Floodwaters Recede, But Misery Mounts: ଜଳପ୍ରଳୟର ଭୟଙ୍କର ଚିତ୍ର, ବନ୍ୟାର ବିଭୀଷିକାରେ ଅସହାୟ ହଜାର ହଜାର ଲୋକ

Oct 31, 2026 - 11:38
Floodwaters Recede, But Misery Mounts: ଜଳପ୍ରଳୟର ଭୟଙ୍କର ଚିତ୍ର, ବନ୍ୟାର ବିଭୀଷିକାରେ ଅସହାୟ ହଜାର ହଜାର ଲୋକ

ଜଳପ୍ରଳୟର ଭୟଙ୍କର ଚିତ୍ର।

ବାତ୍ୟା ଅର୍ଣ୍ଣବ ଓଡ଼ିଶାକୁ ଦେଇ ଯାଇଛି ଶକ୍ତ କ୍ଷତ।

କେଉଁଠି ଭସାଇ ନେଇଛି, ତ ଆଉ କେଉଁଠି ସବୁକିଛି ଭାଙ୍ଗି ଚୁରମାର କରିଛି।

ଭଞ୍ଜନଗରଠୁ ସୋରଡ଼ା, ବ୍ରହ୍ମପୁରଠୁ ଆସିକା- ସବୁଠି ଏବେ ବି ସ୍ପଷ୍ଟ ବାରି ହୋଇପଡ଼ୁଛି ବନ୍ୟାର ଦାଗ।

ଅନେକ ସ୍ଥାନରେ ପାଣି ହଟିଛି କିନ୍ତୁ ଦୁର୍ଦ୍ଦଶା କମିନାହିଁ।

ବନ୍ୟା ପାଣି ହଟିବା ପରେ ଏବେ ଘରେ ଘରେ ଦେଖିବାକୁ ମିଳୁଛି କାଦୁଅ ଓ ମାଟିର ଆସ୍ତରଣ।

Advertisment ଘରଦ୍ୱାର ସଫା କରିବାରେ ଲାଗିପଡ଼ିଛନ୍ତି ଲୋକେ।

ସେପଟେ କିଛି ସ୍ଥାନରେ ଏବେବି ଜଳବନ୍ଦୀ ଜୀବନରେ ହନ୍ତସନ୍ତ ହେଉଛନ୍ତି ଲୋକେ।

ବନ୍ୟାର ବିଭୀଷିକା ଭିତରେ ଅସହାୟ ହୋଇପଡ଼ିଛନ୍ତି ହଜାର ହଜାର ଲୋକ।

ଘର ସଜାଡ଼ିବା ସହ ସ୍ୱାଭାବିକ ଜୀବନକୁ ଫେରିବା ପାଇଁ ଏବେ ସଂଘର୍ଷ କରୁଛନ୍ତି ବନ୍ୟା ବିପନ୍ନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।