Ganja: ବୋଲେରୋରୁ ୫୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

Oct 03, 2026 - 12:31
Ganja: ବୋଲେରୋରୁ ୫୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

"ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସକୁ ମିଳିଛି ବଡ଼ ସଫଳତା ।

ଏକ ବୋଲେରୋ ଗାଡ଼ିରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ବାଦିଗଡ଼ ନିକଟରେ ପୁଲିସ ଚଢ଼ଉ କରି ଗାଡ଼ିଟିକୁ ଜବତ କରିଛି ।

ସୂଚନା ଅନୁଯାୟୀ, ଗାଡ଼ି ଭିତରୁ ୫୪୪ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।

ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ରାଜେନ୍ଦ୍ର କୁଳଦୀପ (୩୨) ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

ଗିରଫ ଅଭିଯୁକ୍ତଙ୍କୁ ପୁଲିସ ପଚରାଉଚରା ଚଳାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।