From Small Savings to a Big Dream: ୧୦ ଟଙ୍କିଆ କଏନ୍ ସଞ୍ଚୟ କରି କିଣିଲେ ୧ ଲକ୍ଷ ୨୩ ହଜାର ଟଙ୍କାର ସ୍କୁଟର

Oct 13, 2026 - 16:24
From Small Savings to a Big Dream: ୧୦ ଟଙ୍କିଆ କଏନ୍ ସଞ୍ଚୟ କରି କିଣିଲେ ୧ ଲକ୍ଷ ୨୩ ହଜାର ଟଙ୍କାର ସ୍କୁଟର

୧୦ ଟଙ୍କିଆ କଏନ୍ ରେ ଆପଣ କଣ କରିପାରିବେ, ୧୦ ଟଙ୍କିଆ ରଖି ରଖି ଜଣେ କଣ କରିପାରେ? ଏ ପ୍ରଶ୍ନ ଏଥିପାଇଁ କି ଜଣେ ବ୍ୟକ୍ତି ୧୦ ଟଙ୍କିଆ କଏନ୍ ରଖି ରଖି କିଣିଛନ୍ତି ସ୍କୁଟର୍। ତା ପୁଣି ୧ ଲକ୍ଷ ୨୩ ହଜାର ଟଙ୍କାରେ। ତେଲେଙ୍ଗାନାର ମଞ୍ଚେରିଆଲ୍ ଜିଲ୍ଲାର ଲକ୍ଷେଟ୍ଟିପେଟର ଜଣେ ଚର୍ଚ୍ଚ ପାଷ୍ଟର ରବି ଯୋଶେଫ୍ ସୋରୁମ୍ କୁ ଯେତେବେଳେ ପହଞ୍ଚିଲେ, ତାଙ୍କୁ ଦେଖି ଛାନିଆ ସବୁ ଲୋକ। କାରଣ ଏକ ବଡ଼ ବ୍ୟାଗରେ ସେ ଏକ ଲକ୍ଷ ୨୩ ହଜାର ଟଙ୍କା କଏନ୍ ନେଇ ଆସିଥିଲେ।

ସେ ପ୍ରତିଦିନ କିଛି କିଛି ଟଙ୍କା ସଞ୍ଚୟ କରୁଥିଲେ। ସେଇ ଟଙ୍କାକୁ ରଖି ନିଜର ଏକ ସ୍କୁଟର୍ କିଣିବାକୁ ସ୍ବପ୍ନ ଦେଖିଥିଲେ। ଏହି ସମୟରେ ବେଳେ ବେଳେ ଅନେକ ବାଧା ବିଘ୍ନ ଆସିଛି। ୧୦ ଟଙ୍କିଆ କଏନ୍ ର ପ୍ରଚଳନ ବନ୍ଦ ହୋଇଯିବ ବୋଲି ଗୁଜବ ଶୁଣି ପରିବାରର କିଛି ସଦସ୍ୟ ତାଙ୍କୁ ଆଉ କଏନ୍ ଜମା ନକରିବାକୁ ବି କହିଥିଲେ। କିନ୍ତୁ ରବି ନିଜର ସଞ୍ଚୟ ଅଭ୍ୟାସ ଜାରି ରଖିଥିଲେ। ଶେଷରେ ନିଜ ସଞ୍ଚୟରେ ସ୍କୁଟର କିଣି ଏବେ ସେ ବହୁତ ଖୁସି।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।