Fraud: ଏମ୍‌ବିବିଏସ୍‌ ନାମଲେଖା ନାଁରେ ୧୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

Oct 16, 2026 - 19:41
Fraud: ଏମ୍‌ବିବିଏସ୍‌ ନାମଲେଖା ନାଁରେ ୧୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

"ଭଦ୍ରକ (ହରିହର ନାୟକ): ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ସିଟ୍ ଯୋଗାଇଦେବାର ପ୍ରଲୋଭନ ଦେଖାଇ ଭଦ୍ରକର ଜଣେ ମହିଳାଙ୍କଠାରୁ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।

ଏନେଇ ଭଦ୍ରକ ସାଇବର କ୍ରାଇମ୍ ଥାନାରେ ମାମଲା ରୁଜୁ ହୋଇଛି।Advertisment ଅଭିଯୋଗ ଅନୁଯାୟୀ, ଗବସାହି ଅଞ୍ଚଳର ମଧୁସ୍ମିତା ପାଢ଼ୀ  ଇଣ୍ଟରନେଟ୍‌ରେ"  ଏମ୍‌ବିବିଏସ୍‌  ନାମଲେଖା "ସମ୍ପର୍କିତ ଏକ ବିଜ୍ଞାପନ ଦେଖିଥିଲେ।

ଏହା ମାଧ୍ୟମରେ ଯୋଗାଯୋଗ କରିବା ପରେ ଠକମାନେ କେନ୍ଦ୍ର ସରକାରଙ୍କ କୋଟାରେ କମ୍ ନମ୍ବରରେ ସରକାରୀ ମେଡିକାଲ କଲେଜରେ ସିଟ୍ ଯୋଗାଇଦେବାକୁ କହିଥିଲେ।

ପ୍ରଥମେ ଏକ ଲକ୍ଷ ଟଙ୍କା ନେବା ପରେ ବିଭିନ୍ନ ଆଳ ଦେଖାଇ ଓ ବ୍ଲାକମେଲ୍ କରି ପର୍ଯ୍ୟାୟକ୍ରମେ ମୋଟ ୧୫,୦୦,୫୨୫ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।

ପରବର୍ତ୍ତୀ ସମୟରେ ଅଧିକ ଟଙ୍କା ଦେବାକୁ ମହିଳା ଅସମର୍ଥ ହେବାରୁ ଅଭିଯୁକ୍ତମାନେ ଫୋନ୍ ଉଠାଇ ନଥିଲେ।

ଏହାପରେ ଠକେଇର ଶିକାର ହୋଇଥିବା ଜାଣି ସେ ସାଇବର ଥାନାରେ ଅଭିଯୋଗ କରିଥିଲେ।

ସାଇବର ଥାନାରେ ଅଭିଯୋଗଏହି ଘଟଣାରେ ଗତ ୧୫ ତାରିଖରେ ଭଦ୍ରକ ସାଇବର ଥାନାରେ ଏଫ୍‌ଆଇଆର୍ ନଂ ୦୦୨୦/୨୦୨୬ ଅନୁଯାୟୀ  ବି ଏନ୍ ଏସ ର  ବିଭିନ୍ନ ଧାରା ଓ ଆଇଟି ଆକ୍ଟର ଧାରା ୬୬(ସି), ୬୬(ଡି)ରେ ମାମଲା ରୁଜୁ ହୋଇଛି।

ଥାନା ଅଧିକାରୀ ଦୟାନିଧି ଦାସଙ୍କ ନିର୍ଦ୍ଦେଶକ୍ରମେ ଇନ୍ସପେକ୍ଟର ସୁଶାନ୍ତ କୁମାର ବେହେରା ଘଟଣାର ତଦନ୍ତ କରୁଛନ୍ତି।

Cyber Fraud: ଅନଲାଇନ୍ ପ୍ରେମ ଠକେଇ: ଆପଣଙ୍କ ପ୍ରେମୀ ଠକ ନୁହନ୍ତି ତ?

ଜାଣନ୍ତୁ ୭ଟି ସଙ୍କେତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।