03 OCTOBER 2026

Welcome!

Unlock your personalized experience.
Sign Up

Gandhiji and Shastriji: ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶକୁ ନେଇ ବିକଶିତ ଭାରତ ଗଠନ ହୋଇପାରିବ: ମୁଖ୍ୟମନ୍ତ୍ରୀ

Oct 03, 2026 - 07:54
Gandhiji and Shastriji: ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶକୁ ନେଇ ବିକଶିତ ଭାରତ ଗଠନ ହୋଇପାରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗାନ୍ଧୀଜୀଙ୍କ ସ୍ୱପ୍ନ ଥିଲା, ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ସେବା କରିବା, ସ୍ୱଚ୍ଛତା ବଜାୟ ରଖିବା ଓ ସ୍ୱଦେଶୀକୁ ଆପଣାଇବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ସ୍ୱଚ୍ଛତା ଆଜି ଦେଶରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ସ୍ୱଦେଶୀ ମନ୍ତ୍ର ‘ଆତ୍ମନିର୍ଭର ଭାରତ’ ଗଠନରେ ବଳିଷ୍ଠ ସହାୟକ ହେଉଛି। ସମାଜର ଅନ୍ତିମ ବ୍ୟକ୍ତି ପାଖରେ ବିକାଶ ପହଞ୍ଚାଇବା ପାଇଁ ଆରମ୍ଭ କରାଯାଇଥିବା ‘ଅନ୍ତ୍ୟୋଦୟ ଯୋଜନା’ ମାଧ୍ୟମରେ ଗରିବ ଜନସାଧାରଣଙ୍କୁ ସଶକ୍ତ କରାଯାଉଛି। ସେହିପରି ଶାନ୍ତିଦୂତ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ସରଳ ଜୀବନ, ଉଚ୍ଚ ଚିନ୍ତାଧାରା ଏବଂ ସଚ୍ଚୋଟତା ସମଗ୍ର ସମାଜ ପାଇଁ ଏକ ଶ୍ରେଷ୍ଠ ନିଦର୍ଶନ। ଶାସ୍ତ୍ରୀଜୀଙ୍କ ନିଃସ୍ୱାର୍ଥପର ଦେଶସେବା ଏବଂ ତାଙ୍କର ‘ଜୟ ଜବାନ, ଜୟ କିଷାନ’ର ଓଜସ୍ୱୀ ଆହ୍ୱାନ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଶକ୍ତି ସଞ୍ଚାର କରିଥିଲା। ଆଜି ବିଧାନସଭା ପରିସରରେ ଆୟୋଜିତ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସା ଏବଂ ଶାସ୍ତ୍ରୀଜୀଙ୍କ କର୍ମନିଷ୍ଠା ଓ ଦେଶସେବାକୁ ଆଦର୍ଶ ରୂପେ ଗ୍ରହଣ କରି ଏକ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

Smart Bazaar: ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍‌

ବିଧାନସଭା ପରିସରରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଏହି ଅବସରରେ ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଧାନସଭା ପରିସରରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସର୍ବଧର୍ମ ପ୍ରାର୍ଥନା ସଭା ଓ ରାମଧୂନ ପରିବେଷଣ କରାଯାଇଥିଲା। ପ୍ରାର୍ଥନା ସଭାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ସମେତ ବହୁ ବିଧାୟକ ଉପସ୍ଥିତ ଥିଲେ।

Horoscope 2026 October 03: ଜାଣନ୍ତୁ ଆଜିର ରାଶିଫଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।