞ୍ଚାୟତ ଅନେକ ପରିବାର ଏବେ ଜଳ ବନ୍ଦୀ। ହଜାର ହଜାର ହେକ୍ଟର ଜମିରେ ଧାନ ଚାଷ, ପରିବା ଚାଷ ନଷ୍ଟ ହୋଇଛି। ଚାଷ ଜମିରେ ୮ ଫୁଟର ପାଣି ଚାଲୁଥିବା ବେଳେ ରାସ୍ତା ଉପରେ ୪ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି।

କେନ୍ଦ୍ରାପଡା ଜିଲ୍ଲା ବନ୍ୟା ଅଞ୍ଚଳରେ ପିଇବା ପାଣିର ସଙ୍କଟ। ପାଣିରେ ବୁଡ଼ି ରହିଛି ନଳକୂପ। ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବନ୍ୟା ବିପନ୍ନ। କେନ୍ଦ୍ରାପଡା ଜିଲ୍ଲା ଆଳିର ବନ୍ୟା ଅଞ୍ଚଳରେ ଦେଖାଦେଇଛି ପିଇବା ପାଣିର ସମସ୍ୟା। ଖରସ୍ରୋତା, ବ୍ରାହ୍ମଣୀ, ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ୩ଦିନ ହେଲା ପାଣିରେ ବୁଡି ରହିଛି ସବୁ ନଳକୂପ। ପିଇବା ପାଇଁ ପାଣି ପାଉନାହାନ୍ତି ଲୋକେ। ଖୁବଶୀଘ୍ର ପିଇବା ପାଣି ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ବନ୍ୟା ବିପନ୍ନ।

ବାଲେଶ୍ବର ଭୋଗରାଇ ଅଂଚଳ ଜଳମଗ୍ନ। ମନ୍ଦାରୁଣୀ ଗାଁର ୩ ହଜାରରୁ ଅଧିକ ଲୋକେ ପାଣି ଘେରରେ ରହିଛନ୍ତି। ପାଣି ଘେରରେ ଫସିଥିବା ଲୋକଙ୍କ ଲାଗି ମାଗଣା ଖାଦ୍ୟ ଯୋଗାଣ ବ୍ୟବସ୍ଥା କରାଯାଇଛି। ଏହାସହ ରିଲିଫ ବଣ୍ଟନ କରାଯାଇଛି। ଲୋକଙ୍କୁ ଚୁଡା ଓ ଗୁଡ଼ ବଣ୍ଟା ଯାଉଛି। ପାଣି ଜମିଥିବାରୁ ରାସ୍ତା ଓ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।... 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।