From Culture to Investment: ‘ହାଲୋ ଦେବୀ’ କହି ସ୍ୱାଗତ କରନ୍ତୁ, ଭାରତ ଆଣିଲା ନୂଆ AI ଚେହେରା

Oct 15, 2026 - 12:33
From Culture to Investment: ‘ହାଲୋ ଦେବୀ’ କହି ସ୍ୱାଗତ କରନ୍ତୁ, ଭାରତ ଆଣିଲା ନୂଆ AI ଚେହେରା

ନବରାତ୍ରି ଓ ଦୁର୍ଗାପୂଜା ଅବସରରେ ଭାରତର ନୂଆ AI ଅବତାରର ଶୁଭାରମ୍ଭ ହୋଇଛି। ଇଣ୍ଡୋନେସିଆର ଜାକର୍ତ୍ତାସ୍ଥିତ ଭାରତୀୟ ଦୂତାବାସ ‘ଦେବୀ’ ନାମକ ଏହି ଭର୍ଚୁଆଲ୍ ଅବତାରକୁ ପରିଚିତ କରାଇଛି। ଭାରତୀୟ ସଂସ୍କୃତି, ପର୍ଯ୍ୟଟନ, ଶିକ୍ଷା ଓ ବ୍ୟବସାୟ ସମ୍ପର୍କିତ ତଥ୍ୟ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ ସୋସିଆଲ୍ ମିଡିଆରେ ଏହି AI ଅବତାରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଥିଲେ। ଦୂତାବାସ ପକ୍ଷରୁ ଲୋକଙ୍କୁ ଏହି ନୂଆ ଡିଜିଟାଲ୍ ଚେହେରା ସହ ଯୋଡ଼ି ହେବାକୁ ଆହ୍ୱାନ ଦିଆଯାଇଛି। ‘Follow us, and say Halo to Dewi!’ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।

କିଏ ଏହି ଦେବୀ ?

ଇଣ୍ଡୋନେସିଆ ଭାଷାରେ ‘Dewi’ର ଅର୍ଥ ଦେବୀ। ନବରାତ୍ରି ଓ ଦୁର୍ଗାପୂଜା ସମୟରେ ଏହାର ଶୁଭାରମ୍ଭ ହୋଇଥିବାରୁ ଏହି ନାମର ବିଶେଷ ଗୁରୁତ୍ୱ ରହିଛି।

ଏହି AI ଅବତାର ମାଧ୍ୟମରେ ଲୋକେ ଭାରତୀୟ ସଂସ୍କୃତି, ପର୍ଯ୍ୟଟନସ୍ଥଳୀ, ଛାତ୍ରବୃତ୍ତି, ବ୍ୟବସାୟ, ନିବେଶ ସୁଯୋଗ ଏବଂ ଦୂତାବାସ ସମ୍ପର୍କିତ ଅପଡେଟ୍‌ ବିଷୟରେ ତଥ୍ୟ ପାଇପାରିବେ।

ଭାରତ-ଇଣ୍ଡୋନେସିଆ ସମ୍ପର୍କକୁ ମିଳିବ ନୂଆ ଦିଗ

ଇଣ୍ଡୋନେସିଆରେ ପ୍ରାୟ ୧ ଲକ୍ଷ ୩୦ ହଜାର ଭାରତୀୟ ବଂଶୋଦ୍ଭବ ଏବଂ ପ୍ରାୟ ୧୫ ହଜାର ପ୍ରବାସୀ ଭାରତୀୟ (NRI) ରହୁଛନ୍ତି। ସେମାନଙ୍କ ସହ ଭାରତ ବିଷୟରେ ଜାଣିବାକୁ ଆଗ୍ରହୀ ଇଣ୍ଡୋନେସିଆବାସୀଙ୍କୁ ମଧ୍ୟ ସହଜରେ ତଥ୍ୟ ଯୋଗାଇବାରେ Dewi ସହାୟକ ହେବ।

ଡିଜିଟାଲ୍ କୂଟନୀତିକୁ ଅଧିକ ଆକର୍ଷଣୀୟ ଓ ସହଜ କରିବା ସହ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଓ ବ୍ୟବସାୟିକ ସମ୍ପର୍କକୁ ଆହୁରି ମଜବୁତ କରିବା ଏହି ପଦକ୍ଷେପର ଲକ୍ଷ୍ୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।