Ganesh Consumer Products: ଗଣେଶ କଞ୍ଜ୍ୟୁମର ପ୍ରଡକ୍ଟସ୍ର ସୋୟା ଚଙ୍କ୍ସ
"କୋଲକାତା: ଗଣେଶ କଞ୍ଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ ପକ୍ଷରୁ ଗଣେଶ ସୋୟା ଚଙ୍କ୍ସ ଓ ମିନି ସୋୟା ଚଙ୍କ୍ସ ଉନ୍ମୋଚନ କରାଯାଇଛି।
ଏହା ଓଡ଼ିଶାସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ବଜାରରେ ଉପଲବ୍ଧ ହୋଇଛି ଯାହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧୦ ଟଙ୍କା।
ଗଣେଶ ସୋୟା ଚଙ୍କ୍ସ ପ୍ରତି ୧୦୦ ଗ୍ରାମରେ ୫୩.୧ ଗ୍ରାମର ପ୍ରୋଟିନ୍ ଓ ୧୫.୪ ଗ୍ରାମର ଫାଇବର ପ୍ରଦାନ କରୁଛି।
ଏ ସମ୍ପର୍କରେ କମ୍ପାନିର ନିର୍ଦ୍ଦେଶକ ଦେବାଂଶ ମିମାନି କହିଛନ୍ତି ଯେ ଦୈନନ୍ଦିନ ପୋଷଣରେ ପ୍ରୋଟିନର ଗୁରୁତ୍ବ ଦିନକୁ ଦିନ ବଢ଼ୁଛି।
Advertisment ଗ୍ରାହକମାନେ ପୁଷ୍ଟିକର, ସୁବିଧାଜନକ ଓ ସହଜରେ ମିଳୁଥିବା ବିକଳ୍ପ ଖୋଜୁଛନ୍ତି।
ଗଣେଶ ସୋୟା ଚଙ୍କ୍ସ ଜରିଆରେ ଆମେ ଉଦ୍ଭିଦଭିତ୍ତିକ ପ୍ରୋଟିନ୍କୁ ନିତିଦିନିଆ ଭୋଜନରେ ସାମିଲ କରିବାକୁ ଚାହୁଛୁ।
ଏହି ବର୍ଗରେ ଆମେ ଆମର ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଉପରେ ଧ୍ୟାନ ଦେବୁ ବୋଲି ସେ କହିଛନ୍ତି।
Soybeans vs. eggs: ସୋୟାବିନ୍ ବନାମ ଅଣ୍ଡା କମ୍ପାନିର ସୋୟା ଚଙ୍କ୍ସ ଏଫ୍ଏସ୍ଏସ୍ଏଆଇର ନିୟମ ପାଳନ କରୁଥିବା ବେଳେ ଆଇଏସ୍ଓ ସାର୍ଟିଫାଏଡ୍ ଓ ସଂଗ୍ରହଠାରୁ ଉତ୍ପାଦନ ପର୍ଯ୍ୟନ୍ତ ସବୁ ପର୍ଯ୍ୟାୟରେ ଗୁଣାତ୍ମକ ମାନ ଯାଞ୍ଚ କରାଯାଉଛି।
ବିଭିନ୍ନ ଦୋକାନ ସମେତ ଇ-କମର୍ସ ଓ କ୍ବିକ୍ କମର୍ସ ମଧ୍ୟରେ ଏହି ଉତ୍ପାଦ ଉପଲବ୍ଧ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।