Four coal mines: ରାଜ୍ୟର ୪ କୋଇଲା ଖଣି ନିଲାମ ହେବ: ତାଳଚେରରେ ୩ଟି, ସୁନ୍ଦରଗଡ଼ରେ ୧
ଭୁବନେଶ୍ବର: କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ବାଣିଜ୍ୟିକ କୋଇଲା ଖଣି ନିଲାମର ୧୬ତମ ପର୍ଯ୍ୟାୟରେ ୮ଟି ରାଜ୍ୟର ୨୫ଟି କୋଇଲା ଖଣିକୁ ସାମିଲ କରାଯାଇଛି। ସେଥିରେ ଓଡ଼ିଶାର ୪ଟି ଖଣିର ନାମ ରହିଛି। ସେହି ଖଣିଗୁଡ଼ିକ ହେଉଛି ନୂଆ ପାତ୍ରପଡ଼ା ଉତ୍ତର, ନୂଆଗାଁ ତେଲିସାହି, ଉତ୍ତର ଅରଖପାଳ ଶ୍ରୀରାମପୁର ଓ ମିନାକ୍ଷୀ ସେଣ୍ଟ୍ରାଲ। ଏଥିରୁ ତିନିଟି ଖଣିର ଅନ୍ବେଷଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଗୋଟିଏ ଖଣିର ଆଂଶିକ ଅନ୍ବେଷଣ ହୋଇଛି। ଓଡ଼ିଶା ବ୍ୟତୀତ ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଛତିଶଗଡ଼, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ବିହାର, ତେଲେଙ୍ଗାନା ଓ ଅରୁଣାଚଳପ୍ରଦେଶରେ ଥିବା ଖଣିଗୁଡ଼ିକୁ ନିଲାମରେ ସାମିଲ କରାଯାଇଛି। କୋଇଲା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୁଇଟି ଆଇନ ଅଧୀନରେ ରାଜ୍ୟର ଚାରିଟି ଖଣିକୁ ନିଲାମ କରାଯିବ।
Pragyan: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ପ୍ରଜ୍ଞାନ
କୋଇଲା ଖଣି ଅଧୀନରେ ନିଲାମ (ସ୍ବତନ୍ତ୍ର ବ୍ୟବସ୍ଥା) ଆଇନ, ୨୦୧୫ର ୨୬ତମ ପର୍ଯ୍ୟାୟରେ ପାତ୍ରପଡ଼ା ଉତ୍ତର, ନୂଆଗାଁ ତେଲିସାହି, ଉତ୍ତର ଅରଖପାଳ ଶ୍ରୀରାମପୁରର ନିଲାମ କରାଯିବ। କିନ୍ତୁ ମିନାକ୍ଷୀ ସେଣ୍ଟ୍ରାଲ ଖଣିକୁ ଖଣି ଓ ଖଣିଜ ନିୟମ (ବିକାଶ ଓ ନିୟନ୍ତ୍ରଣ) ଆଇନ, ୧୯୫୭ ଅଧୀନରେ ନିଲାମ କରାଯିବ। ଅନୁଗୋଳ ଜିଲ୍ଲାର ଉତ୍ତର ଅରଖପାଳ ଶ୍ରୀରାମପୁର ଖଣି ତାଳଚେର ରେଳଷ୍ଟେସନଠାରୁ ୧୩ କିଲୋମିଟର ଦୂରରେ ରହିଛି। ଜିଏସ୍ଆଇ, ଏମ୍ଇସିଏଲ୍, ସିଏମ୍ପିଡିଆଇ ଓ ଏସ୍ଇଟିଏସ୍ପିଏଲ୍ ଏହାର ଅନ୍ବେଷଣ କରିଥିଲେ। ଅନୁଗୋଳର ତାଳଚେର କୋଇଲା ଖଣି ଅଞ୍ଚଳରେ ଥିବା ନୂଆ ପାତ୍ରପଡ଼ା ଉତ୍ତର କୋଇଲା ଖଣି ୧୪.୧୧୮ ବର୍ଗ କିମି ଅଞ୍ଚଳରେ ରହିଛି। ନୂଆଗାଁ ତେଲିସାହି କୋଇଲା ଖଣି ମଧ୍ୟ ଏହି ଅଞ୍ଚଳରେ ୧୫.୪୮୯ ବର୍ଗ କିମି ଅଞ୍ଚଳରେ ରହିଛି। ଜିଏସ୍ଆଇ ଓ ଏମ୍ଇସିଏଲ୍ ଏହାର ଅନ୍ବେଷଣ କରିଥିଲେ। ସେହିପରି, ସୁନ୍ଦରଗଡ଼ ଜିଲ୍ଲାର ଇବ୍ ଉପତ୍ୟାକାରେ ମିନାକ୍ଷୀ ସେଣ୍ଟ୍ରାଲ କୋଇଲା ଖଣି ରହିଛି। ୮.୨୫୪ ବର୍ଗ କିମି ଅଞ୍ଚଳରେ ଏହି ଖଣି ରହିଛି। ସିଏମ୍ପିଡିଆଇ ଓ ଏମ୍ଇସିଏଲ୍ ଏହାର ଅନ୍ବେଷଣ କରିଥିଲେ।
AFC Champions League 2: ଏଏଫ୍ସି ଚାମ୍ପିଅନ୍ସ ଲିଗ୍-୨: ଇଷ୍ଟବେଙ୍ଗଲକୁ ଐତିହାସିକ ପଏଣ୍ଟ
ଉଲ୍ଲେଖଯୋଗ୍ୟ, ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣିଜ୍ୟିକ କୋଇଲା ଖଣିର ନିଲାମ ଆରମ୍ଭ କରିଥିଲେ। ୧୫ଟି ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ୧୪୭ଟି ଖଣି ନିଲାମ କରାଯାଇଛି। ସେଥିରୁ ୨୮ଟି ଖଣି ହେଉଛି ଓଡ଼ିଶାର। ପୂର୍ବ ନିଲାମ ପର୍ଯ୍ୟାୟଗୁଡ଼ିକରେ ବିଜାହାନ, ଛେଣ୍ଡିପଦା ୧ ଓ ୨, ମାଛକଟା, ମହାନଦୀ, ମନ୍ଦାକିନୀ ବି ଓ ରାଧିକାପୁର ପୂର୍ବ ଓ ପଶ୍ଚିମ ଭଳି କୋଇଲା ଖଣିକୁ ନିଲାମ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।