Ganja Seized in Ganjam ଗଞ୍ଜାମରୁ ୧୭୦ କିଗ୍ରା ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

Oct 19, 2026 - 19:56
Ganja Seized in Ganjam ଗଞ୍ଜାମରୁ ୧୭୦ କିଗ୍ରା ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

"ଛତ୍ରପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ପାଟପୁର ଗାଁରେ ପୁଲିସ ଟିମ୍‌ ଚଢ଼ାଉ କରି ୧୭୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି।

ଏହି ଘଟଣାରେ ଗୋଟିଏ ବୋଲେରୋ, ୨ଟି ଦାମୀ ମୋବାଇଲ୍‌ ସହ ୩ଜଣଙ୍କୁ ଗିରଫ କରାଯାଇଛି।

Advertisment Ganja: ଅପରେସନ ଶୁଦ୍ଧି: ଉତ୍ତରପ୍ରଦେଶରୁ ଧରାପଡ଼ିଲେ ୩ ଓଡ଼ିଆ ଯୁବକ, ସାଙ୍ଗରେ ନେଇଥିଲେ ଲକ୍ଷାଧିକ ଟଙ୍କାର ଗଞ୍ଜେଇପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ପୁଲିସର ଏକ ଟିମ୍‌ ନିର୍ଦ୍ଧାରିତ ସ୍ଥାନରେ ଚଢ଼ାଉ କରିଥିଲା।

ଏକ ବୋଲେରୋ ଗାଡ଼ିରୁ ୫ଟି ବସ୍ତାରେ ଭର୍ତ୍ତି ଥିବା ଗଞ୍ଜେଇ ଜବତ କରାଯାଇଛି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା ଅଡ଼ବା ଥାନା ଭାଲିଆଗୁଡ଼ା ଗାଁର ଦିଲୀପ ରାଇତା (୩୩), ମୋହନା ଥାନା ଖଜୁରିଆପଡ଼ା ଗାଁର ଦୂତିଆ ମଣ୍ଡଳ (୩୦), ସେହି ଗାଁର ପିଟର ଶବର (୩୫)।

ଅଭିଯୁକ୍ତଙ୍କ ବିରୋଧରେ ନଂ ୩୪୦/୨୦୨୬ରେ ଏନ୍‌ଡିପିଏସ୍‌ର ଧାରା ୨୦(ବି) (୨) (ସି)ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।