Food Inflation Hits 7.74%: ରୋଷେଇ ଘର ବଜେଟ୍‌ ବିଗାଡ଼ିଲା ଦରବୃଦ୍ଧି, ଖାଦ୍ୟ ମୁଦ୍ରାସ୍ଫୀତି ୭.୭୪% ଛୁଇଁଲା

Oct 29, 2026 - 18:21
Food Inflation Hits 7.74%: ରୋଷେଇ ଘର ବଜେଟ୍‌ ବିଗାଡ଼ିଲା ଦରବୃଦ୍ଧି, ଖାଦ୍ୟ ମୁଦ୍ରାସ୍ଫୀତି ୭.୭୪% ଛୁଇଁଲା

ବଜାରରେ ମହଙ୍ଗା ମାଡ଼!

ପିଆଜ ଦର ଦୁଇଗୁଣରୁ ଅଧିକ, ଚିନି ଦରରେ ବି ୩୦ ପ୍ରତିଶତ ବୃଦ୍ଧି।

ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପକାଉଛି ଚାପ।

ସେପ୍ଟେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ୭.୭୪ ପ୍ରତିଶତରେ ପହଞ୍ଚିଥିବା ବେଳେ ମୋଟ ମୁଦ୍ରାସ୍ଫୀତି ବଢ଼ି ୫.୫୪ ପ୍ରତିଶତ ହୋଇଛି।

ଏପଟେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ରେପୋ ରେଟ୍‌ ବଢ଼ାଇଛି ରିଜର୍ଭ ବ୍ୟାଙ୍କ।

ତେବେ ସୁଧହାର ବୃଦ୍ଧି ଦରଦାମ୍‌ ଉପରେ ଲଗାଇପାରିବ କି ଲଗାମ?

Advertisment ଅର୍ଥ ମନ୍ତ୍ରଣାଳୟର ମାସିକ ଆର୍ଥିକ ସମୀକ୍ଷା ଅନୁସାରେ, ସେପ୍ଟେମ୍ବରରେ ଖାଦ୍ୟ ଦରବୃଦ୍ଧି ଯୋଗୁଁ ମୋଟ ମୁଦ୍ରାସ୍ଫୀତି ୫.୫୪ ପ୍ରତିଶତକୁ ବଢ଼ିଛି।

ଖାଦ୍ୟ ମୁଦ୍ରାସ୍ଫୀତି ୭.୭୪ ପ୍ରତିଶତ ରହିଥିବା ବେଳେ କୋର୍‌ ମୁଦ୍ରାସ୍ଫୀତି ମଧ୍ୟ ଅଗଷ୍ଟର ୪.୧୬ ପ୍ରତିଶତରୁ ବଢ଼ି ସେପ୍ଟେମ୍ବରରେ ୪.୩୩ ପ୍ରତିଶତ ହୋଇଛି।

କେବଳ ଦେଶ ଭିତରେ ନୁହେଁ, ବିଶ୍ୱ ବଜାରର ଦରବୃଦ୍ଧି ମଧ୍ୟ ଚିନ୍ତା ବଢ଼ାଇଛି।

ସେପ୍ଟେମ୍ବରରେ ବ୍ରେଣ୍ଟ୍‌ ଅଶୋଧିତ ତେଲ ଦର ବର୍ଷକ ତୁଳନାରେ ୭୧.୮ ପ୍ରତିଶତ ବଢ଼ିଥିବା ବେଳେ ବିଶ୍ୱ ବଜାରରେ ଗହମ ଦର ୪୮.୪ ପ୍ରତିଶତ ବଢ଼ିଛି।

ଏହାର ପ୍ରଭାବ ଦେଶର ଦରଦାମ୍‌ ଉପରେ ପଡ଼ିବାର ଆଶଙ୍କା ରହିଛି।

Advertisment ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୨୫ ବେସିସ୍‌ ପଏଣ୍ଟ ବଢ଼ାଇଛି।

ଅର୍ଥାତ୍‌ ରେପୋ ରେଟ୍‌ରେ ୦.୨୫ ପ୍ରତିଶତ ପଏଣ୍ଟ ବୃଦ୍ଧି କରାଯାଇଛି।

ଏହାଦ୍ୱାରା ଋଣ ଉପରେ ସୁଧହାର ବଢ଼ିବାର ସମ୍ଭାବନା ରହିଛି ଏବଂ ବଜାରରେ ଚାହିଦା ନିୟନ୍ତ୍ରଣ କରି ମୁଦ୍ରାସ୍ଫୀତିକୁ ରୋକିବା ରିଜର୍ଭ ବ୍ୟାଙ୍କର ଲକ୍ଷ୍ୟ।

କିନ୍ତୁ ଏଠି ବଡ଼ ପ୍ରଶ୍ନ ହେଉଛି, ସୁଧହାର ବଢ଼ିଲେ ପିଆଜ, ଚିନି ଓ ଅନ୍ୟ ଖାଦ୍ୟ ସାମଗ୍ରୀର ଦର କମିବ କି?

ବିଶେଷଜ୍ଞଙ୍କ ମତରେ, ସୁଧହାର ବୃଦ୍ଧି ଚାହିଦା ନିୟନ୍ତ୍ରଣରେ ସହାୟକ ହୋଇପାରେ।

କିନ୍ତୁ ଯୋଗାଣ ଅଭାବ କିମ୍ବା ଉତ୍ପାଦନ ଜନିତ ସମସ୍ୟାରୁ ବଢ଼ୁଥିବା ପିଆଜ ଭଳି ଖାଦ୍ୟ ସାମଗ୍ରୀର ଦର ତୁରନ୍ତ କମାଇବାରେ ଏହାର ପ୍ରଭାବ ସୀମିତ ରହିପାରେ।

ତେବେ ଅର୍ଥ ମନ୍ତ୍ରଣାଳୟର ସମୀକ୍ଷା ଅନୁସାରେ, ଉପଭୋକ୍ତା ମୂଲ୍ୟ ସୂଚକାଙ୍କର ପ୍ରାୟ ୬୪ ପ୍ରତିଶତ ସାମଗ୍ରୀର ମୁଦ୍ରାସ୍ଫୀତି ଏବେ ବି ୪ ପ୍ରତିଶତରୁ କମ୍‌ ରହିଛି।

ଅର୍ଥାତ୍‌ ସବୁ ସାମଗ୍ରୀର ଦର ସମାନ ଭାବେ ବଢ଼ିନାହିଁ।

ଏବେ ନଜର ରହିଛି, ରେପୋ ରେଟ୍‌ ବୃଦ୍ଧି ଦରଦାମ୍‌ ଉପରେ କେତେ ପ୍ରଭାବ ପକାଉଛି।

ଗୋଟିଏ ପଟେ ମହଙ୍ଗା ଖାଦ୍ୟ ସାମଗ୍ରୀ, ଅନ୍ୟପଟେ ବଢ଼ିପାରେ ଋଣର ସୁଧ।

ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ପକେଟ୍‌କୁ ଆଶ୍ୱସ୍ତି ମିଳିବ କେବେ, ତାହା ଏବେ ବଡ଼ ପ୍ରଶ୍ନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।