Gajalaxmi Puja Begins Across Odisha: ଆଜି ଗଜଲକ୍ଷ୍ମୀ ପୂଜା, ଧନଧାନ୍ୟର ଆଶୀର୍ବାଦ ନେଇ ଧରାବତରଣ କରିବେ ମା’ ଲକ୍ଷ୍ମୀ
ଆଜି ଗଜଲକ୍ଷ୍ମୀ ପୂଜା।
ଧରାବତରଣ କରିବେ ଧନଦାତ୍ରୀ ମା' ଲକ୍ଷ୍ମୀ।
ପଦ୍ମହସ୍ତା କମଳାଙ୍କୁ ସ୍ବାଗତ ନେଇ ଚଳଚଞ୍ଚଳ ଗାଁଠୁ ସହର।
ସୁଖ, ସମୃଦ୍ଧି, ସୌଭାଗ୍ୟ, ସୁଖ୍ୟାତି ଓ ଐଶ୍ବର୍ଯ୍ୟର ଭଣ୍ଡାର ନେଇ ବିରାଜିବେ ମାଆ।
ଘଣ୍ଟ ଘଣ୍ଟା, ଶଙ୍ଖନାଦରେ କମ୍ପିବ ଗଗନ ପବନ।
ରାଜଧାନୀ ଭୁବନେଶ୍ବରରୁୁ ନେଇ ଢେଙ୍କାନାଳରେ ଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି ।
ଚଳିତ ବର୍ଷ ଢେଙ୍କାନାଳ ସହରର ୪୧ଟି ପୂଜା ମଣ୍ଡପରେ ଅନୁଷ୍ଠିତ ହେବ ମା'ଙ୍କ ପୂଜା।
Advertisment ଦୀର୍ଘ ୧୦ ଦିନ ଧରି ଚାଲିବ ଏହି ଭବ୍ୟ ଉତ୍ସବ।
ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ସୁରକ୍ଷା, ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି।
ମୁତୟନ ହେବେ ୨୪ ପ୍ଲାଟୁନ୍ ଫୋର୍ସ, ତଦାରଖ କରିବେ ୧୪୫ ଅଫିସର ।
ସହରରେ ଫ୍ଲାଗ୍ ମାର୍ଚ୍ଚ କରିଛି ପୋଲିସ।
ଏସପିଙ୍କ କାର୍ଯ୍ୟାଳୟ ଠାରୁ ଗଣେଷ ବଜାର ଦେଇ ସହରର ମୁଖ୍ୟ ବଜାରର ବାଜିଚୌକ ଯାଏଁ ଫ୍ଲାଗ୍ ମାର୍ଚ୍ଚ ହୋଇଛି।
୧୦ ଦିନ ବ୍ୟାପି ହେବାକୁ ଥିବା ଏହି ଗଜଲକ୍ଷ୍ମୀ ପୂଜାରେ ଲୋକଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଢେଙ୍କାନାଳ ଏସପି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।