FSSAI: ପ୍ଲାଷ୍ଟିକ୍‌ ଅଣ୍ଡା ଗୁଜବରେ ବିଶ୍ବାସ କରନି: ଏଫ୍‌ଏସ୍‌ଏସ୍‌ଏଆଇ

Sep 28, 2026 - 14:34
FSSAI: ପ୍ଲାଷ୍ଟିକ୍‌ ଅଣ୍ଡା ଗୁଜବରେ ବିଶ୍ବାସ କରନି: ଏଫ୍‌ଏସ୍‌ଏସ୍‌ଏଆଇ

"ନୂଆଦିଲ୍ଲୀ: ପ୍ଲାଷ୍ଟିକ୍‌ ଅଣ୍ଡାକୁ ନେଇ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ହେଉଛି।

ଏଭଳି ଗୁଜବରେ ବିଶ୍ୱାସ ନ କରି, କେବଳ ଆନୁଷ୍ଠାନିକ ତଥ୍ୟ ଉପରେ ଭରସା କରିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ) ଲୋକମାନଙ୍କୁ ପରାମର୍ଶ ଦେଇଛି।

ଏହା ସହ ଘରେ ଅଣ୍ଡା ସତେଜ ନା ଅଧିକ ଦିନର ତାହା କିଭଳି ଜାଣିହେବ ସେହି ଉପାୟ ଜଣାଇଛି।Advertisment ଧଳା ଅଂଶ ପତଳା ଓ ତରଳ ହୋଇଯାଏ ଏଫ୍‌ଏସ୍‌ଏସ୍‌ଏଆଇ ଅନୁସାରେ ଏକ ପାତ୍ରରେ ପାଣି ନେଇ ସେଥିରେ ଅଣ୍ଡାକୁ ଧୀରେ ପକାଇବାକୁ ପଡ଼ିବ।

ସତେଜ ଅଣ୍ଡା ସାଧାରଣତଃ ପାଣିର ତଳେ ଭାଗରେ ଯାଇ ଶୋଇ ରହିବ।

ଅଣ୍ଡା ଅଧିକ ଦିନର ହୋଇଥିଲେ ତାହା ପାଣିରେ ବୁଡ଼ିବ ନାହିଁ, ବରଂ ଭାସିବ।

ଏଫ୍‌ଏସ୍‌ଏସ୍‌ଏଆଇ କହିଛି ଯେ ଅଣ୍ଡାର ହଳଦିଆ ଓ ଧଳା ମିଶିଗଲେ ତାହାକୁ ପ୍ଲାଷ୍ଟିକ୍ ଅଣ୍ଡା କୁହାଯାଇପାରିବନି।

ଅଣ୍ଡା ପୁରୁଣା ହେବା ସହ ତାହାର ଧଳା ଅଂଶ ପତଳା ଓ ତରଳ ହୋଇଯାଏ।

ଏହା ଫଳରେ ହଳଦିଆ ଓ ଧଳା ଅଂଶ ମିଶିଯାଇପାରେ।

ଏହାକୁ କୃତ୍ରିମ ବା ପ୍ଲାଷ୍ଟିକ୍ ଅଣ୍ଡାର ପ୍ରମାଣ ଭାବେ ଧରିବା ଠିକ୍ ନୁହେଁ ବୋଲି ଏଫ୍‌ଏସ୍‌ଏସ୍‌ଏଆଇ କହିଛି।

Freedom Struggle: ଆମକୁ ପାକିସ୍ତାନଠାରୁ ରକ୍ଷା କର: ବଲୁଚିସ୍ତାନର ସ୍ୱାଧୀନତା ପାଇଁ ଦିଲ୍ଲୀକୁ ସାହାଯ୍ୟ ମାଗିଲେ ବଲୁଚ ଝିଅ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।