02 SEPTEMBER 2026

Welcome!

Unlock your personalized experience.
Sign Up

Flood victims: ଛାତ ଉପରେ ବନ୍ୟା ପୀଡ଼ିତଙ୍କ ମୃତ୍ୟୁ: ୧୮ ଘଣ୍ଟା ପଡ଼ିରହିଲା ଶବ, ଅଣ୍ଟାଏ ପାଣିରେ ଶେଷ ଯାତ୍ରା

Aug 21, 2026 - 04:51
Flood victims: ଛାତ ଉପରେ ବନ୍ୟା ପୀଡ଼ିତଙ୍କ ମୃତ୍ୟୁ: ୧୮ ଘଣ୍ଟା ପଡ଼ିରହିଲା ଶବ, ଅଣ୍ଟାଏ ପାଣିରେ ଶେଷ ଯାତ୍ରା


ବରୀ (ସଞ୍ଜୟ ବେହେରା): ଚାରିଆଡ଼େ ବନ୍ୟା ପାଣି। ଗାଁ ଭିତରେ କେଉଁଠି ଅଣ୍ଟାଏ ତ କେଉଁଠି ବେକେ। ତା’ ଭିତରେ ‘ରାମ ନାମ ସତ୍ୟ ହେ’ ଧ୍ବନି ମଧ୍ୟରେ ପ୍ରାୟ ଏକ କିଲୋମିଟର ଶବ ଶୋଭାଯାତ୍ରା ହେଲା। ବିଚଳିତ କଲା ପରି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁରଜିଲ୍ଲା ବରୀ ଅଞ୍ଚଳରେ। ମୃତ୍ୟୁ ହେବାର ୧୮ ଘଣ୍ଟା ପରେ ମଧ୍ୟ ପ୍ରଶାସନ ପୀଡ଼ିତଙ୍କ ପାଖରେ ପହଞ୍ଚି ନଥିଲା। ଶବ ସେମିତି ଛାତ ଉପରେ ପଡ଼ିରହିଥିଲା। ପାଞ୍ଚ ଦିନ ଧରି ପାଣି ଘେରରେ ଥିବା ଗାଁରେ ରନ୍ଧାଖାଦ୍ୟ ବଣ୍ଟନ ନ କରିବା ଓ ଯାଆସ ପାଇଁ ବୋଟ୍‌ ବ୍ୟବସ୍ଥା ନଥିବାରୁ ଭେଳା କରି ଗାଁ ଲୋକ ଯାତାୟାତ କରିବା ଘଟଣା ବରୀ ବ୍ଲକ୍‌ ପ୍ରଶାସନର ବନ୍ୟା ବିପର୍ଯ୍ୟୟ ପରିଚାଳନାକୁ ନେଇ ନାନା ପ୍ରଶ୍ନ ଠିଆ କରିଛି। ଖାଦ୍ୟ ନ ପାଇ ପୀଡ଼ିତ ପ୍ରାଣ ହରାଇନାହାନ୍ତି ତ? ଏଭଳି ଆପତ୍ତି ମଧ୍ୟ ଉଠିଲାଣି। ଅସୁସ୍ଥ ଥିବା ପୀଡ଼ିତଙ୍କୁ କାହିଁକି ଡାକ୍ତରଖାନା ନିଆଗଲାନି? ଏପରିକି ମୃତ୍ୟୁ ପ‌ରେ ମଧ୍ୟ ଶବ ନେବାକୁ  ପ୍ରଶାସନ କୌଣସି ବ୍ୟବସ୍ଥା ନ କରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। 

Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ବ୍ରାହ୍ମଣୀ ଓ ଖରସ୍ରୋତା ବନ୍ୟାରେ ଉବୁଟୁବୁ ହେଉଛି ବରୀ ବ୍ଲକ୍‌। ଏଭଳି ସମୟରେ ବରୀ ପଞ୍ଚାୟତର ଚିନ୍ତାସାହି ଗତ ୫ ଦିନ ହେଲା ଜଳମଗ୍ନ ରହିଛି। ଛାତ ଉପରେ ଭୋକଉପାସରେ ପଡ଼ି ରହିଛନ୍ତି ଶହ ଶହ ପରିବାର। ବନ୍ୟାକଷ୍ଟ ଭିତରେ ଛାତ ଉପରେ ଚିନ୍ତାସାହିର ହୃଷୀକେଶ ମଲ୍ଲିକ (୬୦)ଙ୍କର ଗତକାଲି (ବୁଧବାର) ଅପରାହ୍‌ଣ ସାଢ଼େ ୪ଟାରେ ମୃତ୍ୟୁ ହୋଇଥିଲା। ଘର ବୁଡ଼ି ରହିଥିବାରୁ ପରିବାର ଲୋକ ଛାତ ଉପରେ ଆଶ୍ରୟ ନେଇଥିଲେ। ପାଣି ଅଧିକ ଥିବାରୁ କେହି ତଳକୁ ଓହ୍ଲାଇବାକୁ ସାହସ କରିନଥିଲେ। 

Voter ID: ତୁଳସା ସାନ୍ତାଙ୍କ ନାମ ଭୋଟର ତାଲିକାରେ ସାମିଲ ପାଇଁ ପ୍ରକ୍ରିୟା ଆରମ୍ଭ

ଫଳରେ ଆଜି ଦିନ ୧୦ଟା ପର୍ଯ୍ୟନ୍ତ ଶବ ସେମିତି ଛାତ ଉପରେ ପଡ଼ିରହିଥିଲା। ଶବ ନେବା ପାଇଁ ପ୍ରଶାସନକୁ ଖବର ଦେଇଥିଲେ ପରିବାର ଲୋକ। ଏମିତିକି ମୃତକଙ୍କ ପୁତୁରା ଅନିଲ ମଲ୍ଲିକ ବିଡିଓଙ୍କୁ ତିନି ଥର ଫୋନ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇନଥିଲେ। ଉଦ୍ଧାର ପାଇଁ ରହିଥିବା ବୋଟ୍‌ ଚାଳକଙ୍କୁ ଏ ସଂପର୍କରେ ଖବର ଦିଆଯାଇଥିଲେ ସୁଦ୍ଧା ଉପରୁ ନିର୍ଦ୍ଦେଶ ନ ଆସିଲେ ସେ ଯାଇପାରିବେ ନାହିଁ ବୋଲି କହିଥିଲେ। ଏଭଳି ସ୍ଥିତିରେ ପଞ୍ଚାୟତର ସେକ୍ ସଫିକଉଦ୍ଦିନ ଏକ ଶବବୁହା ଗାଡ଼ିର ବ୍ୟବସ୍ଥା କରିଥିଲେ। ତେବେ ତାଙ୍କ ଘରଠାରୁ ରାସ୍ତା ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ପାଣିରେ ବୁଡ଼ି ରହିଥିବାରୁ ଅଣ୍ଟାଏ ପାଣିରେ ଖଇ, କଉଡ଼ି ପକାଇ ଶେଷ ଶୋଭାଯାତ୍ରା କରାଯାଇଥିଲା। ସ୍ବେଚ୍ଛାସେବୀ ଓ ସାହିଭାଇଙ୍କ ସହଯୋଗରେ ମୃତଦେହକୁ ରାସ୍ତା ପର୍ଯ୍ୟନ୍ତ ଅଣାଯାଇଥିଲା ଏବଂ ପରେ ଶବ ସତ୍କାର ପାଇଁ ଯାଜପୁର ନିଆଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁଙ୍କୁ ପଚାରିବାରୁ ସେ ଏହାକୁ ହାଲ୍‌କା ଭାବେ ‌ନେଇଥିଲେ, ଦେଖୁଛି କ’ଣ ହୋଇଛି ବୋଲି କହିଥିଲେ। ସେହିଭଳି ପଞ୍ଚାୟତ ଅଧିକାରୀ ଜିତେନ କୁମାର ଧଳଙ୍କୁ ପଚାରିବାରୁ ଉକ୍ତ ଗାଁକୁ ଚାଉଳ ଓ ଡାଲି ପଠାଯାଇଥିବା ପ୍ରକାଶ କରିଥିଲେ। ତେବେ ଗାଁରେ କେବଳ ଶୁଖିଲା ଖାଦ୍ୟ ଦିଆଯାଇଛି, ରନ୍ଧାଖାଦ୍ୟ ଦିଆଯାଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।