From Rape Case to Vehicle Theft: ନୟାପଲ୍ଲୀ ଦୁଷ୍କର୍ମ ପରେ ଗାଡ଼ି ଚୋରି, କଟା ଗାଡ଼ିରୁ ଖୋଲୁଛି ରାକେଟ୍ର ଗୁମର
ନୟାପଲ୍ଲୀରେ ଦୁଷ୍କର୍ମ ଅଭିଯୁକ୍ତ ଶ୍ରୀଧର ପଣ୍ଡା ଗିରଫ ପରେ ସାମ୍ନାକୁ ଆସୁଛି ତାର କଳାକାରନାମାର ଚିତ୍ର । ଗତ ୩୦ ତାରିଖ ରାତିରେ ଦୁଷ୍କର୍ମ ପରେ ସେ ଚୋରି କରି ନେଇଥିବା ଗାଡ଼ିକୁ ପୋଲିସ ଜବତ କରିଛି। ତଦନ୍ତ ବେଳେ ଏହି ଗାଡ଼ି ଚୋରି ରାକେଟର ଏକ ବଡ଼ ଦିଗ ସାମ୍ନାକୁ ଆସିବ ବୋଲି ପୋଲିସ ଆଶା କରୁଛି। ତେବେ ଚୋରି କରାଯାଇଥିବା ଗାଡ଼ିକୁ କାଟି ଏହାର ବିଭିନ୍ନ ଅଂଶ ଅଲଗା କରି ବିକ୍ରି କରାଯାଉଥିଲା।
ମଞ୍ଚେଶ୍ୱର ଥାନା ଅଞ୍ଚଳରୁ କଟା ଗାଡ଼ି ଜବତ ପରେ ଏହି ଘଟଣାର ତଦନ୍ତକୁ ଆହୁରି ଜୋରଦାର କରିଛି ପୋଲିସ। ଶ୍ରୀଧର ଆଉ କେଉଁ କେଉଁ ସ୍ଥାନରୁ ଗାଡ଼ି ଚୋରି କରିଛି ଏବଂ କେତେ ଗାଡ଼ିକୁ କାଟି ବିକ୍ରି କରିଛି, ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି। ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଶ୍ରୀଧର ପଣ୍ଡାଙ୍କୁ ଗତକାଲି କମିଶନରେଟ୍ ପୋଲିସ ଏନକାଉଣ୍ଟର କରିଛି ।
ନୟାପଲ୍ଲୀ ଦୁଷ୍କର୍ମ ଅଭିଯୁକ୍ତ ଶ୍ରୀଧର ପଣ୍ଡାର ଖୋଲୁଛି ଗୁମର
ଦୁଷ୍କର୍ମ ପରେ ଚୋରି କରି ନେଇଥିବା ଗାଡ଼ିକୁ ଜବତ କଲା ପୋଲିସ
ଗାଡ଼ିକୁ କାଟି ବିଭିନ୍ନ ଅଂଶ ଅଲଗା କରି ବିକ୍ରି କରୁଥିଲା
ମଞ୍ଚେଶ୍ୱର ଥାନା ଅଞ୍ଚଳରୁ କଟା ଗାଡ଼ି ଜବତ ପରେ ତଦନ୍ତ ଜୋରଦାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।